ଅନୁଗୋଳ ପୋଲିସର ପୋଲ୍ ଖୋଲିଲେ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ ! ଆଉ ସହିପାରୁନି,ବହୁତ କଷ୍ଟ ଦେଉଛନ୍ତି ଉପରସ୍ତ ଅଧିକାରୀ
ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳଙ୍କୁ କାହିଁକି ଦିଆଯାଉଥିଲା ନିର୍ଯାତନା ? କାହିଁକି ଏଭଳି ସଂଗୀନ ଅଭିଯୋଗ ଆଣି ଚାକିରିରୁ ଇସ୍ତଫା ଦେବାକୁ ସ୍ଥିର କଲେ ସୁମିତ୍ରା ବିଶ୍ୱାଳ | ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାର ଓ ରାଇଟର୍ ଦାୟିତ୍ବରେ ଥିବା ହାବିଲଦାର ଶୁଭକାନ୍ତ ସାହୁ ଙ୍କ ବିରୋଧରେ ସଂଗୀନ ଅଭିଯୋଗ ପଛର ରହସ୍ୟ କ’ଣ ? ଏଭଳି ଅନେକ କଥା ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କିମାରିଚୀ
ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ କହିଛନ୍ତି ପୋଲିସ ଚାକିରୀ କରିଛି କାନ୍ଦି କାନ୍ଦି ଦିନ କାଟୁଛି ପୋଲିସ ହେଇକି ମଧ୍ୟ ମୁଁ ସୁରକ୍ଷିତ ନୁହଁ,ମୋତେ ବହୁତ କଷ୍ଟ ଦେଉଛନ୍ତି ଆମ ଉପର ପୋଲିସ ଅଫିସର । Duty ନଥିଲେ ମଧ୍ୟ ଅଫିସ ଡାକିକି ହଇରାଣ କରୁଛନ୍ତି । ପୁଅ ପୋଲିସଙ୍କ ସହିତ ଏକା ମହିଳା ହାବିଲଦାର ମୋତେ ବାହାରକୁ ଡ୍ୟୁଟି କରିବାକୁ ପଠାଉଛନ୍ତି । ଛୁଟି ଦେଉନାହାନ୍ତି ମୁଁ ମଣିଷ ନା ମେସିନ । ମୁଁ ବାଧ୍ୟ ହେଇକି ଆଜି ହାବିଲଦାର ଚାକିରିରୁ ଇସ୍ତଫା ଦେଉଛି
ମାନସିକ ନିର୍ଯାତନା ଅଭିଯୋଗ ଆଣି ଦିନକ ପୂର୍ବରୁ ଇସ୍ତଫା ଦେଇଥିଲେ ମହିଳା ହାବିଲଦାର ସୁମିତ୍ରା ବିଶ୍ବାଳ । ତାଙ୍କ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ତରଫରୁ ନିରନ୍ତର ଚାପ ଦେଉଥିବା ଅଭିଯୋଗ କରିଛନ୍ତି ସୁମିତ୍ରା । ଦୁଇ ଜଣ କର୍ମଚାରୀଙ୍କ ନାଁ ନେଇଥିଲେ ସେ । କାର୍ଯ୍ୟସ୍ଥଳରେ ମାନସିକ ଚାପରେ ରହୁଥିଲେ । ଛୁଟି ମାଗିଲେ ମଧ୍ୟ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଥିଲେ । ମହିଳା ହାଵିଲଦାର କହିଲେ ମୁଁ ଏତେ କଷ୍ଟ ସାହିପାରିବିନି ଚାକିରିରୁ ଇସ୍ତଫା ଦେଉଛି | ପୋଲିସ ବିଭାଗର ଭିତିରି କେଳେଙ୍କାରି ଲଗାଇଲା ବିଭାଗରେ କଳଙ୍କ ! ଥାନା ଭିତରେ ବଡ ବାବୁଙ୍କ ନିର୍ଯାତନାରେ ଭାଙ୍ଗି ପଡ଼ିଲେ ମହିଳା ହାବିଲଦାର ? କାନ୍ଦି କାନ୍ଦି କହିଲେ ଆଉ ସହି ପାରୁନି
ସୂଚନା ଅନୁଯାୟୀ, ସୁମିତ୍ରା ବିଶ୍ବାଳ। ଅନୁଗୁଳ ପୋଲିସ ବିଭାଗରେ ହାବିଲଦାର ଭାବେ କାର୍ଯ୍ୟ କରୁଛନ୍ତି। ନିଜ ୧୦/୧୧ ବର୍ଷର ଝିଅ ସହ ଅନୁଗୁଳରେ ଏକା ରହୁଛନ୍ତି ସୁମିତ୍ରା। ତାଙ୍କ ଅଭିଯୋଗ କରିଛନ୍ତି ଯେ ଜରୁରୀ କାମ ପାଇଁ କୌଣସି ଛୁଟି ମାଗିଲେ ବି ଅନୁମତି ଦିଅନ୍ତିନି ପୋଲିସ RI ଗୋବିନ୍ଦ ମାହାର। ଏପରିକି ଜାଣିଶୁଣି ଦୂର ଜିଲ୍ଲା ଗୁଡ଼ିକୁ ଡ୍ୟୁଟିରେ ପଠାଇ ଦିଅନ୍ତି।ରାଇଟର ଶୁଭକାନ୍ତ କାମ ଆଳରେ ଘରୁ ଡକାଇ ଘଣ୍ଟା ଘଣ୍ଟା ଛିଡ଼ା କରାଇ ଦିଅନ୍ତି। ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ନବନିଯୁକ୍ତ କର୍ମଚାରୀଙ୍କ ସାମ୍ନାରେ ଦୁର୍ବ୍ୟବହାର କରନ୍ତି ଉଭୟେ।ନିଜର ସୁରକ୍ଷା ଦୃଷ୍ଟିରୁ ଶେଷରେ ପୋଲିସ ବିଭାଗରୁ ଇସ୍ତଫା ପାଇଁ ଏସପିଙ୍କ ନିକଟରେ ଆବେଦନ କରିଥିବା କହିଛନ୍ତି ସୁମିତ୍ରା। ସ୍ୱସ୍ତିକ ଦେବ ସାହୁଙ୍କ ରିପୋର୍ଟ ଓଡ଼ିଆ ଏକ୍ସପ୍ରେସ୍ରେ
