February 13, 2026

Odia Express

Leading Odia News Portal of Odisha

ମଶା ମାରିବାର ଘରୋଇ ଉପାୟ – ଗୋଟେ ବି ମଶା ରହିବେନି ଆପଣଙ୍କ ଘରେ – ନିଶ୍ଚୟ ଏହି ଉପାୟ ଟି ଜାଣିଥିବା ଦରକାର…

ସାଙ୍ଗମାନେ ମଶା କାମୁଡିବା ଆମ ସ୍ବାସ୍ଥ୍ୟ ପକ୍ଷେ ବହୁତ ହାନିକାରକ ଅଟେ। ମଶାରୁ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାର ରୋଗ ସାରା ବିଶ୍ବ ରେ ଅନେକ ଲୋକଙ୍କ ଜୀବନ ନେଇଥାଏ।୨୦୧୫ ରେ ହୋଇଥିବା ଏକ ରିସର୍ଚ୍ଚ ଅନୁସାରେ ସାରା ବିଶ୍ବ ରେ ପ୍ରାୟ ଚାରି ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ମଶା କାମୁଡିବା ଦ୍ବାରା ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ।ମଶା କାମୁଡିବା ଦ୍ବାରା ହେଉଥିବା ରୋଗ ଗୁଡ଼ିକ ଯଥା,ମ୍ୟାଲେରିଆ,ହଳଦିଆ ଜର, ଚିକୁନ୍ ଗୁନିଆ,ଡେଙ୍ଗୁ ଇତ୍ୟାଦି।ଏମାନଙ୍କ ଠାରୁ ସୃଷ୍ଟି ହେଉ ଥିବା ରୋଗ ପ୍ରତି ବର୍ଷ ମିଲିୟନ ଲୋକଙ୍କୁ ହତ୍ୟା କରିଥାଏ ଓ ବିଲିଅନ ଲୋକ ଏଥିରେ ସଂକ୍ରମିତ ହୁଅନ୍ତି।ଏହା ଭାରତ ରେ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇଥାଏ ପ୍ରତି ବର୍ଷ।ଏହା ଭାରତ ଭଳି ଏକ ଜନ ବହୁଳ ରାଷ୍ଟ୍ର ରେ ବହୁତ ଖରାପ ପ୍ରଭାବ ପକାଇ ଥାଏ।

ଯଦି ଆପଣ ବଜାରରେ ମିଳୁଥିବା କୃତ୍ରିମ ମଶା ଧୂପ ବ୍ୟବହାର କରୁଛନ୍ତି ତ ଏଥିରେ ସମ୍ପୂର୍ଣ୍ଣ ଭାବେ ମଶା ମାରନ୍ତି ନାହିଁ, ବରଂ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାନ୍ତି କାରଣ ଏଥିରେ ବହୁତ୍ ପ୍ରକାର ରାସାୟନିକ କେମିକାଲ ମିଶିଥାଏ।ଏହା ଆପଣଙ୍କ ପରିବାର ପାଇଁ ହାନି କାରକ।କିନ୍ତୁ ଆଜି ମୁଁ ଯାହା ଆପଣଙ୍କୁ କହିବି ତାହା ଅତନ୍ତ୍ୟ ପ୍ରଭାବ ଶାଳୀ।ଏହା ସମ୍ପୂର୍ଣ୍ଣ ଭାବେ ଦେଶୀ ଉପାୟ ଅଟେ ଓ ଆପଣଙ୍କ ରୋଷେଇ ଘରେ ମଧ୍ୟ ସେହି ଜିନିଷ ଉପଲବ୍ଧ ଅଟେ।ଯଦି ଆପଣ ଏହାକୁ ୧ରୁ୨ ଦିନ ବ୍ୟବହାର କରୁଛନ୍ତି ତ ମଶା ସବୁଦିନ ପାଇଁ ଦୂରେଇ ଯିବେ।

ପ୍ରଥମେ ଆପଣ କିଛି କର୍ପୁର କୁ ଭଲ ଭାବେ ଗୁଣ୍ଡ କରିଦେବେ।ତା ପରେ ତାକୁ ଯେପରି କି ଦୀପ ବା ସେହିଭଳି କିଛି ପାତ୍ର ରେ ରଖିବେ।ଦ୍ଵିତୀୟ ଜିନିଷ ଦରକାର ଯାହାକି ମେନ୍ଥଲ କ୍ରିଷ୍ଟଲ ଯାହା ବଜାରରେ ଅତି ସହଜ ରେ ମିଳିଯିବ।ଦୀପରେ ରହିଥିବା କର୍ପୁର ସାଥିରେ ଚିମୂତାଏ ମେନ୍ଥଲ କ୍ରିଷ୍ଟଲ ମିଶାଇ ଦେବାର ଅଛି।ଓ ତା ପରେ ଏଥିରେ ୧ ଚାମଚ୍ ନିମ୍ବର ତେଲ ଏଥିରେ ମିଶାଇ ଦେବେ।ଯଦି ଆପଣଙ୍କ ଘରେ ନିମ୍ବ ତେଲ ନାହିଁ ତ ଆପଣ ସେଥିରେ ଯେ କୌଣସି ତେଲ ପକାଇ ପାରିବେ ଯେପରି ନଡ଼ିଆ ତେଲ,ବାଦାମ ତେଲ ଇତ୍ୟାଦି।

ଏଥିରୁ ଯେଉଁ ବାସ୍ନା ବାହାରିବା ସେଥିରେ ମଶା ମାନେ ଜମା ବି ରହି ପାରିବେ ନାହିଁ। ନିମ୍ବରେ ଏକ ପ୍ରକାର ପ୍ରାକୃତିକ ପଦାର୍ଥ ରହିଥାଏ ଯାହା ମଶା ମାନଙ୍କୁ ଦୂର ରେ ରଖିଥାଏ। ଯଦି ଆପଣଙ୍କୁ ନିମ୍ବ ତେଲ ପସନ୍ଦ ଆସୁନାହିଁ ତ ଆପଣ କୌଣସି ବି ତେଲ ବ୍ୟବହାର କରିପାରିବେ। ତା ପରେ ଏକ ବଳିତା ନେଇ ଦିପରେ ଭଲ ଭାବେ ବୁଡାଇ ଦେବେ।ଓ ତା ପରେ ଦୀପ ଜଳାଇ କରି ଉଚିତ ଜାଗାରେ ରଖିଦେବେ।ଏହି ପରି ଯଦି ଆପଣ ୨ ରୁ ୩ ଦିନ କରୁଛନ୍ତି ତ ଆପଣଙ୍କ ଘରୁ ମଶା ନିହତିଭବରେ ଚାଲିଯିବେ।ଏହା ସମ୍ପୂର୍ଣ୍ଣ ଭାବେ ଘରୋଇ ଓ ସହଜ ଉପାୟ ଅଟେ।

Leave a Reply

Your email address will not be published. Required fields are marked *