ସ୍ଵପ୍ନରେ ପାଣି ଦେଖିବା: ଜାଣନ୍ତୁ ଏହାର ଶୁଭ ଏବଂ ଅଶୁଭ ପରିଣାମ…
ଏହି ଦୁନିଆରେ ବୋଧହୁଏ ଏପରି କୌଣସି ମନୁଷ୍ୟ ଥିବ ଯାହାକୁ ସ୍ଵପ୍ନ ଆସୁନଥିବ। ସ୍ଵପ୍ନ ଆସିବା ମନୁଷ୍ୟର ମସ୍ତିସ୍କର ଏକ ଉତ୍ପତ୍ତି କିମ୍ବା କଳ୍ପନା ମଧ୍ୟ ହୋଇପାରେ। ଅନେକ ସମୟରେ ଆମେ ନିଜର ପ୍ରତିଦିନର ଜୀବନରେ କିଛି ଏପରି ସ୍ଥିତି କିମ୍ବା ଘଟଣାପ୍ରବାହ ସହିତ ସମ୍ବନ୍ଧିତ ହୋଥାଉ, ଯାହା ନଚାହିଁବା ସତ୍ବେ ଆମର ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକେଇଥାଏ ଏବଂ ଏହି ଘଟଣା ସବୁ ଦିନେ ନା ଦିନେ ସ୍ଵପ୍ନର ରୂପ ଧାରଣ କରି ଆମକୁ ରାତି ସାରା ବିବ୍ରତ କରେ। ବହୁତ ଲୋକଙ୍କୁ ଗୋଟିଏ ସ୍ଵପ୍ନ ବାରମ୍ବାର ମଧ୍ୟ ଦେଖାଦେଇଥାଏ । ଯଦି ଆପଣଙ୍କ ସହିତ ମଧ୍ୟ ଏପରି ହେଉଛି ତ ଏଆହର ଅର୍ଥ ସେହି ସ୍ଵପ୍ନ ସହିତ ଜଡିତ କିଛି ନା କିଛି ଘଟଣା ଆପଣଙ୍କ ପ୍ରକୃତ ଜୀବନ ସହିତ ସମ୍ବନ୍ଧିତ ରଖିଥାଏ । ହିନ୍ଦୁ ଧର୍ମର ଶାସ୍ତ୍ର ଏବଂ ଜ୍ୟୋତିଷ ବିଜ୍ଞାନ ଅନୁଯାୟୀ ପ୍ରତ୍ୟେକ ସ୍ଵପ୍ନର କିଛି ନା କିଛି ଅର୍ଥ ନିଶ୍ଚିତ ଅଛି । ଯଦି କଥା ସ୍ଵପ୍ନରେ ପାଣି ଦେଖିବାର କରିବା ତ ଏହାର ଶୁଭ ଏବଂ ଅଶୁଭ ଉଭୟ ପରିଣାମ ହୋଇପାରେ । କାରଣ ବହୁତ ଗୁଡିଏ ସ୍ଵପ୍ନ ଆମକୁ ଆମର ଭବିଷ୍ୟରେ ଆସୁଥିବା ଅସୁବିଧାକୁ ପୂର୍ବରୁ ସତର୍କ କରିଥାଏ। ଆସନ୍ତୁ ଆଜିର ଏହି ଲେଖାରେ ଜାଣିବା ଯେ ସ୍ଵପ୍ନରେ ପାଣି ଦେଖିବାର କଣ ଅର୍ଥ ହୋଇପାରେ ।

ସ୍ଵପ୍ନରେ ପାଣି ଦେଖିବା (ବନ୍ୟା ର ) : ବନ୍ୟା କୁ ଇଂରାଜୀରେ flood ମଧ୍ୟ କୁହାଯାଏ। ଏହା ସବୁଠାରୁ ବଡ ଦୁର୍ବିପାକ ମଧ୍ୟରେ ଗଣା ଯାଏ । ଯେବେ ମଧ୍ୟ ବନ୍ୟା ଆସେ ତ ଘର ମାନଙ୍କୁ ଧ୍ଵଂସ କରିଥାଏ । ଏମିତିରେ ଯଦି ଆପଣଙ୍କୁ ସ୍ଵପ୍ନରେ ବନ୍ୟାର ଜଳ ଦେଖାଦିଏ ତ ଏହା ଆପଣଙ୍କ ନିମନ୍ତେ ବିପଦ ଏବଂ ଆଗାମୀ ସମୟରେ ଦୁଃଖର ସଂକେତ ହୋଇପାରେ। ସ୍ଵପ୍ନରେ ବନ୍ୟା ଦେଖିବାର ଅର୍ଥ ଆପଣଙ୍କୁ ବହୁତ ଶୀଘ୍ର କୌଣସି ଦୁସମ୍ବାଦ ଶୁଣିବାକୁ ମିଳିପାରେ ।

ବର୍ଷାର ବୁନ୍ଦା ଦେଖାଯିବା: ସ୍ଵପ୍ନରେ ବର୍ଷା ବୁନ୍ଦା ଦେଖାଯିବା ଆପଣଙ୍କ ନିମନ୍ତେ ବହୁତ ଶୁଭ ସଂକେତ ହୋଇପାରେ। ଯଦି ଆପଣଙ୍କୁ ସ୍ଵପ୍ନରେ ଅଳ୍ପ ବର୍ଷାର ବୁନ୍ଦା ଦେଖାଯାଏ ତେବେ ଏହାର ଅର୍ଥ ଆପଣ ବହୁତ କ୍ଷମାଶୀଳ ବ୍ୟକ୍ତି ଅଟନ୍ତି। ଏହା ବ୍ୟତିତ ଯଦି ଆପଣଙ୍କୁ ସ୍ଵପ୍ନରେ ବହୁତ ମାତ୍ରାରେ ବର୍ଷା ବୁନ୍ଦା ଦୃଷ୍ଟିଗୋଚର ହୁଏ ତେବେ ଏହାର ଅର୍ଥ ଅଟେ ଯେ ଆପଣଙ୍କ ବିଗତ ସମସ୍ୟା ମାନଙ୍କରୁ ଆପଣଙ୍କୁ ବହୁତ ଶୀଘ୍ର ମୁକ୍ତି ମିଳିବାର ଅଛି ।

ସ୍ଵପ୍ନରେ ନଦୀର ପାଣି ଦେଖାଯିବା: ଯଦି ଆପଣଙ୍କୁ ସ୍ଵପ୍ନରେ ନଦୀର ପାଣି ଦେଖାଯାଏ ତ ଏହା ଆପଣଙ୍କ ନିମନ୍ତେ ବହୁତ ଭଲ ସଂକେତ ସିଦ୍ଧ ହୋଇପାରେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସ୍ଵପ୍ନରେ ପାଇଁ ଦେହିବା କିମ୍ବା ସ୍ଵପ୍ନରେ ନଦୀର ପାଣି ଦେଖାଦିଏ ତ ସେହି ବ୍ୟକ୍ତିଙ୍କର ଇଚ୍ଛା ଏବଂ ଆକାଂକ୍ଷା ବହୁତ ଶୀଘ୍ର ପୂରଣ ହୋଇପାରେ ଏବଂ ତାଙ୍କର ଭାଗ୍ୟ ବଦଳିବାର ଅଛି ।

ସମୁଦ୍ରର ପାଣି ଦେଖିବା: ସମୁଦ୍ର ଦେଖିବାକୁ ବହୁତ ବିଶାଳ ହୋଇଥାଏ। କିନ୍ତୁ ଯଦି ଆପଣଙ୍କୁ ସ୍ଵପ୍ନରେ ସମୁଦ୍ରର ଜଳରାଶି ଦେଖାଦିଏ ତେବେ ଏହାର ଅର୍ଥ ଆପଣଙ୍କୁ ଆପଣଙ୍କର ଭୁଲରୁ ଶୀଘ୍ର ସୁଧାର କରିବାକୁ ହେବ ଅନ୍ଯଥା ଆପଣଙ୍କୁ ତାହାର ଖରାପ ପରିଣାମ ଭୋଗିବାକୁ ହୋଇପାରେ ।

ସ୍ଵପ୍ନରେ ସ୍ଵଚ୍ଛ ପାଣି ଦେଖିବା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସ୍ଵପ୍ନରେ ପାଣି ଦେଖିବା ବା ସ୍ଵଚ୍ଛ ପାଣିକୁ ଦେଖିବା ସର୍ବୋତ୍ତମ କୁହାଯାଏ। ଏମିତିରେ ଯଦି ଆପଣଙ୍କ ସ୍ଵପ୍ନରେ ଆପଣଙ୍କୁ ସ୍ଵଚ୍ଛ ପାଣି ଦେଖାଦିଏ ତ ଏହାର ଅର୍ଥ ଆପଣଙ୍କୁ ଶୀଘ୍ର ଭଲ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି ଏବଂ ସଫଳତା ଆପଣଙ୍କ ପାଦ ଚୁମିବାର ଅଛି ।

ଅପରିଷ୍କାର ପାଣି ଦେଖାଯିବା: ସ୍ଵପ୍ନରେ ଦୂଷିତ ଜଳ ଦେଖାଯିବାର ଅର୍ଥ ଏହା ଯେ ଆପଣଙ୍କ ଜୀବନରେ ଖୁବ ଶୀଘ୍ର କୌଣସି ବିପଦ ଆସିବାର ଅଛି । ଏହା ବ୍ୟତିତ ଯଦି ଆପଣ କୌଣସି ଶୁଭ କାର୍ଯ୍ୟର ପ୍ରାରମ୍ଭ କରିବାକୁ ଚିନ୍ତା କରିଛନ୍ତି ତ ତାହାକୁ କିଛି ସମୟ ନିମନ୍ତେ ଘୁଞ୍ଚେଇ ଦିଅନ୍ତୁ ନହେଲେ ଆପଣଙ୍କୁ ସେହି କାର୍ଯ୍ୟରେ କେବେ ସଫଳତା ପ୍ରାପ୍ତ ହେବ ନାହିଁ ।

ଫୁଟୁଥିବା ଗରମ ପାଣି ଦେଖାଯିବା: ଯଦି ଆପଣଙ୍କୁ ସ୍ଵପ୍ନରେ ଆପଣଙ୍କୁ ଫୁଟନ୍ତା ଗରମ ପାଣି ଦେଖାଦିଏ ତ ଏହାର ଆର୍ହତ ଆପଣଙ୍କ ଭିତରେ ଭାବନାଙ୍କର ଜୁଆର ଚାଲିଛି । ଏମିତିରେ ଆପଣ ନିଜର ଭାବନା ଉପରେ କାବୁ ରଖନ୍ତୁ ଏବଂ ସେମାନଙ୍କୁ ସ୍ଥିର କରିବାର ଚେଷ୍ଟା କରନ୍ତୁ ନହେଲେ ଆପଣଙ୍କୁ ବହୁତ ବଡ କ୍ଷତି ସହିବାକୁ ହେବ।

ଉଚ୍ଚ ସ୍ଥାନରୁ ପାଣି ପଡିବା: ଯଦି ସ୍ଵପ୍ନରେ ଆପଣ ନିଜକୁ କୌଣସି ଉଚ୍ଚ ସ୍ଥାନରୁ ତଳକୁ ପାଣି ପଡୁଥିବାର ଦେଖନ୍ତି ତ ଏହାର ଅର୍ଥ ଆପଣଙ୍କ ରୋଗ ସହିତ ଜଡିତ ହୋଇପାରେ। ଯଦି ଆପଣ ବହୁତ ସମୟରୁ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଏହି ସ୍ଵପ୍ନ ସେହି ରୋଗ ଆଗକୁ ବଢିବାର ସଂକେତ ଦେଇଥାଏ।
ଲହଡିର ଶବ୍ଦ: ଯଦି ଆପଣଙ୍କୁ ସ୍ଵପ୍ନରେ ଲହଡିର ଶବ୍ଦ ଶୁଭାଯାଏ ତ ଏହାର ଅର୍ଥ ଆପଣଙ୍କ ଜୀବନ ଶାନ୍ତି ଏବଂ ଆରାମରେ ଚାଲୁଅଛି ଏବଂ ଆପଣଙ୍କୁ କୌଣସି ପ୍ରକାର କଷ୍ଟ ନାହିଁ ।
ସୁନାମୀ ଦେଖାଯିବା: ସୁନାମୀର ଅନ୍ୟ ନାମ ଧ୍ଵଂସ ଅଟେ। ଏମିତିରେ ଯଦି ଆପଣଙ୍କ ସ୍ଵପ୍ନରେ ସୁନାମୀର ବିପଦ ଦେଖାଦିଏ ତ ଏହାର ଅର୍ଥ ଆପଣଙ୍କ ସମ୍ମୁଖକୁ ଖୁବ ଶୀଘ୍ର କୌଣସି ବହୁତ ବଡ ବିପଦ ଆସିବାର ଅଛି ଏବଂ ଆପଣ ସେହି ସ୍ଥିତିର ସମ୍ମୁଖୀନ କରିବା ନିମନ୍ତେ ଏବେ ପୂର୍ଣ୍ଣ ରୂପେ ପ୍ରସ୍ତୁତ ନୁହନ୍ତି ।
