April 8, 2026

Odia Express

Leading Odia News Portal of Odisha

୫ କେଜି ଗ୍ୟାସ ପାଇଁ କଥା ବଦଳେଇଲେ ଯୋଗାଣ ମନ୍ତ୍ରୀ ! କେବଳ identy card ଦେଖେଇକି ଏହାକୁ ନେଇପାରିବେ

୫ କେଜି ଗ୍ୟାସ ବିତରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା…୫କେଜି ଗ୍ୟାସକୁ ନେଇ ଦ୍ବନ୍ଦ୍ୱ ସୃଷ୍ଟି ହୋଇଥିଲା। ତାହା ପୁଣି ଦୂର କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହସାଇଛନ୍ତି ଯେ ୫ କେଜି ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ । ଗ୍ୟାସ କମ୍ପାନୀମାନେ ଉପଲବ୍ଧ କରାଇବେ ।

ଭାରତ ସରକାରଙ୍କର ଫ୍ରି ଟ୍ରେଡ଼ ଏଲପିଜି ସ୍କିମ ମାଧ୍ୟମରେ ଏହା ଉପଲବ୍ଧ ହେବ। କେବଳ identy card ଦେଖେଇକି ଏହାକୁ ନେଇପାରିବେ। ୫କେଜି ଗ୍ୟାସ ନେବା ପାଇଁ ୧୫୩୭ ଟଙ୍କା ଦେବାକୁ ପଡ଼ିବ। ରିଫିଲ ପାଇଁ ୫୯୩ ଟଙ୍କା।କେବଳ କମ୍ପାନୀ ସିଲିଣ୍ଡର ହିଁ ଫିଲ ହେବ। ବାହାର ସିଲିଣ୍ଡର ହୋଇପାରିନି।

ଆଇଓସିଏଲ, ଏଚ ପିସିଏଲ, ବିପିସିଏଲ ହିଁ ନେଇପାରିବେ। ଯେକୌଣସି ସ୍ଥାନରୁ ଚାହିଁଲେ ନେଇପାରିବେ। ଯିଏ ଏଜେନ୍ସି କଲବଜାରୀ କରିବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଦିଆଯାଉଛି। ସେଠୁ ବି ନେଇପାରିବେ। ରିଫିଲ ପାଇଁ କୌଣସି ଦୈନିକ କଟକଣା ନାହିଁ। ପେଟ୍ରୋଲ ପମ୍ପରେ ବି ମିଳିପାରିବ। ଭୁବନେଶ୍ୱର ରୁ ଅନିଲ ପରିଡାଙ୍କ ରିପୋର୍ଟ ଓଡ଼ିଆ ଏକ୍ସପ୍ରେସ୍ରେ