March 13, 2026

Odia Express

Leading Odia News Portal of Odisha

କାନ୍ଦିବା ମଧ୍ୟ ହୋଇଥାଏ ସ୍ବାସ୍ଥ୍ୟପକ୍ଷେ ଉପକାରୀ ! କାନ୍ଦିବାର ଏହି ୫ଟି ଫାଇଦା ନିହାତି ଜାଣିରଖନ୍ତୁ

ଯେମିତି ହସିବା ଆମ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ସେହିପରି ବେଳେବେଳେ କାନ୍ଦିବା ମଧ୍ୟ ଆମ ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ଏକ ରିସର୍ଚ୍ଚ ଅନୁଯାଇ କେବେକେବେ କାନ୍ଦିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।ପ୍ରକୃତରେ ମନ ଖୁସି ରହିଲେ ସବୁକିଛି ଠିକ୍ ରହେ, ଏଥିରେ ସତ୍ୟତା ଅଛି । ନିକଟରେ କିନ୍ତୁ ଗବେଷକ ଦଳ ସ୍ପଷ୍ଟ କରିଛନ୍ତି ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ବେଶ ଅଧିକ ।

ଜାପାନର ବିଶେଷଜ୍ଞ ଦଳ ଏହାର ସତ୍ୟତା ପରୀକ୍ଷା ନିମନ୍ତେ ପ୍ରଥମେ କର୍ମଜୀବୀ ଲୋକଙ୍କ ଉପରେ ପ୍ରୟୋଗ ଆରମ୍ଭ କରିଥିଲେ । ଏହା ମଧ୍ୟ ସତ ଯେ ବିନା କାରଣରେ ହସିବା ସହଜ ହୋଇଥିବା ବେଳେ କାନ୍ଦିବା ଏକ ବଡ଼ ଚ୍ୟାଲେଞ୍ଜ । ଏଥିନିମନ୍ତେ ସ୍ୱତନ୍ତ୍ର ଭାବେ କାନ୍ଦିବା ପ୍ରଶିକ୍ଷକଙ୍କୁ ମଧ୍ୟ ଯୋଗାଡ଼ କରାଗଲା

ଯଦି ଆପଣ କିଛି ଦୁଶ୍ଚିନ୍ତାରେ ଅଛନ୍ତି ଏବଂ କାନ୍ଦୁଛନ୍ତି ତେବେ ଲୁହ ସହିତ ଆଡ୍ରେନୋକୋଟିକୋଟ୍ରୋପିକ୍ ଏବଂ ଲିଉସିନ୍ ନାମକ ହରମୋନ୍ ବାହାରିଥାଏ ଯାହା ଦ୍ବାରା ଦୁଶ୍ଚିନ୍ତା ଦୂର ହୋଇଥାଏ ।ଆଖିର ମେମବ୍ରେନ୍ ସୁଖି ଯିବା କାରଣରୁ ଆଖିର ଆଲୋକ ଦୁର୍ବଳ ହୋଇଯାଇଥାଏ । ଆପଣଙ୍କର ଲୁହ ଏହାକୁ ଶୁଖିବାକୁ ଦିଏ ନାହିଁ ଯାହା ଦ୍ବାରା ଅପଣଙ୍କର ଆଖିର ଆଲୋକ ଠିକ୍ ରହିଥାଏ ।ଲୁହରେ ଲୋସୋଜମ୍ ନାମକ ଏକ ପ୍ରକାର ତତ୍ବ ରହିଥାଏ ଯାହା ବାହାରର ବ୍ୟାକ୍ଟେରିଆଙ୍କୁ ମାରିବାରେ ୯୦ ପ୍ରତିଶତ ସଫଳ ହୋଇଥାଏ ।

କାନ୍ଦିବା ଦ୍ବାରା ମସ୍ତିଷ୍କ ଏବଂ ହୃଦୟ ଠିକ୍ ଭାବେ କାର୍ୟ୍ୟ କରିଥାଏ । ଲୁହ ଆପଣଙ୍କର ନିରାସପଣକୁ ଦୂରକରିଥାଏ । ଏହା ଦ୍ବାରା ଅପଣଙ୍କ ମନକୁ ଶାନ୍ତି ମିଳିଥାଏ ।