July 1, 2025

Odia Express

Leading Odia News Portal of Odisha

ସକାଳୁ ଖାଲି ପେଟରେ ନିମ୍ବ ପତ୍ର ଖାଇବାର ଫାଇଦା ଆପଣଙ୍କୁ କୋଟିଏ ଟଙ୍କା ଖର୍ଚ୍ଚ କଲେ ବି ମିଳିବନି,ଗମ୍ଭୀର ରୋଗ ହେବ ଦୂର..

ସକାଳୁ ଖାଲି ପେଟ ରେ ନିମ୍ବ ପତ୍ର ଖାଇବାର ଫାଇଦା ଆପଣଙ୍କୁ କୋଟିଏ ଟଙ୍କା ଖର୍ଚ୍ଚ କଲେବି ମିଳିବନି।ଯଦି ଆପଣଙ୍କ ଘର ପାଖେ ନିମ୍ବ ଗଛ ଅଛି ଏହା ବହୁତ ଭଲ ଖବର ଅଟେ।ଏହା ଏକ ଏପରି ଗଛ ଯାହାର ପ୍ରତିଟି ଅଙ୍ଗ କୌଣସି ନା କୌଣସି ରୋଗ ପାଇଁ ଉପଯୋଗ ହୋଇଥାଏ।ଆଜି କାଲି ଏହା ଦ୍ବାରା ଅନେକ ଓସଦ ତିଆରି ହେଉଛି।ଏହା ରୋଗ ସହିତ ଚେହେରା ପାଇଁ ମଧ୍ୟ ବ୍ୟବହାର ହେଇଥାଏ।ଆଜି ଆମେ ଜାଣିବା ଏହି ନିମ୍ବ ପତ୍ର ଆମ ଶରୀରରେ କଣ ଫାଇଦା କରିଥାଏ।

ସାଙ୍ଗମାନେ ଯଦି ଆପଣଙ୍କ ଶରୀରରେ କୌଣସି ଚର୍ମ ରୋଗ, କୁଣ୍ଡାଇହେବା, ଫଳିଯିବା ବା ମୁହଁ ରେ ବ୍ରଣ ହେବା ର ଏକ ହିଁ ଅର୍ଥ ଆପଣଙ୍କ ରକ୍ତ ସଫା ନାହିଁ।ଏହା ପାଇଁ ନିମ୍ବ ପତ୍ର ବହୁତ ଲାଭ ଦାୟକ ହେଇଥାଏ।ଏହା ଏକ ସପ୍ତାହ ମଧ୍ୟରେ ରକ୍ତ କୁ ପୁରା ସଫା କରିଦେଇଥାଏ।ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବା।ଆପଣଙ୍କର ମନେ ଥିବା ଛୋଟ ବେଳେ ଅଜା ଆଇ ମାନେ ଆମକୁ ନିମ୍ବ ର ଗୁଳା କରି ଖାଇବାକୁ ଦେଉଥିଲେ କାରଣ ଆମ ରକ୍ତ ସଫା ହେବାପାଇଁ।ଆଜି କାଲି ଆମେ ଏହାକୁ ଭୁଲି ଗଲେଣି।

ଆପଣ ସକାଳେ ଖାଲି ପେଟରେ ଏକ ବା ଦୁଇଟି ନିମ୍ବ ପତ୍ର ଚୋବାଇ ଖାନ୍ତୁ ଓ ହାଲକା ଗରମ ପାଣି ପିଅନ୍ତୁ।ଯଦି ଅଧିକ ପିତା ଲାଗୁଚି ଏହା ସହ ମହୁ ମିଶାଇ ଖାଇପାରିବେ।ଦେଖିବେ ଏକ ସପ୍ତାହ ମଧ୍ୟରେ ସବୁ ଚର୍ମ ରୋଗ ଭଲ ହେଇଯିବ।ସପ୍ତାହ ରେ ତିନି ରୁ ଚାରି ଥର ଏହାକୁ ଖାନ୍ତୁ ଏହା ଆପଣ ଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଫାଇଦା ଦେବ।

ଯଦି ଆପଣଙ୍କ କୌଣସି ସ୍ଥାନରେ ଅଧିକ କୁଣ୍ଡାଇ ହେଉଛି ନିମ୍ବ ପତ୍ର କୁ ଛେଚି ତା ଦେହରେ କପୁର ମିଶାଇ ସେହି ସ୍ଥାନ ରେ ଲଗାଇବା ଦ୍ବାରା କୁଣ୍ଡିଆ ଭଲ ହେଇଥାଏ।ସକାଳୁ ନିମ୍ବ ପତ୍ର ଖାଇବା ଦ୍ବାରା ଏହା ଡାଇବେଟିସ କୁ କି କଣ୍ଟ୍ରୋଲ କରିଥାଏ।ଏହାକୁ ଆପଣ ମୋଟା ପଣ କମ କରିବାକୁ ମଧ୍ୟ ଉପଯୋଗ କରିପାରିବେ।ଏହା ଚୁଟି ପାଇଁ ବି ଫାଇଦା ଦେଇଥାଏ।

ଯଦି ଆପଣଙ୍କ ଙ୍କ ଚୁଟି ଝଡ଼ୁଛି ଏହାକୁ ବାଟି ଏହା ମଧ୍ୟରେ ଦହି ଓ ନଡିଆ ତେଲ ମିଶାଇ ଚୁଟି ରେ ୧୦ ମିନିଟ ଲଗାଇ ଧୋଇଦିଅନ୍ତୁ ଦେଖିବେ ସବୁ ସମସ୍ୟା ଦୂର ହେବ।ଦାନ୍ତ ପାଇଁ ମଧ୍ୟ ନିମ୍ବ ପତ୍ର ର ଉପଯୋଗ କରାଯାଇଛି।ଆଗରୁ ଲୋକ ପେଷ୍ଟ ନଥିଲା ଏହା ଦ୍ବାରା ଦାନ୍ତ ଘଷୁଥିଲେ ଓ ତାଙ୍କ ଦାନ୍ତ ମଝବୁତ ଥିଲା।ଆସନ୍ତୁ ଜାଣିବା ଏହା ଖାଇବାର ସଠିକ ସମୟ।

କିଛି ଲୋକ ସକାଳେ ଖାଲି ପେଟରେ ଖାଉଥାନ୍ତି ତ କିଛିଲୋକ ସନ୍ଦ୍ୟବେଳେ ଖାଇଥାନ୍ତି।ଯେଉଁଲୋକମାନେ ଏହାକୁ ସକାଳେ ଖାଲି ପେଟରେ ଖାଇଥାନ୍ତି ସେମାନଙ୍କୁ ଏହାର ଅଧିକ ଫାଇଦା ମିଳିଥାଏ।ହେଇପାରିବ ତ ଆପଣ ଏହାକୁ ସକାଳ ର ସମୟରେ ହିଁ ଖାଆନ୍ତୁ।ଏହି କଥା ର ବି ଧ୍ୟାନ ରଖିବେ କି ଏହାର ସେବନ ଅଧିକ ଥର ଓ ଅଧିକ ପରିମାଣ ର କରିବେ ନାହିଁ।କାରଣ ଅଧିକ ଖାଇବା ଦ୍ବାରା ଏହା ର ପ୍ରଭାବ ଲିଭର ଉପରେ ପଡିଥାଏ।

ଗର୍ଭବତୀ ମହିଳା ଏହାର ସେବନ କରନ୍ତୁ ନାହିଁ କାରଣ ଏହାର ପ୍ରଭାବ ପିଲା ଉପରେ ପଡିଥାଏ।ଯଦି ଆମ ଏହି ଲେଖା ଆପଣଙ୍କୁ ପସନ୍ଦ ଆସିଛି ଏହାକୁ ଲାଇକ ଓ ସେୟାର କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *