July 29, 2025

Odia Express

Leading Odia News Portal of Odisha

ଦଶହରା ଠାରୁ ସିଂହବାହିନୀ ମଞ୍ଚ ରେ ଚଢ଼ିବେ ପିୟୁଷ ତ୍ରିପାଠୀ,ଆଉ କାହାକଥା ମାନିବି ନାହିଁ ଏଥର ଯାତ୍ରା କରିବି

ଯାତ୍ରା ମଞ୍ଚକୁ ଫେରିବାକୁ ଯୋଜନା କରୁଛନ୍ତି ଅଭିନେତା ପିୟୁଷ ତ୍ରିପାଠୀ ! ଆଉ କୌଣସି କଥା କିମ୍ବା କୌଣସି ବିବାଦକୁ ଖାତିର କରିବେ ନାହିଁ ଯାତ୍ରା ଜଗତର ଚର୍ଚିତ ଅଭିନେତା ପିୟୁଷ ତ୍ରିପାଠୀ ! ତେବେ କାହା ମଞ୍ଚରେ ଚଢ଼ି ଦର୍ଶକଙ୍କ ମନରୋଞ୍ଜନ କରିବେ ପୀୟୂଷ । ବେଶ୍ କିଛି ଦିନର ନିରବତା ପରେ ପୁଣି ଫେରିଛି ପୀୟୂଷ କଣ୍ଟ୍ରଭର୍ସି । ଯାତ୍ରା ସିହିଂସବାହିନୀକୁ ପୀୟୂଷ ଫେରିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେଲାଣି ।

ବର୍ଷେ ବିଶ୍ରାମ ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲି ଓହରିଛି, ବିବାଦ ପିଛା ନ ଛାଡ଼ିବାରୁ ଚଳିତ ବର୍ଷ ଯାତ୍ରା ମଞ୍ଚକୁ ଚଢ଼ିବି ବୋଲି ଏକ ସାକ୍ଷାତକାର ରେ କହିଛନ୍ତି ପିୟୁଷ ତ୍ରିପାଠୀ ! ସେ କହିଛନ୍ତି ଯେ ଭୁଲ କରିଥିବାରୁ ବର୍ଷେ ବିଶ୍ରାମ ନେବାକୁ ଚାହିଁଥିଲି, ୨୦୨୬-୨୭ରୁ ପାଞ୍ଚ ବର୍ଷ ପାଇଁ ସିଂହବାହିନୀ ଯିବାକୁ ଚୁକ୍ତି କରିଥିଲି ମାତ୍ର ମାଲିକ ସଂଘ ଏହାକୁ ମଧ୍ୟ ଗ୍ରହଣ ନେଇ କିଛି କହିଲେନି, ଯଦି ବିବାଦରେ ରହିବି, ତାହେଲେ ବର୍ଷେ କାହିଁକି ଅପେକ୍ଷା କରିବି ବୋଲି ସେ କହିଛନ୍ତି

ଦୁଇଟି ମାଲିକ ତଥା ସୂର୍ଯ୍ୟ ମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ ଓ ସିଂହବାହିନୀ ମାଲିକ ସଞ୍ଜୀବ ପାଢୀଙ୍କଠାରୁ ଟଙ୍କା ନେଇ ଅଡୁଆରେ ଥିଲେ ପୀୟୂଷ। ଶେଷରେ ମାଲିକ ସଂଘ ପୀୟୂଷ ଉପରେ ଚାପ ପକାଇବାରୁ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ପୀୟୂଷ ନିଷ୍ପତି ନେଇଥିଲେ କି ୨୦୨୫-୨୦୨୬ ବର୍ଷରେ କାମ କରିବେ ନାହିଁ। ହେଲେ ଆଗାମୀ ବର୍ଷ ପାଇଁ ପୀୟୂଷଙ୍କ ସମ୍ପର୍କରେ ମାଲିକ ସଂଘ ନିଷ୍ପତ୍ତି ନେବ ବୋଲି କହିଥିଲା ।ହେଲେ ପୀୟୂଷ ମାଲିକ ସଂଘକୁ ଚିଠି ଲେଖି ଜଣାଇଥିଲେ ଥିଲେ କି,ମୋର ବ୍ୟକ୍ତିଗତ ନିଷ୍ପତି ଉପରେ ସଂଘ ନିଷ୍ପତି ନେବାକୁ କିଏ ବୋଲି ପ୍ରଶ୍ନ କରିଥିଲେ ? ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ କହିଥିଲେ। କିନ୍ତୁ ୧୫ ଦିନ ବିତିଯାଇଥିଲେ ବି ସଂଘ ଉତ୍ତର ରଖିନାହିଁ

ତେବେ ପିୟୁଷ ଏଥର ନିଜ ନିଷ୍ପତି ର କାରଣ ମାଲିକ ସଂଘ କୁ ଦୋଷ ଦେଇଛନ୍ତି,ପୂର୍ବରୁ ପିୟୁଷ ଙ୍କ ବାପା ଗୋଟିଏ ଚିଠି ଲେଖିଥିଲେ ପିୟୁଷ ଯାତ୍ରା ନ କରିବା ପାଇଁ ଆଉ ଏବେ ପିୟୁଷ ମାଲିକ ସଂଘ କୁ ଏକା ଚିଠି ଲେଖିଛନ୍ତି ଓ ଏହାର ଜବାବ ନ ମିଳିବାରୁ ଏ ବର୍ଷ ଯାତ୍ରା କରିବାକୁ ଶେଷରେ ନିଷ୍ପତି ନେଇଛନ୍ତି ସେପଟେ ଯାତ୍ରା ସିଂହବାହିନୀ ମାଲିକ ମଂଚ ଉପରେ କହିଲେଣି ପୀୟୂଷ ଏ ବର୍ଷ ହିଁ ଆମ ଯାତ୍ରା ପାର୍ଟିରେ ଯୋଗଦେବେ ଓ ଦୁର୍ଗରେ ପୂଜା ଆଗରୁ ପିୟୁଷ ଯାତ୍ରା ସିଂହବାହିନୀ ରେ ଯୋଗଦେବେ

ତେବେ ସବୁ ପ୍ରଶ୍ନ ର ଉତର ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ଅଭିନେତା ପିୟୁଷ ତ୍ରିପାଠୀ ଓ ସେ ଦଶହରା ଠାରୁ ସିଂହବାହିନୀ ଯାତ୍ରା ମଂଚ ରେ ଚଢ଼ିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହେଇଚି