ସାହିପାରିଲେଣି ଅପମାନ ! ଚରମ ନିଷ୍ପତି ନେଲେ ସପ୍ତମ ଶ୍ରେଣୀ ଛାତ୍ର
ନରସିଂହପୁର ବ୍ଲକ ନୁଖାପଡା ପଞ୍ଚାୟତ ପତଣ୍ଡା ଗ୍ରାମର ଶଙ୍କର୍ଷଣ ହାଇସ୍କୁଲରେ ଜଣେ ଛାତ୍ର ଦେବାଶିଷ ସ୍କୁଲ ର ସିସିଟିଭି ଭାଙ୍ଗି ଦେଇଥିବାରୁ ସ୍କୁଲ୍ ରେ ବସିଥିଲା ମିଟିଙ୍ଗ । ସ୍କୁଲ କମିଟିର ଓ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଙ୍କ ଗାଳି ଗୁଲଜ କୁ ସହି ନପାରି ସପ୍ତମ ଶ୍ରେଣୀ ଛାତ୍ର ଜୀବନ ହାରିଥିବା ନେଇ ନରସିଂହପୁର ଥାନା ରେ ଅଭିଯୋଗ କରିଛନ୍ତି ମୃତ ଛାତ୍ର ଦେବାଶିଷ ଦାସଙ୍କ ମା ।
ଜୀବନ ହାରିଥିବା ଛାତ୍ର ନୀଳକଣ୍ଠପୁର ଗାଁର ୧୫ ବର୍ଷୀୟ ପୁଅ ଦେବାଶିଷ ଦାସ । ପୁଅ ଦେବାଶିଷ ସପ୍ତମ ଶ୍ରେଣୀ ରେ ଲାଗିଥିବା ସିସିଟିଭି ଟିକୁ ଭାଙ୍ଗି ଦେଇ ନିକଟସ୍ଥ ଏକ ପୋଖରୀରେ ପକାଇ ଦେଇଥିଲେ। ଯାହାକୁ ନେଇ ମୃତ ଦେବାଶିଷ ଙ୍କର ମାଆ ଅନାଗତ ଦାସ ଙ୍କୁ ସ୍କୁଲ୍ କୁ ଡକା ଯାଇ ଗାଳି ଗୁଲଜ ସହିତ ତାକୁ ତାଗିଦ କରାଯାଇ ଥିଲା।
ଏହାକୁ ସହି ନ ପାରି ପରେ ଘରକୁ ଆସି ଚରମ ନିଷ୍ପତି ନେଇଥିଲେ ଛାତ୍ର। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ଅନ୍ୟପଟେ ମୃତ ଛାତ୍ର ର ନ୍ୟାୟ ଦାବିରେ ସ୍ଥାନିୟ ନୁଖାପଡ଼ା ଛକ ଠାରେ ପରିବାର ପକ୍ଷରୁ ରାସ୍ତା ଉପରେ ମୃତ ଦେହ ରଖି ରାସ୍ତା ଅବରୋଧ ହୋଇଛି। ପରେ SDPO ବିଶ୍ୱଜିତ୍ ମହାନ୍ତି, ସ୍ଥାନୀୟ ତହସିଲଦାର ଓ ପୋଲିସ ପ୍ରଶାସନ ପହଞ୍ଚି ସମାଧାନ କରିଥିଲେ। ପରେ ରାସ୍ତା ରୋକ୍ ହଟିଥିଲା।
