April 8, 2026

Odia Express

Leading Odia News Portal of Odisha

କଟକ ନରସିଂହପୁରରେ ୬ ଜଣ ପୋଲିସକୁ ବାନ୍ଧିଲା ପୋଲିସ । ଜଣେ ହାବିଲଦାର, ଜଣେ ASI ଓ ୪ ଜଣ ହୋମଗାର୍ଡ ଗିରଫ

୬ ଜଣ ପୋଲିସ କର୍ମଚାରୀ ଗିରଫ | ଚମତ୍କାର କଥା ହେଲା…୪ ଜଣ ପୂର୍ବରୁ ଅବସର ନେଇଥିବା ବେଳେ…୨ ଜଣ ହୋମଗାର୍ଡ ଏପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ | ନରସିଂହପୁର ଥାନା ଅଧିନସ୍ଥ ମାଳିସାହି ଘଟଣା । ଘଟଣା ୨୦୧୬ ମସିହାର…
ନରସିଂହପୁର ଥାନା ଅଧୀନ ମାଳିସାହି ଗାଁରେ…ଆକୁଳ ସେନାପତିଙ୍କୁ ପୋଲିସ ଥାନା ଭିତରେ ପିଟି ପିଟି ମାରିଦେଇଥିବା ଗୁରୁତର ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକକୁ ନେଇଯାଇଥିଲା…କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଲିଥିଲା ତୀବ୍ର ପ୍ରତିବାଦ…ରାସ୍ତା ରୋକ, ନ୍ୟାୟ ଦାବି…ପରେ ପୀଡ଼ିତ ପରିବାରକୁ କ୍ଷତିପୂରଣ ମଧ୍ୟ ମିଳିଥିଲା। କିଛି ମାସ ପୂର୍ବରୁ ହଇକୋର୍ଟ ଙ୍କ ନିର୍ଦେଶରେ ଦଶ ଲକ୍ଷ ଟଙ୍କା ଦିଆଯାଇଥିଲା l ଦୀର୍ଘ ବର୍ଷ ପରେ ଏହି ଗିରଫ…ନ୍ୟାୟ ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।ଏହା ସହିତ ପୁଣିଥରେ ଉଠିଛି ପ୍ରଶ୍ନ…ପୋଲିସ କଷ୍ଟଡିରେ ସୁରକ୍ଷା କେତେଟା…? ଏବଂ ଦାୟିତ୍ୱବୋଧ କେଉଁଠି…?

ନୂଆ ତଦନ୍ତ ଓ ପ୍ରମାଣ ଆଧାରରେ ଏବେ ୬ ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି। ଏହାରେ ଜଣେ ହାବିଲଦାର, ଜଣେ ଏଏସଆଇ (ASI) ଓ ୪ ଜଣ ହୋମଗାର୍ଡ ଅନ୍ତର୍ଭୁକ୍ତ ଅଛନ୍ତି। ଏହାମଧ୍ୟରୁ ୪ ଜଣ ପୂର୍ବରୁ ଅବସର ନେଇଥିବା ବେଳେ, ୨ ଜଣ ହୋମଗାର୍ଡ ଏପର୍ଯ୍ୟନ୍ତ ସେବାରତ ଥିଲେ।ଏବେ ଏହି ମାମଲାର ଆଗାମୀ ଆଇନି ପ୍ରକ୍ରିୟା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି, ଯାହା ଆଗାମୀ ଦିନରେ ପୂରା ସତ୍ୟକୁ ସାମ୍ନାକୁ ଆଣିବ

ଆଜି ତଦନ୍ତ ପରେ ସେହି ୬ ଜଣ ପୋଲିଶ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ୬ ଜଣରୁ ଜଣେ ହାବିଲଦାର, ଜଣେ ଏ ଏସଆଇ ଏବଂ ୪ ଜଣ ହୋମଗାର୍ଡ | ୪ ଜଣ ଅବସର ଗ୍ରହଣ କରିଥିବା ବେଳେ, ଏବେ ୨ ଜଣ ହୋମଗାର୍ଡ ନରସିଂହପୁର ଥାନାରେ କାର୍ଯ୍ୟରତ ଥିଲେ | କଟକ ଜିଲ୍ଲା ବଡମ୍ବା ରୁ ଦୀନବନ୍ଧୁ ରାଉତ ଙ୍କ ରିପୋର୍ଟ ଓଡ଼ିଆ ଏକ୍ସପ୍ରେସ୍ରେ