September 3, 2025

Odia Express

Leading Odia News Portal of Odisha

ମଜାଦାର ପ୍ରଶ୍ନ ଉତ୍ତର – ବଣରୁ ଆସିଲା କୁତି ଭାତରେ ଦେଲା ମୁତି ? କବାଟ ପଡିଲେ ଦିନ ବି ଅନ୍ଧାର, କବାଟ ଖୋଲିଲେ ପୃଥିବୀ ସୁନ୍ଦର ? ତେବେ ଏହାର ଉତ୍ତର ଆପଣ ଜାଣିଛନ୍ତି କି..

ଆଜି ଏହି ଆର୍ଟିକିଲରେ ଆମେ ୧୦ଟି ପ୍ରଶ୍ନ ପଚାରିବୁ ଆଉ ଉତ୍ତର ମଧ୍ୟ କହିବୁ। ଏହା ଆପଣଙ୍କ ଜ୍ଞାନର ବିକାଶ କରିବାରେ ବହୁତ ସହାୟକ ହେବ। ତେବେ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା।ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ନେଇକି ଆସିଛୁ । ଯାହା ଆପଣଙ୍କ ବୁଦ୍ଧିର ବିକାଶ ହେବାରେ ବହୁତ ସହାୟକ ହେବ। ତେବେ ଡେରି ନ କରି ଆସନ୍ତୁ ଜାଣିବା।ଆଜିକାଲି ସବୁ ପରୀକ୍ଷାରେ ସାଧାରଣଜ୍ଞାନ ପ୍ରଶ୍ନର ମହତ୍ତ୍ୱ ଅଧିକ ରହିଛି।ସେଥିପାଇଁ ସମସ୍ତଙ୍କୁ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ।

ଆଜିର ପ୍ରଶ୍ନ:୧) ପ୍ର: ଜଣେ ବାପା ତାର ଝିଅକୁ ଏକ ଫଳ ଦେଲା କହିଲା ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ ଏବଂ ସୀତ ହେଲେ ଜଳାଇ ଦେବୁ ?

ଉତ୍ତର: ନଡ଼ିଆ

୨) ପ୍ର: କେଉଁ ପେଡିରେ ଚାବି ନାହିଁ ?

ଉତ୍ତର: ନିଆଁ ପେଡି

୩) ପ୍ର: ପାଞ୍ଚଟି ଅକ୍ଷର ନାମ ମୋହର, ଚର୍ତୁଥ ଦିଦ୍ୱିୟ କରିଲେ ଯୋଗ ହାତୀର ନାମକୁ ବୁଝାଉ ଥିବ, ତୃତୀୟ ପ୍ରଥମ କରିଲେ ଯୋଗ ଜଳର ନାମକୁ ବୁଝାଉ ଥିବ, ପ୍ରଥମ ପଞ୍ଚମ କରିଲେ ଯୋଗ କିପରି ଖାଇବ ତାହା ଜାଣିବ, ପ୍ରଥମ ଦ୍ୱିତିୟ ତୃତୀୟ କରିଲେ ଯୋଗ ରାତ୍ରିର ନାମକୁ ବୁଝାଉ ଥିବ, ଯତ୍ନ କରି ମତେ ଯିଏ ରଖିବ ବଗିଚା ତାହାର ମହକୁ ଥିବ ?

ଉତ୍ତର: ରଜନୀ ଗନ୍ଧା

୪) ପ୍ର: ମାଠାରୁ ପୁଅ ହୋଇଲା ଜାତ କ୍ଷୀର ନ ଖାଉଣୁ ଖାଇଲା ଭାତ, ମା କୁ ସେ ପୁଅ ଛୁଇଁବ ନାହି ଛୁଇଁଲେ ସେ ପୁଅ ରହିବ ନାହିଁ?

ଉତ୍ତର: ଲୁଣ

୫) ପ୍ର: ବଣରୁ ଆସିଲା କୁତି ଭାତରେ ଦେଲା ମୁତି ?

ଉତ୍ତର: ଲେମ୍ବୁ

୬) ପ୍ର: ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ସାଇଁ ସାଇଁ ଏହି ଉତ୍ତର କହିବ ଜିଏ ମକର ଚାଉଳ ଖାଇବ ସିଏ?

ଉତ୍ତର: ଗୁଡ଼ି

୭) ପ୍ର: ମିଠାଇ ନୁହେଁ କିନ୍ତୁ ମିଠା ଲାଗେ ହତିଆର ନୁହେଁ ସିଧା ଅଟେ, ମାତେ କହି ପାରନ୍ତି ନାହିଁ କିନ୍ତୁ ଖାଅନ୍ତି ଅଧା ଖାଇ ପୁଣି ଫୋପାଡ଼ି ଦିଅନ୍ତି ?

ଉତ୍ତର: ଆଖୁ

୮) ପ୍ର: କହିବନି କହିଲେ ଏ ଘର ରହିବ ନାହିଁ ?

ଉତ୍ତର: ସତ କହିଲେ ସମସ୍ତଙ୍କୁ ବାଧେ

୯) ପ୍ର: କବାଟ ପଡିଲେ ଦିନ ବି ଅନ୍ଧାର, କବାଟ ଖୋଲିଲେ ପୃଥିବୀ ସୁନ୍ଦର ?

ଉତ୍ତର: ଆଖି

୧୦. ସେ କିଏ ଯିଏ ମୁକ ବଧିର ଓ ଅନ୍ଧ ହେଲେ ମଧ୍ୟ ସବୁବେଳେ ସତ କହେ?
ଉତ୍ତର:- ଆଇନା

୧୧. ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ?
ଉତ୍ତର:- ଅନ୍ଧ ଲୋକଙ୍କ ବାଡ଼ି।

୧୨. ସେ କେଉଁ ଫୁଲ ଯାହା କେବେ ହେଲେ ଫୁଟି ନଥାଏ?
ଉତ୍ତର:- ଅପ୍ରେଲ ଫୁଲ।

୧୩. ସେ କେଉଁ ଡ୍ରାଇଭର ଯାହାକୁ ଲାଇସେନ୍ସ ଦରକାର ହୁଏ ନାହିଁ?
ଉତ୍ତର:- ସ୍କ୍ରି ଡ୍ରାଇଭର।

୧୪. ଫୁଲ ନହେଲେ ବି ବାସ୍ନା ହୁଏ ଇର୍ଷା ନେହେଲେ ବି ଜଳିଥାଏ ତାହା କଣ?
ଉତ୍ତର:- ଧୂପକାଠି।

୧୫.ଟିକି ବାଛୁରୀ ବେକରେ ପଘା, ଟିକି ଦାନ୍ତରେ କାମୁଡେ ଲୁଗା , ଏହାର ଉତ୍ତର କଣ?
ଉତ୍ତର:- ଛୁଞ୍ଚି ସୂତା।

୧୬. ଗଛ ଲଗେଇଲି ଫଳିବା ପାଇଁ ଫଳିଲା ପାଚିଲା ହେଲେ ଝଡ଼ିଲା ନାହିଁ।
ଉତ୍ତର:- ଭେଣ୍ଡି।

୧୭. ରାମୁର ବାପାଙ୍କ ତିନି ପୁଅ। ପ୍ରଥମଟିର ନାମ ଜୁନ ,ଦ୍ଵିତୀୟ ତିର ନାମ ଜୁଲାଇ , ୩ୟ ପୁଅର ନାମ କଣ?
ଉତ୍ତର:- ରାମୁ।

୧୮. ୬ ଜଣ ଲୋକ ୬ ଟି ଆମ୍ବକୁ ୬ ମିନିଟରେ ଖାଆନ୍ତି। ତେବେ ୬୦ ଜଣ ଲୋକ ୬୦ଟି ଆମ୍ବକୁ କେତେ ମିନିଟରେ ଖାଇବେ।
ଉତ୍ତର:- ୬ମିନିଟ।

ତେବେ ଏହା କେମିତି ଲାଗିଲା ଆମକୁ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *