ଯାତ୍ରା ଦର୍ଶକଙ୍କ ଭାବନା ସହିତ କାହିଁକି ଖେଳୁଛନ୍ତି ପୀୟୂଷ ତ୍ରିପାଠୀ ! କାହାକୁ ଠକୁଛନ୍ତି ପିୟୁଷ !

ଯାତ୍ରା ଦର୍ଶକଙ୍କ ଭାବନା ସହିତ କାହିଁକି ଖେଳୁଛନ୍ତି ପୀୟୂଷ ତ୍ରିପାଠୀ !କାହାକୁ ଠକୁଛନ୍ତି ପିୟୁଷ ! ଯାତ୍ରା ଦର୍ଶକଙ୍କୁ,ନିଜ ପରିବାର କୁ,ଯାତ୍ରା ମାଲିକ ସଂଘକୁ,ନା ଯାତ୍ରା ମାଲିକଙ୍କୁ ! ନିଜ କଥା ନିଜେ ରଖିପାରିଲେନି ପିୟୁଷ ତ୍ରିପାଠୀ,ଦୁଇ ଯାତ୍ରା ରୁ ଟଙ୍କା ନେଇ ବିବାଦରେ ଫସିଥିଲେ !କହିଥିଲେ ଏ ବର୍ଷ ଦେହ ଖରାପ ପାଇଁ ଯାତ୍ରା କରିବେ ନାହିଁ ,ଏବେ କହିଲେଣି ଯାତ୍ରା କରିବେ
ହଟାତ ବଦଳିଗଲା ପିୟୁଷ ଙ୍କ ନିଷ୍ପତି,ଏବର୍ଷ ଯାତ୍ରା ସିଂହବାହିନୀ ରେ ରହିଲେ ପିୟୁଷ ! ପିୟୁଷ କହିଲେ ବହୁତ ହେଇଗଲା ଏ ବର୍ଷ ମୁଁ ଯାତ୍ରା ସିଂହବାହିନୀ ରେ ଯାତ୍ରା କରିବି ! ଆଉ କୌଣସି ମନାମାନୀ ଚାଲିବ ନାହିଁ,କୌଣସି ମାଲିକ ସଂଘ କଥା ଶୁଣିବେନି ପୀୟୂଷ ତ୍ରିପାଠୀ,ଯାତ୍ରା ମାଲିକ ସଂଘକୁ ସାତ ଦିନ ସମୟ ଦେଇଥିଲି ହେଲେ ଜବାବ କିଛି ମିଳିଲା ନାହିଁ ତେଣୁ ଏ ବର୍ଷ ମୁଁ ଫାଇନାଲ ଯାତ୍ରା ମଞ୍ଚ ରେ ଯୋଗ ଦେବାକୁ ଯାଉଛି ! ଏହା ସହିତ ଗତକାଲି ଯାତ୍ରା ସିଂହବାହିନୀ ମଞ୍ଚ ରେ ସିଂହବାହିନୀ ମାଲିକ ସଂଜୀବ ପାଢୀ କହିଛନ୍ତି ଯେ ଏ ବର୍ଷ ପିୟୁଷ ଆମ ଯାତ୍ରାକୁ ଖୁବ ଶୀଘ୍ର ଆସୁଛନ୍ତି ଓ ଦୁର୍ଗା ପୂଜା ଆଗରୁ ଆମ ଯାତ୍ରା ରେ ଯୋଗଦେବେ ପିୟୁଷ ତ୍ରିପାଠୀ
ତେବେ ପିୟୁଷ ବାରମ୍ବାର କଥା ବଦଳେଇ କାହାକୁ ଠକୁଛନ୍ତି ! ଦର୍ଶକ ଙ୍କ ମନରେ କାହିଁକି ଆଘାତ ଦେଉଛନ୍ତି ପିୟୁଷ ! ଦୁଇ ଯାତ୍ରା ପାର୍ଟିରୁ ଟଙ୍କା ନେଇ ବିବାଦରେ ଫସିବା ପରେ ପ୍ରଥମେ ଟିଭି ସ୍ଟୁଡ଼ିଓ ସମାନରେ ନିଜ ମନ ବଦଳେଇ କହିଲେ ସିଂହବାହିନୀ ରେ ରହିବି ପୁଣି ଯେତେବେଳେ ସୂର୍ଯ୍ୟମନ୍ଦିର ମାଲିକ ଅଭିଯୋଗ କଲେ ସେତେବେଳେ କହିଲେ ଏ ବର୍ଷ ଦେହ ଖରାପ ପାଇଁ ଯାତ୍ରା ରୁ ବିଦାୟ ନେବି ଆଉ ସେଇ ବିଦାୟ ନିଷ୍ପତି ଉପରେ ମୋହର ମାରିଲା ଯାତ୍ରା ମାଲିକ ସଂଘ ଓ ଏ ବର୍ଷ ଘରେ ରହିବା ପାଇଁ ଫାଇନାଲ ହେଇଗଲା
କିନ୍ତୁ ପୁଣି କିଚିଡ଼ନ ପରେ ପିୟୁଷ ଙ୍କ ,ମନ ବଦଳିଗଲା ଓ କହିଥିଲେ ଯଦି ଯାତ୍ରା ମାଲିକ ସଂଘ ଇଛା କରିବେ ତେବେ ମୁଁ ନିହାତି ଏ ବର୍ଷ ଯାତ୍ରା କରିବି କିନ୍ତୁ ଏ ବିଷୟରେ ଯାତ୍ରା ମାଲିକ ସଂଘ କୌଣସି ନିଷ୍ପତି ନେଲେନାହିଁ ଏହାପରେ ପିୟୁଷ କହିଥିଲେ ମୁଁ 2026 ରୁ 2030 ପର୍ଯ୍ୟନ୍ତ ଯାତ୍ରା ସିଂହବାହିନୀ ରେ ରହି କାମ କରିବି ଯେଉଁ କଥା ପରେ ମାଲିକ ସଂଘ ପୁଣି କହିଥିଲେ ଆଗାମୀ ବର୍ଷ ପିୟୁଷ ଉପରେ ନିଷ୍ପତି ନିଆଯିବ ଯାହା ଫଳ ରେ ପିୟୁଷ ଙ୍କୁ ମିଳିଥିଲା ବଡ଼ ସୁଯୋଗ,ଏହି କଥାକୁ ଟାର୍ଗେଟ କରି ପିୟୁଷ ଲେଖିଲେ ନୂଆ ଚିଠି,ସେ କହିଥିଲେ ମୁଁ ଆଗାମୀ ବର୍ଷ କେଉଁଠି ରହିବି ସେ ନିଷ୍ପତି ମୋର ହେବ ଯଦି ମାଲିକ ସଂଘ ଏହା ଉପରେ ହସ୍ତକ୍ଷେପ କରିବେ ତେବେ ମୁଁ ଏ ବର୍ଷ ମଧ୍ୟ ଯାତ୍ରା କରିବି ଓ ସେ ଯାତ୍ରା ମାଲିକ ସଂଘକୁ ସତ ଦିନର ସମୟ ଦେଇଥିଲେ
ବିତିଗଲା ସାତ ଦିନ କୌଣସି ଜବାବ ମିଳିଲା ନାହିଁ ଓ ଶେଷରେ ଏ ବର୍ଷ ମଧ୍ୟ ଯାତ୍ରା କରିବାକୁ ନିଷ୍ପତି ନେଇଛନ୍ତି ପିୟୁସ ତ୍ରିପାଠୀ
ତେବେ ବର୍ତମାନ ସବୁ ଦର୍ଶକଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ପିୟୁଷ କାହା ସହିତ ଛଳନା କରୁଛନ୍ତି ! ନିଜ ଦର୍ଶକଙ୍କ ସହିତ ନା ଯାତ୍ରା ମାଲିକ ସଂଘ ସହିତ ନା ଯାତ୍ରା ମାଲିକଙ୍କ ସହିତ ! କାହିଁକି ବାରମ୍ବାର ପିୟୁଷ ଙ୍କ ମତ ବଦଳି ଯାଉଛି କାହିଁକି ଗୋଟିଏ ଶେଷ ନିଷ୍ପତି ନେଉ ନାହାନ୍ତି ପିୟୁଷ ! ଆଉ କେତେଦିନ ଏଭଳି ଯାତ୍ରା ଚାଲିବ,ପିୟୁଷ ଙ୍କ ବିବାଦ କେବେ ସରିବ ସେ ନେଇ ବଡ ପ୍ରଶ୍ନବାଚୀ ଏବେ ସୃଷ୍ଟି ହେଇଚି