ମୁଁହ ଖୋଲିଲେ ଯାତ୍ରା ଅଭିନେତ୍ରୀ ସ୍ମରଣିକା ବାପା ମିଛ କହୁଛନ୍ତି ମୋ ଖୁସି ଦେଖି ପାରୁ ନାହାଁନ୍ତି

ଯାତ୍ରା ଅଭିନେତ୍ରୀ ସ୍ମରଣିକା ଲୁଚିକି ବିବାହ କରିବା ପରେ ରୁଦ୍ରଙ୍କୁ ଗଣ ମାଧ୍ୟମରେ ବାପା ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ଯାତ୍ରା ମାଲିକ ତାଙ୍କ ଝିଅକୁ ଶିଖାଇ ବୁଢ଼ା ସହ ବିବାହ କରିଦେଲେ ବୋଲି କହି କୋହ ଭରା କଣ୍ଠରେ କାନ୍ଦି ପକାଇ ଥିଲେ । ହେଲେ ବାପାଙ୍କ ପ୍ରତିକ୍ରିୟା ପରେ ଝିଅ ସ୍ମରଣିକା ବିବାହ ପରେ ଖୋଲିଲେ ପ୍ରଥମ ଥର ପାଇଁ ମୁଁହ । ଆଉ କହିଦେଲେ ସବୁ ସତ ।
ପରିସ୍ଥିତିରେ ପଡ଼ି ମୁଁ ଯାତ୍ରା ସାରି ରାତି ଅଧରେ ଆସି ବିବାହ କରିବାକୁ ବାଧ୍ୟ ହେଲି । ଏହା ପଛରେ ରହିଛି ଅନେକ କାହାଣୀ। ସବୁ ଝିଅଙ୍କ ଭଳି ମୁଁ ବି ସ୍ଵପ୍ନ ଦେଖିଥିଲି ଯାହାକୁ ଭଲ ପାଉଥିଲି ମନ ଦେଇଥିଲି ତାଙ୍କୁ ଧୁମ୍ ଧାମରେ ବିବାହ କରିବି । କିନ୍ତୁ କିଛି କଥା ଅଛି ଯେଉଁଥି ପାଇଁ ପରିସ୍ଥିତି ବାଧ୍ୟ କରିଥିଲା ଏମିତି ନିଷ୍ପତି ନେବାକୁ ।
ବାପା ଯାହା କହୁଛନ୍ତି ସବୁ ମିଛ । ମୁଁ ଆଉ କେବେ ଘରକୁ ଫେରିବି ନାହିଁ । ହଁ ଆଜ୍ଞା ଯାତ୍ରା ଅଭିନେତ୍ରୀ ବାପାଙ୍କ ଅଭିଯୋଗର ଉତ୍ତର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । କହିଛନ୍ତି ମୁଁ ମୋ ନିଜ ଇଚ୍ଛାରେ ବିବାହ କରିଛି । ମୋ ଶାଶୁ ଘର ଲୋକେ ଓ ମୋ ସ୍ବାମୀ ମତେ ବହୁତ୍ ହିଁ ଖୁସିରେ ରଖିଛନ୍ତି। ଆଉ ମୋ ଖୁସି ଦେଖି ମୋ ବାପା ସହି ପାରୁ ନାହାଁନ୍ତି ।
ମୁଁ ଆଉ କେବେ ବାପାଙ୍କ ପାଖକୁ ଫେରିବି ନାହିଁ । ଯେତେ ଦିନ ପର୍ଯ୍ୟନ୍ତ ମୋ ବାପା ମତେ ଆଉ ମୋ ସ୍ବାମୀଙ୍କୁ ଗ୍ରହଣ କରି ନାହାନ୍ତି । ମୋ ବାପା ଯାହା କହୁଛନ୍ତି ସବୁ ଭୁଲ ସେ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ମୁଁ ମୋ ନିଜ ଇଚ୍ଛାରେ ଆସିଛି ମୋ ଶାଶୁ ଘର ଲୋକେ ମତେ ଶାନ୍ତିରେ ରହିବାକୁ ଦେଉଥିବା ବେଳେ ମୋ ନିଜ ଘର ଲୋକେ ମତେ ଶାନ୍ତି ଦେଉ ନାହାନ୍ତି ।
ତେବେ ଦର୍ଶକ ବନ୍ଧୁ ସ୍ମରଣିକାଙ୍କ ଏଭଳି ଉତ୍ତର ପରେ ଏବେ ଲୋକେ ଆଶ୍ଚର୍ଯ୍ୟ । ବାପାଙ୍କ ଅଭିଯୋଗ ଆଉ ଏପଟେ ଝିଅଙ୍କ ଉତ୍ତର ସମସ୍ତଙ୍କୁ ଚମକେଇ ଦେଇଛି । ଆଉ ସ୍ମରଣିକାଙ୍କ ଉତ୍ତର ଶୁଣି ଲୋକେ କହୁଛନ୍ତି ବାପାଙ୍କ କଥାରୁ ଝିଅ ବାହାରି ଯାଇ ବିବାହ କରିଥିବାରୁ ବାପା ହିସାବରେ ଟିକେ ଗ୍ରହଣ କରି ପାରୁ ନାହାଁନ୍ତି । ସେପଟେ ସ୍ମରଣିକା ଓ ରୁଦ୍ରଙ୍କ ପ୍ରଶଂସକ ମାନେ ଦୁହିଁଙ୍କ ବିବାହକୁ ନେଇ ଶୁଭେଚ୍ଛାର ବର୍ଷା କରୁଛନ୍ତି।