ହଠାତ୍ ବଢିଗଲା ରନ୍ଧନ ଗ୍ୟାସ୍ ଦାମ୍,ଏଲ୍ପିଜି ଦର ୬୦ ଟଙ୍କା ବଢ଼ିଲା, ବାଣିଜ୍ୟିକ ଏଲ୍ପିଜି ୧୧୫ ଟଙ୍କା ମହଙ୍ଗା ହେଲା
ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି କମର୍ସିଆଲ ଗ୍ୟାସ ମୂଲ୍ୟରେ ୧୧୫ ଟଙ୍କା ବଢ଼ିଛି । ଆଜିଠୁ ନୂଆ ଦର ଲାଗୁ ହେବ । ପୂର୍ବରୁ ଘରୋଇ LPG ୮୫୩ ଟଙ୍କା ଥିଲା । କମର୍ସିଆଲ LPG ଦର ବି ବଢ଼ିଛି । ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ତୈଳ ଓ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି। ଏବର୍ଷ କମର୍ସିଆଲ ଗ୍ୟାସ ମୂଲ୍ୟରେ ଲଗାତାର ତୃତୀୟ ବୃଦ୍ଧି । ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ଭାରତ ଏଲ୍ ପିଜି ଆମଦାନି କରିଥାଏ ।
ଭୁବନେଶ୍ବରରେ ଏବେ ଘରୋଇ ସିଲିଣ୍ଡର ଦାମ୍ ୮୭୯ରୁ ବଢ଼ି ୯୩୯ ଟଙ୍କା ଛୁଇଁଥିବାବେଳେ ଦିଲ୍ଲୀରେ ୯୧୩, ମୁମ୍ବାଇରେ ୯୧୨ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ବଡ଼କଥା ହେଲା ଗତବର୍ଷ ଏପ୍ରିଲ ପରଠୁ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ବୃଦ୍ଧି ଘଟିନଥିଲା । ଅର୍ଥାତ ୧୧ ମାସ ପରେ ଖାଉଟିଙ୍କୁ ଜବରଦସ୍ତ ଝଟକା ଦେଇଛି ମହାଯୁଦ୍ଧ। ଅଚାନକ ଦରବୃଦ୍ଧିକୁ ନେଇ ଲୋକେ ବି ଟେନସନରେ
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଜରୁରୀକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲ୍ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଧିକାଂଶ ପରିବାରରେ ଏଲ୍ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି । ତେଣୁ ତାହାର ନିରବଚ୍ଛିନ୍ନ ଯୋଗାଣ ନିହାତି ଜରୁରୀ
ମୁମ୍ବାଇରେ, ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୯୧୨ ଟଙ୍କା ହୋଇଛି । ଯାହାକି ପୂର୍ବରୁ ୮୫୨ ଟଙ୍କା ଥିଲା। କୋଲକାତାରେ ଘରୋଇ ଗ୍ୟାସ ରେଟ୍ ୮୭୯ ଟଙ୍କାରୁ ବଢି ୯୩୦ ଟଙ୍କାରେ ପହଞ୍ଚିଛି ।ଓଡ଼ିଶାରେ ଘରୋଇ ଏଲଜିପି ସିଲିଣ୍ଡର ଦର ୮୭୯ ଟଙ୍କାରୁ ବୃଦ୍ଧି ପାଇ ୯୩୯ ଟଙ୍କା ହୋଇଥିବା ବେଳେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୧୮୮୫ ଟଙ୍କାରୁ ବୃଦ୍ଧି ପାଇ ୨୦୦୦ ଟଙ୍କାରେ ପହଞ୍ଚିଛି ।
ଏପଟେ ତେଲକୁ ନେଇ ହଲଚଲ୍ ବିଶ୍ବ ଅର୍ଥନୀତି। ବ୍ୟାରେଲ୍ ପିଛା ୯୦ ଡଲାର୍ ପାର୍ କରିଛି କ୍ରୁଡ୍ ଅଏଲ୍ । ଯୁଦ୍ଧ ଜାରି ରହିଲେ ଆଗକୁ ୧୫୦ ଡଲାର୍ ପାର କରିବ ବୋଲି ଆଶଙ୍କା କରାଯାଉଛି। ଦୁଇରୁ ତିନି ସପ୍ତାହ ମଧ୍ୟରେ ହର୍ମୁଜ୍ ଦେଇ ପରିବହନ ସ୍ବାଭାବିକ ନହେଲେ ସ୍ଥିତି ସଂଗୀନ ହୋଇପାରେ। ଅନ୍ୟପଟେ ଭାରତକୁ ଶସ୍ତାରେ ମିଳୁଥିବା ଋଷ ତେଲ ବି ମହଙ୍ଗା ହୋଇଛି । ଅଧିକ ମୂଲ୍ୟ ଓ ଲମ୍ବା ପରିବହନ ଖର୍ଚ୍ଚ ଯୋଗୁଁ ଇଣ୍ଡିଆର ଚିନ୍ତା ଘାରିଛି ।
