August 4, 2025

Odia Express

Leading Odia News Portal of Odisha

ଢେଙ୍କାନାଳ Waaree Energies ସିକ୍ୟୁରିଟି ଇନଚାର୍ଜଙ୍କ ଦାଦାଗିରି ! ସିକ୍ୟୁରିଟି ଗାର୍ଡ ପିଲାଙ୍କୁ ଛଟେଇ କରି କହୁଛନ୍ତି କଣ ତମ ବାପା ଜାଗା

ହାତୀ ବଣ ରେ ଜଗିଥିଲୁ ଏବେ କମ୍ପାନୀ ହେଲା ବେଳକୁ ଆମକୁ ବାହାର କରିଦେଲେ !Waaree ଏନର୍ଜି ପାଇଁ ନାନା ବିବାଦ ବିଭିର୍ଣ୍ଣ ସମୟରେ ଦେଖିବାକୁ ମିଳିଛି,ଢେଙ୍କାନାଳ ରେ Waaree ଏନର୍ଜି ସୋଲାର ପ୍ଲାଣ୍ଟ ହେବାକୁ ଅନେକ ଦିନରୁ ସ୍ଥିର ହେବ ପରେ ମଧ୍ୟ ନାନା ବିବାଦ ପାଇଁ କାମ ମନ୍ଥର ଗତିରେ ଚାଲିଛି,କେବେ ଖବର ଆସୁଛି Waaree ଏନର୍ଜି କମ୍ପାନୀ ଚାଲିଯିବ ତ କେବେ ଖବର ଆସୁଛି Waaree ଏନର୍ଜି ରହିବ,ତେବେ ଏଭିତରେ ପୁଣି ଗୋଟିଏ ବିବାଦ ମୁଣ୍ଡ ଟେକିଚି,କମ୍ପାନୀ ଆରମ୍ଭ ହେବା ଆଗରୁ ପ୍ରାୟ 35 ରୁ 40 ଜଣ ସ୍ଥାନୀୟ ଅଞ୍ଚଳର ଯୁବକକୁ ସିକ୍ୟୁରିଟି ଗାର୍ଡ ଭାବେ ନିଜକୁଟି କରାଯାଇଥିଲା ଯାହାକି SIS ସିକ୍ୟୁରିଟି ଏଜେନ୍ସି ଦ୍ୱାରା ନିଯୁକ୍ତି କରାଯାଇଥିଲା ମାତ୍ର କିଛି ମାସ ମଧ୍ୟରେ ନିଯୁକ୍ତି କରାଯାଇଥିବା ସିକ୍ୟୁରିଟି ଗାର୍ଡ ଙ୍କୁ ଏବେ ବାହାର କରିଛନ୍ତି Waaree Energies ସିକ୍ୟୁରିଟି ଇନଚାର୍ଜ

ତେବେ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେତେବେଳେ ଏଠାରେ ଘଞ୍ଚ ଜଙ୍ଗଲ ହେଇଥିଲା ହାତୀ ପ୍ରବଳ ଆସୁଥିଲେ ବିନା ଲାଇନ ରେ ଆମେ ଏଠାରେ ରହିଥିଲୁ କିନ୍ତୁ ଆଜି ଯେତେବେଳେ କମ୍ପାନୀ ଆରମ୍ଭ ହେବାକୁ ଯାଉଛି ସେ ସମୟରେ ଆମକୁ ବାହାର କରିଦେଲେ ଓ ନୂଆ ସିକ୍ୟୁରିଟି ପିଲାଙ୍କୁ ବାହାର ଅଞ୍ଚଳରୁ ଆଣି ନିଯୁକ୍ତି ଦେଇଥିବା ଅଭିଯୋଗ ହେଇଚି

ଏହାସହିତ ସିକ୍ୟୁରିଟି ଇନଚାର୍ଜ ଙ୍କ ଦାଦାଗିରି ମଧ୍ୟ ଚାଲୁରହିଥିବା ଅଭିଯୋଗ ଆସିଛି ! କାହିଁକି ତାଙ୍କୁ ବାହାର କରି ନୂଆ ପିଲା ନିଯୁକ୍ତି କରାଯିବ ବୋଲି ପ୍ରଶ୍ନ କରିବାରୁ ସିକ୍ୟୁରିଟି ଇନଚାର୍ଜ ଦୀପକ ବାବୁ କହିଛନ୍ତି ଏଟା କଣ ତୁମ ବାପା ଜାଗା,ଏଠାକୁ କାହିଁକି ଆସିଛ କହିବା ସହିତ ଅନେକ ଅସଭ୍ୟ ଭାଷା କହୁଥିବା ଅଭିଯୋଗ କରିଛନ୍ତି ପୂର୍ବ ନିଯୁକ୍ତ ସିକ୍ୟୁରିଟି ଗାର୍ଡ

ପୂର୍ବରୁ କମ୍ପାନୀ ପ୍ରତିଷ୍ଠା ସମୟରେ ସରକାର ପ୍ରତିଶୃତି ଦେଇଥିଲେ ଯେ ସ୍ଥାନୀୟ ଅଂଚଳର ଯୁବକ ମାନେ ନିଯୁକ୍ତି ହେବାକୁ ପ୍ରାଥମିକତା ଦିଆଯିବ କିନ୍ତୁ ବର୍ତମାନ ସିକ୍ୟୁରିଟି ଗାର୍ଡ ରଖିବା ସମୟରେ ମଧ୍ୟ ଏ ନିୟମ ଭାଙ୍ଗିସାରିଲେଣି ସିକ୍ୟୁରିଟି ଇନଚାର୍ଜ ଓ କମ୍ପାନୀ ର ଉପରିସ୍ଥ ଅଧିକାରୀ ବୋଲି ଅଭିଯୋଗ ହେଇଚି ଓ କମ୍ପାନୀ ହେବା ପରେ କଣ ସତରେ ସ୍ଥାନୀୟ ଅଂଚଳର ଯୁବକ ମନକୁ ପ୍ରାଥମିକତା ଦିଆଯିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଚି

ତେବେ ଅନେକ ବୁଝାସୁଝା ପରେ ଶେଷରେ ବେଲଟିକିରି ଓ ନେଉଳପୋଇ ପଞ୍ଚାୟତ ର ପିଲାମାନେ କେବଳ ରହିବେ ଓ ଅନ୍ୟାପିଲାଂକୁ ଆଗାମୀ ଦିନରେ ନିଯୁକ୍ତି ଦେବାକୁ ନିଷ୍ପତି ହେଲା,ତେବେ ସିକ୍ୟୁରିଟି ଇନଚାର୍ଜ ଙ୍କ କାର୍ଯ୍ୟକଳାପ ଓ ବ୍ୟବହାରକୁ ଘୋର ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକ