October 16, 2025

Odia Express

Leading Odia News Portal of Odisha

ଯାତ୍ରାରେ ପୀୟୂଷଙ୍କ ଡିମାଣ୍ଡ କମିଲା,ବଢ଼ିଲା ସାଇଙ୍କ ଲୋକପ୍ରିୟତା,ଯାତ୍ରାରେ ଧମାଲ ଅଭିନୟ କରୁଛନ୍ତି ସାଇ ସତ୍ୟଜିତ

ଲୋକ କହିଲେଣି ଆଉ ପୀୟୂଷ ଦରକାର ନାହିଁ,ଏବେ ସବୁଆଡେ ଖାଲି ସାଇ ସତ୍ୟଜିତଗତ କିଛି ମାସ ହେଲା ପୀୟୂଷ ତ୍ରିପାଠୀ ଙ୍କ ପାଇଁ ଯାତ୍ରା ଜଗତରେ ଗୋଟିଏ ବଡ଼ ଝଡ଼ ଆସିଥିଲେ କହିଲେ ଭୁଲ ହେବ ନାହିଁ,ପିୟୁଷ ତ୍ରିପାଠୀଙ୍କ ନିଖୁଣ ଅଭିନୟ ପାଇଁ ହେଉ କିମ୍ବା ପିୟୁଷଙ୍କ ଅଭିନୟ ଦେଖି ତାଙ୍କୁ ଚେୟାର ମାଡ଼ ଘଟଣା ହେଉ ସବୁବେଳେ ଚର୍ଚା ରେ ରହୁଥିଲେ ପିୟୁଷ ତ୍ରିପାଠୀ

ଚର୍ଚା ସେତେବେଳେ ସବୁଠୁ ବଢିଥିଲା ଯେତେବେଳେ ଦୁଇ ଯାତ୍ରା ପାର୍ଟିରୁ ଟଙ୍କା ନେଇ ବିବାଦରେ ଫସିଥିଲେ ପିୟୁଷ ତ୍ରିପାଠୀ ଓ ଶେଷରେ ଯାତ୍ରାରୁ ଗୋଟିଏ ବର୍ଷ ବିରତି ନେବାକୁ ନିଷ୍ପତି ନେଇଥିଲେ ପିୟୁଷତେବେ ବର୍ତମାନ ଯାତ୍ରା ଜଗତରେ ତୁଳସୀ ଗଣନାଟ୍ୟର ସାଇ ସତ୍ୟଜିତ ଙ୍କ ଡିମାଣ୍ଡ ବଢିଚାଲିଛି,ନିଜର ଅଭିନୟ ଶୈଳୀ ପାଇଁ ସବୁ ଯୁବ ମହଲରେ ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସାଇ ସତ୍ୟଜିତ

ତେବେ ଲୋକ ବର୍ତମାନ ସାଇ ସତ୍ୟଜିତ ଙ୍କ ଅଭିନୟ ଦେଖି ଲୋକ ପିୟୁଷ ଙ୍କୁ ଭୁଲିବା ଆରମ୍ଭ କରିଦେଲେଣି,ପିୟୁଷ ଯେପରି ବିବାଦରେ ଫସିଥିଲେ ଓ ଯାତ୍ରାରୁ ବିରତି ନେଇଥିଲେ ଲୋକ ସେ ସମୟରେ ପିୟୁଷଙ୍କୁ ବହୁତ ଝୁରିଥିଲେ କିନ୍ତୁ ବର୍ତମାନ ଯାତ୍ରା ଜଗତରେ ପିୟୁଷ ଙ୍କ ସ୍ଥାନ ପୂରଣ କରିଛନ୍ତି ସାଇ ସତ୍ୟଜିତ

ନିଜର ନିଆରା ଡାଇଲଗ ଓ ଗୀତ ଗାଇବା ଶୈଳୀ ରେ ଦର୍ଶକଙ୍କୁ ବାନ୍ଧି ପାରିଛନ୍ତି ସାଇ ସତ୍ୟଜିତ ଓ ତୁଳସୀ ଗଣନାଟ୍ୟରୂ ନାମ କରିଥିବା ପିୟୁଷ ତ୍ରିପାଠୀ ଙ୍କୁ ଏବେ ପୁଣି ତୁଳସୀ ଗଣନାଟ୍ୟର ଆଉ ଜଣେ କଳାକାର କଡା ଟକ୍କର ଦେଉଛନ୍ତି ବୋଲି କହିଛନ୍ତି ଯାତ୍ରା ଦର୍ଶକ,ଯାତ୍ରା ବିବାଦ ବେଳେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ କହିଥିଲେ ଯେ ତୁଳସୀ ଗଣନାଟ୍ୟ କଳାକାର ତିଆରି କରେ ଓ ଆଜି ତାହା ପ୍ରମାଣ କରିଛନ୍ତି ନାଣ୍ଡୁ ବାବୁ,ଯେଉଁ ଯାତ୍ରା ପାର୍ଟି ରାଣୀ ପଣ୍ଡା ଙ୍କୁ ତିଆରି କରିଥିଲା ଯେଉଁ ଯାତ୍ରା ପାର୍ଟି ପୀୟୂଷ ଙ୍କ ବଡ ନାମ ଦେଇଥିଲା ସେହି ତୁଳସୀ ଗଣନାଟ୍ୟରେ ଏବେ ଜଣେ ନୂଆ କଳାକାର ସମସ୍ତଙ୍କ ମନ ଜିତି ପାରିଛନ୍ତି

ତେବେ ପିୟତୁଷ ଙ୍କୁ ଟକ୍କର ଦେବାରେ କେତେ ମାତ୍ରାରେ ସଫଳ ହେଉଛନ୍ତି ସାଇ ସତ୍ୟଜିତ,କେତେଦିନ ପର୍ଯ୍ୟନ୍ତ ଲୋକଙ୍କୁ ନିଜ ଯାତ୍ରା ପାର୍ଟିକୁ ଟାଣିପାରିବେ ତାହା ସମୟ କହିବି କିନ୍ତୁ ପିୟୁଷ ବର୍ତମାନ ଯାତରେର ନଥିବା ବେଳେ ତାଙ୍କ ସ୍ଥାନ ପୁରାଣ କରିବାରେ ତିଳେ ହେଲେ ହେଳା କରୁ ନାହାନ୍ତି ଯାତ୍ରା ଅଭିନେତା ସାଇ ସତ୍ୟଜିତ