July 29, 2025

Odia Express

Leading Odia News Portal of Odisha

ଭାଇରଲ ହେଲାଣି ନୂଆ ମନ୍ତ୍ରୀମଣ୍ଡଳ ଲିଷ୍ଟ,ସାମିଲ ହେବେ ନୂଆ ମନ୍ତ୍ରୀ,ସମୟ ଘନେଇ ଆସିଲା ମନ୍ତ୍ରୀ ପଦ ଛାଡ଼ିବେ କିଛି ମନ୍ତ୍ରୀ ।

ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳ ବଢିବା ନେଇ ଚାଲିଛି ଅଙ୍କ କଷାମୋହନ ମାଝି ବିଦା କରିବେ ଏହି ମନ୍ତ୍ରୀ ମାନଙ୍କୁ ଭିଡକୁ ନୁହଁନ୍ତି ଏମାନେ !ଆସିଗଲା ବଡ ଖବର,ମୋହନ ମାଝି ଲିଷ୍ଟ କଲେଣି ପ୍ରସ୍ତୁତ। ଏଥର ପାଳି ପଡ଼ିବ ଏହି ମନ୍ତ୍ରୀ ମାନଙ୍କର। ଏମାନଙ୍କୁ ତଡ଼ିବେ ନୂଆଙ୍କୁ ଆଣି ଗାଦିରେ ବସାଇବେ । ମନ୍ତ୍ରୀ ମଣ୍ଡଳରେ ହେବ ଅଦଳ ବଦଳ । ବିଦା ହେବେ ଏହି ମନ୍ତ୍ରୀ, ଗାଦିରେ ବସିବେ ନୂଆ ମନ୍ତ୍ରୀ । କେଉଁ ଅପାରଗ ମନ୍ତ୍ରୀ ହେବେ ବିଦା ? କେଉଁ ମନ୍ତ୍ରୀଙ୍କୁ ବିଦା କରି କେଉଁ ନୂଆ ଚେହେରାଙ୍କୁ ଗୁରୁ ଦାୟିତ୍ଵ ଦେବେ !

ଦର୍ଶକ ବନ୍ଧୁ ଏକ ବର୍ଷ ହେଲା ବିଜେପି ପ୍ରଥମ ଥର ଓଡ଼ିଶାରେ କ୍ଷମତାକୁ ଆସି ଶାସନ କରୁଛି । ଆଉ ଏହି ଏକ ବର୍ଷ ଭିତରେ ଓଡ଼ିଶାରେ ଏମିତି ସବୁ ଘଟଣା ଘଟି ଗଲାଣି ଯାହା ବିଜେପିକୁ ଚିନ୍ତାରେ ପକାଇ ଦେଇଛି । ଲୋକେ ଏବେ ଦଳ ଉପରେ ଅସନ୍ତୋଷ ଝାଡ଼ିବା ଆରମ୍ଭ କଲେଣି । ମୋହନ ସରକାରଙ୍କ ମୁଣ୍ଡ ଟିଣ ହେଲାଣି । ବିରୋଧୀ ଗୋଟେ ପଟେ ଜଗି ରହିଥିବା ବେଳେ ।

ଏପଟେ ରାଜ୍ୟର ଅବସ୍ଥା ଓ ବର୍ତ୍ତମାନର ସ୍ଥିତି ବିଜେପି ପାଇଁ ଭାରି ଅଡ଼ୁଆ ସୃଷ୍ଠି କରୁଛି । ତେଣୁ ବାଧ୍ୟ ହୋଇ ମୋହନ ମାଝି ନେବେ ବଡ ନିଷ୍ପତ୍ତି। ଅପାରଗ ମନ୍ତ୍ରୀ ମାନଙ୍କୁ ବିଦା କରିବାକୁ କୁଆଡେ ପ୍ରସ୍ତୁତ କଲେଣି ଲିଷ୍ଟ । ଗୋଟେ ପଟେ କେନ୍ଦ୍ରର ଫୋକସରେ ରହିଛି ଓଡ଼ିଶା । ମୋଦି ଇସ କିନା ହେଲେ ଓଡ଼ିଶା ଧାଇଁ ଆସୁଛନ୍ତି । କେନ୍ଦ୍ର ବି ଚାପ ପକାଉଛି ସାଧାରଣ ଜନତାଙ୍କ ସମସ୍ୟାକୁ ମୂଳ ପୋଛ କରି ବିଶ୍ୱାସ ଜିତି ସ୍ଥିର ସରକାର ବାଜୟୀ ରଖିବା ପାଇଁ । କେନ୍ଦ୍ରୀୟ ନେତା ବି ଘନ ଘନ ଓଡ଼ିଶା ଆସୁଛନ୍ତି । ନେତା ମନ୍ତ୍ରୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇ ଯାଉଛନ୍ତି । ହେଲେ ଏତେ ପରେ ବି ଅପାରଗ ମନ୍ତ୍ରୀଙ୍କ କାର୍ଯ୍ୟ ଶୁନ କୁ ଫଳ ଶୁନ ।

ତେଣୁ ବେଳ ଥାଉ ଥାଉ ବନ୍ଧ ବାନ୍ଧିବାକୁ ଏବେ ବିଜେପି ନେବାକୁ ଯାଉଛି ନିଷ୍ପତ୍ତି। ମୋହନ ସରକାର ବଡ ନିଷ୍ପତ୍ତି ନେବେ । ଅଳସୁଆ ମନ୍ତ୍ରୀଙ୍କୁ ବିଦା କରିବେ । ଲୋକେ କହୁଛନ୍ତି ମୋହନ ମାଝିଙ୍କୁ କଠୋର ହେବାକୁ ପଡ଼ିବ ନହେଲେ ଆଉ ଉପାୟ ନାହିଁ। ଏକ ବର୍ଷ ହୋଇଗଲା ଶାସନକୁ ଯେଉଁ ମନ୍ତ୍ରୀ ମାନଙ୍କୁ ଯେଉଁ ବିଭାଗର ଦାୟିତ୍ବ ଦିଆ ଯାଇଛି ସେମାନଙ୍କୁ ସରକାର ଏବେ ହିସାବ ମାଗୁଛନ୍ତି ରିପୋର୍ଟ କାର୍ଡ କୁଆଡେ ମାଗୁଥିବା ଚର୍ଚ୍ଚା ହେଉଛି । କେତେ ଜିଲ୍ଲା ଯାଇ କେତେ ସମସ୍ୟା ଗ୍ରାଉଣ୍ଡରୁ ପରଖି ମୂଳ ପୋଛ କରିଛନ୍ତି ତାହା ମନ୍ତ୍ରୀ ଦେଖାଇ ନ ପାରିଲେ। କେତେ ଜନତାଙ୍କ ସମସ୍ୟା ସମାଧାନ କରିଛନ୍ତି।

ନିଜ ନିଜ ବିଭାଗର ଦାଇତ୍ୱ କିଏ କେତେ ଦୂର ତୁଲାଇ ପାରିଛନ୍ତି ତାର ହିସାବ ନ ଦେଇ ପାରିଲେ ତଡା ଖାଇବେ ମନ୍ତ୍ରୀ । ଆଉ ଏହା ମଧ୍ୟ କୁହାଯାଉଛି କି ଅପାରଗ ମନ୍ତ୍ରୀ ମାନଙ୍କ ଲିଷ୍ଟ ବାହାର କରି ସାରିଲେଣି ମୁଖ୍ୟମନ୍ତ୍ରୀ ମୋହନ ମାଝି । ବିରୋଧୀ ମାନେ ଯେଉଁ ଭଳି ଭାବରେ ସରକାରକୁ ଘେରୁଛନ୍ତି। ଆଉ ବିଜେଡି ସହ ମିଶି ସରକାର ଭାଙ୍ଗିବାକୁ କଂଗ୍ରେସ ଯେଉଁ ଭଳି ଉଚ୍ଛନ୍ନ ହେଉଛି । ସବୁକିଛିକୁ ଦୃଷ୍ଟିରେ ରଖି ବିଜେପି ଏବେ ନେବାକୁ ଯାଉଛି ବଡ ନିଷ୍ପତ୍ତି । ଆଉ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମନମୋହନ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରୁ ଫେରିବା ପରେ ଲୋକେ କହୁଛନ୍ତି ଲିଷ୍ଟ ନେଇ ଫେରିଥିବେ । ଏବେ ଏକ ଦମ୍ ଆକ୍ଟଭି ମୁଡ଼ରେ ବିଜେପି ।

ଗଠନ ହେବ ରାଜ୍ୟ ବିଜେପିର ନୂଆ ଟିମ୍ । ଦଳୀୟ ସଂଗଠନରୁ ନେଇ ବୋର୍ଡ ନିଗମରେ ନୂଆ ଲୋକଙ୍କୁ ନିଯୁକ୍ତି ମିଳିବ। ମନ୍ତ୍ରିମଣ୍ଡଳର ବି ସମ୍ପ୍ରସାରଣ ହେବ। ଏଥିପାଇଁ ବେଶ୍ କିଛି ଦିନ ହେବ ଚାଲିଥିବା ଚର୍ଚ୍ଚା ଆଲୋଚନା ବାବଦରେ ଆଜି ସ୍ପଷ୍ଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି, ସବୁ ପାଇଁ ପ୍ରକ୍ରିୟା ଚାଲିଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ କାମ। ଏ ନେଇ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଯୋଗ୍ୟତା, ଦକ୍ଷତା ଏବଂ ଅଭିଜ୍ଞତା ଆଧାରରେ ଲୋକଙ୍କୁ ସୁଯୋଗ ମିଳିବ। ବଡ଼ କଥା ହେଲା ଦିନେ ଦୁଇ ଦିନ ଭିତରେ ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା ହେବ। ଦଳୀୟ ସମ୍ବିଧାନ ଅନୁସାରେ ଏଥିରେ 25 ପ୍ରତିଶତ ନୂଆ ଚେହେରାଙ୍କୁ ସୁଯୋଗ ମିଳିବ ।

ପ୍ରଥମେ ସଂଗଠନ, ବୋର୍ଡ ନିଗମ ପରେ ହେବ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ରାଜ୍ୟ କମିଟି, ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ଗଠନ କାମ ସାରିବା ନେଇ ଦିଲ୍ଲୀରେ ରାଜ୍ୟର ଦଳୀୟ ସାଂସଦ, ସଭାପତି ଓ ପ୍ରଭାରୀଙ୍କ ଉପସ୍ଥିତିରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଚର୍ଚ୍ଚା ହେଇଛି । ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍ତି। ଠିକ୍ ସମୟରେ ସବୁ ନିଷ୍ପତ୍ତି ନିଆଯିବ । ମନ୍ତ୍ରୀ ମଣ୍ଡଳ 6 ପଦବୀ ପୂରଣ, ବୋର୍ଡ ଓ ନିଗମ ନିଯୁକ୍ତି ଖୁବ୍ ଶୀଘ୍ର ହେବ।ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିଛି ରାଜ୍ୟର କେତେକ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ସେମାନେ କହିଛନ୍ତି ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଯାହା ପାର୍ଟିର ନେତୃତ୍ୱ ସ୍ଥିର କରିବେ ସେହି ଅନୁସାରେ କାମ ହେବ। ତେବେ ଆଗକୁ ଦେଖିବାକୁ ବାକି ରହିଲା ବିଜେପି କାହାକୁ କରୁଛି ଭରସା ଓ କାହାକୁ କରୁଛି ବିଦା। ତେବେ କେଉଁ ମାନେ ବାଦ ପଡ଼ିବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନୀ ।