January 18, 2026

Odia Express

Leading Odia News Portal of Odisha

ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ନିଆଁ ଲାଗି ଜଳିଗଲା

ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ନିଆଁ ଲାଗି ଜଳିଗଲା ଆଜବେଷ୍ଟସ ଘର। ଘର ଭିତରୁ ସରୋଜ ସାହୁ ଉଦ୍ଧାର, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା,ମୃତ୍ୟୁର କାରଣ ଅସ୍ପଷ୍ଟ। ଭଡା ଘରେ ପରିବାର ସହ ରହୁଥିଲେ ସରୋଜ । ମାତ୍ର ସରୋଜଙ୍କ ସ୍ତ୍ରୀ ଓ ଛୋଟ ପୁଅ ବାହାରେ ଥିବା ସମୟରେ ଘର ଭିତରେ ଏକା ଥିଲେ ସେ ।

ଘରେ ନିଆଁ ଲାଗିଥିବା ଖବର ପାଇ ଅନୁଗୋଳ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସରୋଜଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।