July 29, 2025

Odia Express

Leading Odia News Portal of Odisha

ଭିଜିଲାନ୍ସ ଜାଲରେ କୋଟିପତି DFO ନିତ୍ୟାନନ୍ଦ ନାୟ,କୁବେର DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ

ଆଉ ଏକ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ !କେଉଁ ଝର କେନ୍ଦୁ ପତ୍ର ଡି ଏଫ୍ ଓଙ୍କ ଅନୁଗୋଳ ବାସ ଭବନରେ ଭିଜିଲାନ୍ସ ର ଚଢାଉ। ଡ଼ିଏଫଓ ନିତ୍ୟାନନ୍ଦ ନାଏକଙ୍କ ଘରେ ବାଲେଶ୍ବର ଓ କଟକ ସେଲ ଡ଼ିଭିଜନ ଅନୁଗୋଳରେ ଚଢାଉ ହୋଇଛି। ମୋଟ ଚାରୋଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଛି। ଅନୁଗୋଳ ସିମିଳିପଡ଼ା ରେ ୧୨ ଜଣ ଚଢାଉ କରୁଛନ୍ତି!

କୁବେର DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ ! କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ ! ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌, ଝିଅ ନାଁରେ ୪ ପ୍ଲଟ୍‌ ଠାବ ! ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ୪ ମହଲା କୋଠା ! ୧ ଲକ୍ଷ ୧୯ ହଜାର ଟଙ୍କା ଠାବ, ଯାଞ୍ଚ ଜାରି ରହିଛି !ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ!

ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ର ୭ଟି ସ୍ଥାନରେ ରେଡ୍‌ କରିଛି !  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଚଢାଉ କରିଛି ଭିଜିଲାନ୍ସ । ଅନୁଗୁଳ, କେନ୍ଦୁଝର, ନୟାଗଡର ୭ଟି ସ୍ଥାନରେ ରେଡ କରାଯାଇଛି ।ଚଢ଼ାଉ ବେଳେ 3 ଜଣ ଡିଏସ୍ଏସ୍ପି, 10 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ । କୁବେର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ ଠାବ ହୋଇଛି ।

ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ, ଦୁଇ ପୁଅଙ୍କ ନାଁରେ ୧୬ ପ୍ଲଟ, ଠିଅ ନାଁରେ ୪ ପ୍ଲଟ ଠାବ ହୋଇଛି । ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗ ଫୁଟର ୪ ମହଲା କୋଠା ରହିଛି । ୧ ଲକ୍ଷ ୧୯ ହଜାର ଟଙ୍କା ଠାବ ହୋଇଛି । ଯାଞ୍ଚ ଜାରି ରହିଛି ।  ଅନୁଗୁଳରେ ଏକ ଚାରି ମହଲା କୋଠା ରହିଛି , ଅନୁଗୁଳ ରେ ପୈତୃକ ଘର , ଆଙ୍ଗୁଲ ଜଗନ୍ନାଥପୁରରେ ତାଙ୍କ ଶାଶୁଙ୍କ ଘର ,DFO, କେନ୍ଦୁ ପତ୍ରର, କେଓନହାର,କେନ୍ଦୁଝର ରେ ସରକାରୀ ଆବାସିକ କ୍ୱାର୍ଟର୍,ନୟାଗଡ଼ର କୋମାଣ୍ଡା ଠାରେ ତାଙ୍କ ପୁଅର ଆବାସିକ ଘର, ଏବଂ ପୁଅର ଅଫିସ୍ ଚାମ୍ବର ରହିଛି ଅନୁଗୁଳ ରୁ ସ୍ୱସ୍ତିକ ଦେବ ସାହୁ ଙ୍କ ରିପୋର୍ଟ ଓଡ଼ିଆ ଏକ୍ସପ୍ରେସ୍ରେ