January 16, 2026

Odia Express

Leading Odia News Portal of Odisha

ଆଉ ନାହାନ୍ତି ଗୋ ରକ୍ଷକ ସନାତନ ସେଠୀ,ସମସ୍ତଙ୍କ ପ୍ରିୟ ଗୋସେବକ କଣ୍ଡୁରୀ ଭାଇଙ୍କ ଦେହାନ୍ତ

ପଶୁ ମାନକ ପାଇଁ ତାଙ୍କ ମନରେ ଥିଲା ଅନାବଳି ପ୍ରେମ,ଗୋ ରକ୍ଷା ପାଇଁ ସବୁବେଳେ ତପ୍ତର ରୁହନ୍ତି ସମସ୍ତଙ୍କ ପ୍ରିୟ ସନା ଭାଇ,ଯେଉଁ ଗୋମାତା ପାଇଁ ସେ ଲଢେଇ ଜାରି ରଖିଥିଲେ ଗତକାଲି ସେହି ଗୋମାତାର ସୁରକ୍ଷା ପାଇଁ ପୁରୀର ଏକ ସମିଳନୀ ରେ ଯୋଗଦେବା ସମୟରେ ଅସୁସ୍ଥ ହେଇପଡ଼ିଥିଲେ ଗୋ ରକ୍ଷକ ସନାତନ ସେଠୀ ଓରଫ କଣ୍ଡୁରୀ ଭାଇ !
ସମାଜର ହିତରେ କାର୍ଯ୍ୟ କରୁଥିବା ବିଶ୍ବ ହିନ୍ଦୁ ପରିଷଦ ର କାର୍ଯ୍ୟକର୍ତ୍ତା ସାମାଜିକ ଗଣମାଧ୍ୟମର ଚର୍ଚ୍ଚିତ ବ୍ୟକ୍ତି ସନାତନ ସେଠୀଙ୍କ ବିୟୋଗ ବ୍ୟକ୍ତିଗତ ସ୍ତରରେ ବଡ କ୍ଷତି।

ଗୋଭକ୍ତ ସନାତନ ସେଠୀ ବା କଣ୍ଡୁରୀ ଭାଇ ଆଉ ନାହାନ୍ତି । ପୁରୀ ଗୋ ରକ୍ଷକ ସମାବେଶରେ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ! ଗୋସେବା ପ୍ରଚାର ଓ ସୁରକ୍ଷାରେ ସଦା ସଚେତନ ରହିଥିବା ସନାତନ ଭାଇଙ୍କ ଦେହାବସାନ ଖବର ସମସ୍ତଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି।ତାଙ୍କର ସ୍ୱର, ସେବା ଓ ସଂଘର୍ଷ ସଦାକାଳ ପାଇଁ ହିନ୍ଦୁ ସମାଜରେ ଅମର ହୋଇ ରହିବ । ଗୌସେବା ଓ ସନାତନ ଧର୍ମରେ ତାଙ୍କର ଅପରିମିତ ଅବଦାନ କେବେଭି ଭୁଲାଯିବ ନାହିଁ।

କାନ୍ଦୁଛି ଗାଁ, କାନ୍ଦୁଛନ୍ତି ପରିବାର ଲୋକେ ଆଉ କାନ୍ଦୁଛି ସାରା ଅଞ୍ଚଳ । ସନା ଭାଇ ତୁମେ ଫେରି ଆସ କହି କାନ୍ଦୁଛନ୍ତି ବନ୍ଧୁ,କାନ୍ଦୁଛନ୍ତି ସାହି ପଡିଶା। ଯିଏ ଥରେ ତାଙ୍କ ସହ ମିଶିଛି ସେ ନିଜ ଆଖିର ଲୁହକୁ ରୋକି ପାରୁନି । ବାଜିଲା ମୃତ୍ୟୁର ଘଣ୍ଟି ଚିର ନିଦ୍ରାରେ ସମସ୍ତଙ୍କ ଅତି ପ୍ରିୟ ସନାତନ ସେଠୀ। ସମସ୍ତଙ୍କୁ ପର କରି ସେ ସବୁଦିନ ପାଇଁ ଆର ପାରିକୁ ଚାଲିଗଲେ । ତାଙ୍କ ମୃତ୍ୟୁରେ କେବଳ ତାଙ୍କ ପରିବାର ଲୋକେ ତାଙ୍କୁ ଝୁରୁ ନାହାନ୍ତି ବରଂ ସାରା ଅଞ୍ଚଳ ତାଙ୍କୁ ଝୁରି ହେଉଛି ।ପୁରୀ ଗୋ ରକ୍ଷକ ସମାବେଶରେ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି !

କଟକ ଜିଲ୍ଲା ପରମହଂସ ଗ୍ରାମପଞ୍ଚାୟତ ଗୋ ରକ୍ଷକ ସକ୍ରିୟ କାର୍ଯ୍ୟକର୍ତ୍ତା ତଥା ହିନ୍ଦୁବାଦୀ ସଂଗଠକ ଭାବେ ବେଶ୍ ପରିଚିତ ଥିଲେ।ତାଙ୍କ ବିୟୋଗ ଅନେକ ଲୋକଙ୍କୁ କଠୋର ଆଘାତ ଦେଇଛି ! ତାଙ୍କ ବିୟୋଗ ରେ ସୋସିଆଲ ମିଡ଼ିଆ ରେ ଆଜି ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଓ ଅନେକ ବଡ଼ ବଡ଼ ନେତା ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ! ତେବେ ପ୍ରଖର ରାଷ୍ଟ୍ର ଭକ୍ତ ଗୋ ସେବକ ଏବଂ ସୋସିଆଲ ମିଡିଆ ର ଆଗ ଧାଡିରେ ଗୋ ସୁରକ୍ଷା ଏବଂ ସନାତନ ଧର୍ମ ର ପ୍ରଚାର ରେ ସବୁବେଳେ ସ୍ବର ଉଠାଉଥିବାସମାଜସେବୀ ସନାତନଙ୍କ ମୃତ୍ୟୁ ପାଇଁ ନିହାତି ଭାବେ FIR ଦେବା ଆବଶ୍ୟକ ମନେକରି ବିଳମ୍ବିତ ରାତ୍ରୀରେ କିଛି ସମାଜସେବୀ ଏବଂ ତାଙ୍କ ପରିବାର ବର୍ଗଙ୍କ ସହ ମିଶି କଟକ ସ୍ଥିତ ମଙ୍ଗଳାବାଗ ଥାନାରେ FIR ଦେଇଛନ୍ତି

ପୁରି ରେ ପହଞ୍ଚି ସାରି ଗୋ ମାତା ପାଇ ରେଡ୍ଡୀ ହେଉ ଥିବା ସନାତନ ଆଜି ନାହାଁନ୍ତି କାଲି ସମାବେଶ ରେ ଚାଲି ଗଲି ଟିକେ ଅସୁସ୍ଥ ଅନୁଭବ କଲେ ମେଡ଼ିକାଲ ବେଡ୍ ରେ ବି ଭଲ ରେ ସେ ଆକ୍ଟିବ ଥିଲେ ତେବେ ସନାତନ ଙ୍କ ପରିବାର କୁ 50ଲକ୍ଷ କ୍ଷତି ପୂରଣ ଦିଆ ଯାଉ ସରକାର୍ ଜଲ୍ଦୀ ଗୋ ସୁରକ୍ଷା ବିଲ୍ ଆଣନ୍ତୁ ଯେ ଯାଏ ଏତିକି ମିଳିନି ଜୋର୍ ପତିବାଦ୍ ହେଉ ଭାଈ ତ ନାହାନ୍ତି କିନ୍ତୁ ତାଙ୍କ ବଳିଦାନ ବ୍ୟଥା ନ ଯାଉ ବୋଲି ତାଙ୍କ ସମର୍ଥକ ମାନେ କହିଛନ୍ତି