ପୁଣି ଅକ୍ଟୋବରରେ ଓଡିଶାକୁ ଆସିବ କି ବାତ୍ୟା,ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ନିକଟବର୍ତ୍ତୀରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଆଗାମୀ ୨ ଦିନ ଭିତରେ ଦକ୍ଷିଣ ଓଡିଶା ଓ ତତସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ ଉତ୍ତର ଦିଗକୁ ଗତି କରିବ । ପ୍ରଭାବରେ ୧୭ ତାରିଖ ଯାଏ ବର୍ଷା ଲାଗି ରହିବ ।
ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ମଧ୍ୟ ସାରା ରାଜ୍ୟରେ ବର୍ଷା ଅଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ସହ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ
ଚଳିତ ବର୍ଷ ସ୍ଥିତି ଅନୁକୂଳ ଥିବାରୁ ସେପଟେମ୍ବର ଶେଷ କିମ୍ବା ଅକ୍ଟୋବରରେ ବାତ୍ୟା ସୃଷ୍ଟି ସମ୍ଭାବନାକୁ ଦୃଢ଼ୀଭୂତ କରିଛ। ଲା ନିନା ଯୋଗୁ ଭାରତ ମହାସାଗର ଓ ଭାରତ ଉପରେ ଆର୍ଦ୍ର ପାଣିପାଗ ସୃଷ୍ଟି ହେବ। ଏହାର ପ୍ରଭାବରେ ଉତ୍ତର ଭାରତ ମହାସାଗର ବା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଟ୍ରପିକାଲ ସାଇକ୍ଲୋନ। ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ଏହା ଭାରତର ପୂର୍ବ ଉପକୂଳ ଆଡ଼କୁ ମୁହାଁଇବ। ପୂର୍ବ ଉପକୂଳରେ ଥିବାରୁ ଓଡ଼ିଶା ପ୍ରତି ମଧ୍ୟ ବାତ୍ୟା ଭୟ ସୃଷ୍ଟି ହୋଇପାରେ । କିନ୍ତୁ କେବଳ ଲା- ନିନା ପ୍ରଭାବରେ ବାତ୍ୟା ହେବା ନେଇ ଏବେଠାରୁ ଆକଳନ କରିବା
ଆଇଏମଡି ଡିଜି କହିଛନ୍ତି, ଏହା ମଡ଼ରେଟ କଣ୍ଡିସନ୍ ରହିବା ନେଇ ପୂର୍ବାନୁମାନ କରାଯାଇଛି। କିନ୍ତୁ ଏକ ଟେମ୍ପରାରି ପିରିୟଡ଼ ପାଇଁ ଏହା ରହିବ। ଲା ନିନା ସୃଷ୍ଟି ହେବା ପରେ ଏହାର ପ୍ରଭାବ କେମିତି ରହିବା ତାହା ଜଣା ପଡ଼ିବ। ସାଧାରଣ ଭାବେ ଯେବେ ଲା ନିନା ଯେବେ ସୃଷ୍ଟି ହୁଏ ସେହି ବର୍ଷ ଗୁଡ଼ିକରେ ବଙ୍ଗୋପସାଗରରେ ବାତ୍ୟା ଅଧିକ ସଂଖ୍ୟାରେ ଓ ଅଧିକ ତୀବ୍ର ହୋଇଥାନ୍ତି। କିନ୍ତୁ ଏହାର ପୂର୍ବାନୁମାନ ୧୫ ଦିନ ଆଗରୁ କରିହେବ। ବାତ୍ୟା ସୃଷ୍ଟି ହେଲେ କେଉଁଠି ହେବ ବା ପ୍ରଭାବ କେମିତି ରହିବ। କିନ୍ତୁ ଲା ନିନା ସୃଷ୍ଟି ହେଉ ବା ନ ହେଉ ଅକ୍ଟୋବର ମାସରେ ବାତ୍ୟା ସୃଷ୍ଟି ହୋଇଥାଏ। ଯଦି ଲା ନିନା ହୁଏ ତେବେ ଏହା ବାତ୍ୟା ପାଇଁ ଅଧିକ ଅନୁକୂଳ ହୋଇଥାଏ ନ ହେଲେ ଅନୁକୂଳ ନ ହୋଇପାରେ। କିନ୍ତୁ ସିଧା ସଳଖ ସେପରି ସମ୍ପର୍କ ନାହିଁ। କିନ୍ତୁ ଏହା ସାଧାରଣତଃ ଅକ୍ଟୋବର, ନଭେମ୍ବର, ଡିସେମ୍ବର ବାତ୍ୟାର ମାସ। ତେଣୁ ପ୍ରସ୍ତୁତ ରହିବା କଥା
