January 18, 2026

Odia Express

Leading Odia News Portal of Odisha

ଛାତ୍ରୀ ସୁରକ୍ଷା ପ୍ରତି ସଜାଗ କେନ୍ଦୁଝର ପୋଲିସ !

କେନ୍ଦୁଝର ପୋଲିସ ପକ୍ଷରୁ ଛାତ୍ରୀ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ କନକମାଞ୍ଜରୀ ମହିଳା ମହାବିଦ୍ୟାଳୟ ଶାଳପଡା ଠାରେ ଅନୁଷ୍ଠିତ ହୋଇଯାଇଛି,ଦିନକୁ ଦିନ ବଢ଼ି ଚାଲିଥିବା ନାରୀ ନିର୍ଯାତନା ଓ ଛାତ୍ରୀ ଆତ୍ମହତ୍ୟା କୁ ଦୃଷ୍ଟି ରେ ରଖି କେନ୍ଦୁଝର ପୋଲିସ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି

ଆନନ୍ଦପୁର ଏସ.ଡି.ପି.ଓ ପ୍ରଶାନ୍ତ କୁମାର ବେହେରା ଙ୍କ ଆବାହକତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଏସ.ପି ନୀତିନ କୁଶାଲକର ଯୋଗ ଦେଇ ଛାତ୍ରୀ ମାନଙ୍କୁ ଡେମୋ ମାଧ୍ୟମରେ ଛାତ୍ରୀ ବିପଦ ସଂକୁଳ ଅବସ୍ଥାରେ ଥିବାବେଳେ 112 କୁ ଫୋନ କରି କିଭଳି ଭାବେ ନିଜକୁ ସୁରକ୍ଷା ଦେଇପାରିବ ତାହା ସଚେତନ କରାଇଥିଲେ

ଏବଂ ଜିଲ୍ଲା ର ପ୍ରତ୍ୟେକ ଛାତ୍ରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହିଭଳି ଛାତ୍ରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପ୍ରୟାସ କରିବାର ପ୍ରତିଶୃତି ମଧ୍ୟ ଦେଇଥିଲେ !