January 18, 2026

Odia Express

Leading Odia News Portal of Odisha

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କର୍ମଚାରୀ,ଜନ୍ମ ପ୍ରମାଣ ପତ୍ର ସଂଶୋଧନ ପାଇଁ 3000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି

ମୁନିଗୁଡା ସ୍ବାସ୍ଥ୍ୟ କେନ୍ଦ୍ର ର କାଯ୍ୟ ରତ କର୍ମଚାରୀ କୁଞ୍ଜ ବିହାରୀ ରାଉତ ଜନ୍ମ ପ୍ରମାଣ ପତ୍ର ସଂଶୋଧନ ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଭିଯାନ ସମୟରେ ରଙ୍ଗିନ ଟଙ୍କା ଜବତ ହୋଇଥିଲା। ସେଥିସହିତ, ମୁନିଗୁଡାର ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟ ଓ ବିଷମକଟକ ଡୁକୁମ୍ ରୋଡରେ ଥିବା ତାଙ୍କ ଘରରେ ମଧ୍ୟ ଚଢ଼ାଉ କରି ତଦନ୍ତ ଚାଲିଛି।

ସରକାର ପକ୍ଷରୁ ଜନ୍ମ ପ୍ରମାଣ ପତ୍ରକୁ ସରଳ ଏବଂ ଶୁଳ୍କମୁକ୍ତ ପ୍ରକ୍ରିୟାରେ ଲୋକଙ୍କୁ ଦେବାକୁ ବ୍ୟବସ୍ଥା କରାଯାଇଥିବା ସତ୍ତେ, କୁଞ୍ଜ ବିହାରୀ ରାଉତ ଲାଞ୍ଚ ନେଇନଥିଲେ ପ୍ରମାଣ ପତ୍ର ଦେଇନଥିଲେ, ଫଳରେ ସାଧାରଣ ଲୋକଙ୍କୁ ହଇରାଣ କରୁଥିଲେ।

ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ଯେ, ଏଭଳି ଦୁର୍ନୀତିବାଜ କର୍ମଚାରୀମାନଙ୍କ ବିରୋଧରେ କଟକଣା ଅଭିଯାନ ଜାରି ରହିବ ଓ ଲାଞ୍ଚ ଗ୍ରହଣକାରୀମାନଙ୍କୁ କୌଣସି ପରିସ୍ଥିତିରେ ଛାଡ଼ ଦିଆଯିବ ନାହିଁ।