ଡ୍ରାଇଭର ମହାସଂଘ ରେ ପଶିଗଲା କି ରାଜନୀତି ! କଂଗ୍ରେସ ଗାଡି ଛାଡିବାକୁ ଘୋଷଣା କଲେ ପ୍ରଶାନ୍ତ ମେଣ୍ଡୁଲି

ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଲେ ସରଳ ଡ଼୍ରାଇଭରଙ୍କୁ ଆନ୍ଦୋଳନ ନାମରେ ଭ୍ରମିତ କରନ୍ତୁ ନାହିଁ ! କଂଗ୍ରେସ ରାଲିକୁ ସମର୍ଥନ ଦେଇ ଦିନକ ପାଇଁ ସ୍ତଗିତ ରଖିବା ଆନ୍ଦୋଳନ ରେ ରାଜନୀତି ଦେଖାଦେଇଛି ! ଗତ ଚାରି ଦିନ ହେବ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିଛି ! ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ।
ତେବେ ଆଜି ଭୁବନେଶ୍ବରରେ କଂଗ୍ରେସର ସମାବେଶକୁ ଆସୁଥିବା ଗାଡ଼ିକୁ ଅଟକାଇବ ନାହିଁ ଡ୍ରାଇଭର ମହାସଂଘ। ଏନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।
ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଶୁକ୍ରବାର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କୁ ବଡ଼ ଆହ୍ବାନ ଦେଇଛନ୍ତି। ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।ମନ୍ତ୍ରୀ କହିଛନ୍ତି, ନୀରିହ ଡ୍ରାଇଭରମାନଙ୍କୁ ଭ୍ରମିତ କରି କଂଗ୍ରେସ ଏହି ସବୁ କରୁଛି। କାହା କଥାରେ ପଡ଼ି ପଥଭ୍ରଷ୍ଟ ନ ହେବା ପାଇଁ ଡ୍ରାଇଭର ସଂଘକୁ ମନ୍ତ୍ରୀ କହିଛନ୍ତି।
କଂଗ୍ରେସର ସମାବେଶକୁ କଂଗ୍ରେସ କର୍ମୀ ଆସୁଥିବାରୁ ଗାଡିକୁ ନଅଟକାଇବାକୁ ଅନୁରୋଧ କରିଥିଲେ ପିସିସି ସଭାପତି । କଂଗ୍ରେସର ଅନୁରୋଧ ରକ୍ଷା କରି କଂଗ୍ରେସର ଗାଡ଼ିକୁ ଅଟକାଯିବ ନାହିଁ ବୋଲି କହିଛନ୍ତି ଡ୍ରାଇଭର ସଂଘ ସଭାପତି। ଏହାସହ ସମାବେଶକୁ ଗାଡ଼ି ଆଣୁଥିବା ଡ୍ରାଇଭରମାନଙ୍କୁ ବିନା ଭୟରେ ଗାଡ଼ି ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିବୁ ବୋଲି କହିଛନ୍ତି ପ୍ରଶାନ୍ତ ମେଣ୍ଡୁଲି ।
ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ୪୦୦ରୁ ଉର୍ଦ୍ଧ୍ବ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛି । ୩୫ରୁ ଉର୍ଦ୍ଧ୍ବ ଡ୍ରାଇଭର ସଂଘ ପରିବହନ ବିଭାଗ ସହ ରହିଛନ୍ତି । ଆନ୍ଦୋଳନକାରୀ ଡ୍ରାଇଭରମାନେ ଯେଉଁ ଗାଡ଼ି ଚାଳକଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ରାଇଭରମାନେ ଆନ୍ଦୋଳନ ନାମରେ ଜନସାଧାରଣଙ୍କୁ ହଇରାଣ କରିବା ସରକାର ଗ୍ରହଣ କରିବେ ନାହିଁ