July 12, 2025

Odia Express

Leading Odia News Portal of Odisha

ଆଜିଠାରୁ ସାରା ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ,ବସ୍‌କୁ ସୁରକ୍ଷା ଯୋଗାଇବେ ରାଜ୍ୟ ସରକାର,କିଛି କରିପାରିବେନି ଡ୍ରାଇଭର ମହାସଂଘ

ସାରା ରାଜ୍ୟରେ ଡ୍ରାଇଭର ମହାସଂଘର ଆନ୍ଦୋନଳ ଜାରି ରହିଥିବା ବେଳେ ଏହାରି ଭିତରେ ଆସିଛି ଏକ ବଡ଼ ଖବର । ଆଜିଠାରୁ ସାରା ରାଜ୍ୟରେ ଚାଲିବ ବସ୍ । ଘରୋଇ ବସ୍ ସେବା ଆଜିଠାରୁ ପୁଣି ସ୍ବଭାବିକ ହେବ । ପୁରୀରେ ଚାଲିଥିବା ଘରୋଇ ବସ୍ ମାଲିକ ସଂଘରେ ବସ୍ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ଘରୋଇ ବସ୍ ମାଲିକ ସଂଘ ।

ଅନ୍ୟପକ୍ଷରେ ଆନ୍ଦୋଳନ ବନ୍ଦ ହେବନି କହିଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ସେ କହିଛନ୍ତି, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି। ଆନ୍ଦୋଳନରେ ସାମିଲ୍ ହେବାକୁ ୩୦ ଜିଲ୍ଲାର ଡ୍ରାଇଭରଙ୍କୁ ଅନୁରୋଧ କରୁଛି। ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି। ତେଣୁ ଆମେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା, ଆନ୍ଦୋଳନ ବନ୍ଦ ହେବନି

ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ବସ୍‌କୁ ସୁରକ୍ଷା ଯୋଗାଇବେ ରାଜ୍ୟ ସରକାର । ଏନେଇ ଘରୋଇ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ରାଜ୍ୟର ୭୦ଟି ବସ୍‌ ମାଲିକ ସଂଘ ନିଷ୍ପତ୍ତି ମାନିବେ । ସରକାରଙ୍କ ଆଲୋଚନା ସଫଳ ହୋଇଥିବା କୁହାଯାଉଛି । ହେଲେ ସରକାର ଲେଖିକି ଦେଉନାହାନ୍ତି କାହିଁକି ? ଏହା ଭିତରେ କି ରହସ୍ୟ ଅଛି ଓଡ଼ିଶାବାସୀ ଜାଣିବା ଦରକାର ବୋଲି ସଂଘ ସାମ୍ବାଦିକ ସମ୍ମିଳନୀ କରି କହିଛି

କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହେବ । କଟକ ଘରୋଇ ବସ୍ ମାଲିକ ସଂଘ ଆଉ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବେ ନାହିଁ । ଧର୍ମଘଟର ସମାଧାନ ହେଉ ନ ଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବା ହେଉ ମାଲିକ କ୍ଷତି ସହୁଛନ୍ତି । ତେଣୁ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ । ଏନେଇ ଘରୋଇ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି

ଓଡ଼ିଶା ଡ୍ରାଇଭର ମହାସଂଘ’ର ଦାବିରେ ରାଜ୍ୟର ୫ ଲକ୍ଷରୁ ଅଧିକ ଡ୍ରାଇଭର ଏଥିରେ ସାମିଲ ହୋଇଛନ୍ତି। ୭ ଦଫା ଦାବି ମଧ୍ୟରେ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ କରିବା ସହ ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯିବା ଦାବିକୁ ଅନ୍ତର୍ଭୁକ୍ତ କରାଯାଇଛି