October 13, 2025

Odia Express

Leading Odia News Portal of Odisha

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କଲା ଡାଇନାମିକ କରାଟି !

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାଇନାମିକ କରାଟି ତାଲିମ କେନ୍ଦ୍ର ର ଛାତ୍ର ଛାତ୍ରୀ ମାନେ କଲିକତା ର ଆଲ୍ଲା ମୋହନ ଦାସ ଇଣ୍ଡୋର ଷ୍ଟାଡିଅମ ହାଉଡ଼ା ଠାରେ ଅନୁଷ୍ଠିତ ହୋଇଥିବା ତୃତୀୟ ଅନ୍ତର୍ଜାତୀୟ କରାଟି ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଦୁଇଟି ସ୍ଵର୍ଣ ପଦକ, ଦୁଇଟି ରୋପ୍ୟ ପଦକ ଓ ତିନୋଟି ବ୍ରୋଞ୍ଜ ପଦକ ହାସଲ କରି କେନ୍ଦୁଝର ଜିଲ୍ଲା ପାଇଁ କୃତିତ୍ୱ ହାସଲ କରିପାରିଛନ୍ତି !

ଏହି ଅନ୍ତର୍ଜାତୀୟ କରାଟି ପ୍ରତିଯୋଗିତା ରେ ମୋଟ ଆଠ ଗୋଟି ଦେଶର ଏକ ହଜାର ପ୍ରତିଯୋଗୀ ଭାଗ ନେଇଥିବା ବେଳେ କେନ୍ଦୁଝର ଆନନ୍ଦପୁର ରୁ ସାତ ଜଣ ଛାତ୍ର ଛାତ୍ରୀ ସଫଳତା ପାଇ ଅନୁଷ୍ଠାନ ପାଇଁ ଓ ଅଞ୍ଚଳ ବାସୀଙ୍କ ପାଇଁ ଖୁସି ର ବାତାବରଣ ସୃଷ୍ଟି କରିପାରିଛନ୍ତି !

ଆଜିର ସମାଜରେ ନିଜକୁ ସୁରକ୍ଷା ଦେବାରେ ଏ କୁନି କୁନି ଛାତ୍ର ଛାତ୍ରୀ ମାନେ ତାଲିମ ମାଧ୍ୟମରେ ପ୍ରଶିକ୍ଷଣ ନେଇ ଏତେ ଆଗକୁ ବଢ଼ିପାରୁଛନ୍ତି ଏହା ଯୁବ ପିଢ଼ି ପାଇଁ ଏକ ଉଦାହରଣ ପାଲଟିଯାଇଛି !କେନ୍ଦୁଝର, ଦୀପକ ମହାରଣା