ସରକାରଙ୍କୁ ପୁଣି ଚେତାବନୀ ଦେଲା ଡ୍ରାଇଭର ସଂଘ,ପୁଣି ଆନ୍ଦୋଳନ କରିବ ଡ୍ରାଇଭର ସଙ୍ଘ ଦେଲା ଚେତାବନୀ !

ମୁଁହ ଖୋଲି ସଙ୍ଘ ସଭାପତି ପ୍ରଶାନ୍ତ ମେଣ୍ଟୁଲି ଦେଲେ ବଡ ସଙ୍କେତ ।କହିଲେ ସରକାର ଭାବନ୍ତୁନି ଆମେ ନିରବି ଗଲୁ ଆମେ ପୁଣି କରିବୁ ଆନ୍ଦୋଳନ ! ଆନ୍ଦୋଳନରୁ ଓହରି ଯାଇଥିବା ଡ୍ରାଇଭର ସଂଘ ପୁଣି ଦେଲା ସରକାରଙ୍କୁ ଚେତାବନୀ । ସରକାର ଭାବନ୍ତୁ ନାହିଁ ଡ୍ରାଇଭର ସଂଘ ନିରବୀ ଗଲା । ଆମେ ପୁଣି ଓଲ୍ହାଇବୁ ଆନ୍ଦୋଳନକୁ ଆଉ ପୁଣି ରାଜ୍ୟରେ କରିଦେବୁ ଅଖ ଚକ ବନ୍ଦ। ଯଦି ସରକାର ଆମ ଦାବି ନ ଶୁଣନ୍ତି ତେବେ ପୁଣି ଓଡ଼ିଶାରେ ଗାଡ଼ି ଗଡିବ ନାହିଁ ।
ହଁ ଦର୍ଶକ ବନ୍ଧୁ କିଛି ଦିନ ସ୍ଵାଭାବିକ ହେବା ପରେ ପୁଣି ଆଜି ଡ୍ରାଇଭର ସଙ୍ଘ ସଭାପତି ପ୍ରଶାନ୍ତ ମେଣ୍ଟୁଲି ସରକାରଙ୍କୁ ହାଲକେଇ ଚେତାବନୀ ଦେଇଛନ୍ତି । କହିଛନ୍ତି ଆମେ ଚେତାବନୀ ଦେଉନୁ କିନ୍ତୁ କଥାରେ କଥାରେ କେଉଁଠି ନା କେଉଁଠି ସରକାରଙ୍କୁ ଚେତେଇ ଦେଇଛନ୍ତି । କହିଛନ୍ତି ଓଡ଼ିଶା ଦେଖିଛି ଝଲକ ଆଉ ଯଦି ସରକାର ଡ୍ରାଇଭର ମାନଙ୍କ ଦାବି ନ ଶୁଣନ୍ତି ତେବେ ଆଗକୁ ପୁଣି ଆମେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ।
ଡ୍ରାଇଭର ମାନଙ୍କ ଗୁରୁତ୍ଵ କେତେ ଏଇ କିଛି ଦିନ ଆନ୍ଦୋଳନରେ ଜନ ସାଧାରଣ ଓ ସରକାର ବୁଝି ସାରିଛନ୍ତି। ତେବେ ସରକାରଙ୍କ କଥା ମାନି ଆମେ ଆନ୍ଦୋଳନରୁ ଓହରି ଗଲୁ। କିନ୍ତୁ ସରକାର ଯଦି ଆମ ଦାବି ପୂରଣ ନ କରିବେ ତେବେ ପୁଣି ଥରେ ଆମେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ । ଆମେ ସରକାର କେଉଁ ଦଳର ଅଛି ତାହା ଜାଣି ନାହୁଁ ହେଲେ ସରକାର ଯେଉଁ ଦଳର ଥିଲେ ବି ଆମେ ସମାନ ଦାବି କରିବୁ ।
ଆମେ ରାଜନୀତି କରୁ ନାହୁଁ ଆମେ ଡ୍ରାଇଭର ଭାଇ ମାନଙ୍କ ସ୍ବାର୍ଥ ପାଇଁ ଲଢେଇ କରୁଛୁ। ତେବେ ଦର୍ଶକ ବନ୍ଧୁ ଡ୍ରାଇଭର ଆନ୍ଦୋଳନ ସମୟରେ ୧୩ ତାରିଖରେ ଗିରଫ ହୋଇ ଜେଲ ଯାଇଥିବା ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା ଜେଲରୁ ବାହାରିଛନ୍ତି। ଆଉ ଓଡ଼ିଶା ଡ୍ରାଇଭର ସଂଘ ଆଦିତ୍ୟ ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛି।
ଏହି ସମୟରେ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହିଥିବା ବେଳେ । ୭ ଦଫା ଦାବିରେ ଡ୍ରାଇଭର ମହାସଙ୍ଘ ରାଜ୍ୟ ବ୍ୟାପି ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଥିଲା। ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ରାଜ୍ୟ ଡ୍ରାଇଭର ମହାସଂଘ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କୁ ପୋଲିସ ଗିରଫ କରିଥିଲା ।
ଡ୍ରାଇଭରମାନେ ଧର୍ମଘଟ ଆଳରେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା କରୁଛନ୍ତି ଏବଂ ଅନ୍ୟ ଡ୍ରାଇଭରମାନଙ୍କୁ ମାରଧର ଏବଂ ଧମକାଉଛନ୍ତି ବୋଲି ଭୁବନେଶ୍ବର ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲା ମିନିଟ୍ରକ ମାଲିକ ସଂଘ। ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଦିତ୍ୟ ଜେଲ ରୁ ଆସିବା ପରେ ସଂଘ ସଭାପତି କହୁ କହୁ କଥାରେ କଥାରେ କହି ଦେଇଛନ୍ତି ସରକାର ସଂଘର ଦାବି ନଶୁଣିଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ।