ବଚପନ୍ କା ପ୍ୟାର୍ Returns, Sahadevଙ୍କ ନୁଆ ଭିଡିଓ ଆସିଲା ସାମ୍ନାକୁ, ଏହିଥର ଗାଇଲେ ସବୁଠାରୁ ମୁସକିଲ୍ ଗୀତ
 
                ଇଣ୍ଟରନେଟ୍ ରେ ଏମିତି ଏକ ଜାଗା ଅଛି ଯେଉଁଠି ଆପଣ ଘରେ ବସି ପପୁଲାର୍ ହୋଇପାରିବେ, ଆଜି ସୋସିଆଲ୍ ମିଡିଆର ଜମାନାରେ ଆପଣ ନିଜ ଦକ୍ଷତାକୁ ପୁରା ଦୁନିଆଁ ଆଗରେ ଦେଖାଇପାରିବେ, ଏହି ସୋସିଆଲ୍ ମିଡିଆର ଜରିଆରେ ବହୁତ ଲୋକ ଫେମସ୍ ହୋଇସାରିଛନ୍ତି, ସେମିତି କୋଲକାତା ରେଲୱେ ଷ୍ଟେସନରେ ଗାଉଥିବା ରାନୁ ମଣ୍ତଳ ହୁଅନ୍ତୁ କି ଛତିଶଗଡର ଛୋଟ ଗାଁରେ ରହୁଥିବା ସହଦେବ । ସହଦେବଙ୍କୁ ଆମେ ସମସ୍ତେ ବଚପନ କା ପ୍ୟାର୍ କଭି ଭୁଲ୍ ନା ଜାନା ଗୀତ ପାଇଁ ଜାଣିଛେ, ତାଙ୍କର ଏହି ଗୀତ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା, ସହଦେବ ଛତିଶଗଡର ଏକ ଛୋଟ ଗାଁରୁ ଅଟନ୍ତି , ସେ ନିଜ ସ୍କୁଲର ଫଙ୍କସନରେ ବଚପନ କା ପ୍ୟାର୍ ଗୀତ ଗାଇଥିଲେ, ତାଙ୍କ ଏହି ଗୀତ ତାଙ୍କ ସ୍କୁଲର ଶିକ୍ଷକ ରେକର୍ଡ କରିନେଇଥିଲେ, ଓ ଅପଲୋଡ୍ କରିଦେଇଥିଲେ
ଏହାପରେ ଏହି ଗୀତ ବହୁ ଦିନ ପରେ ଭାଇରାଲ୍ ହେଲା, ଦେଖୁ ଦେଖୁ ସହଦେବ ଏକ ସେଲିବ୍ରେଟି ହୋଇଗଲେ ସୋସିଆଲ୍ ମିଡିଆରେ ଯେଉଁଠି ସହଦେବଙ୍କ ଭିଡିଓ କ୍ଲିପ୍ ଭାଇରାଲ୍ ହେବାକୁ ଲାଗିଲା ଏହାପରେ ଛତିଶଗଡ ନେତାଙ୍କୁ ନେଇକରି ବଲିଉଡ୍ ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ସହଦେବଙ୍କୁ ଦେଖାକରିବାକୁ ଇଚ୍ଛା କଲେ, ସିଙ୍ଗର୍ ରାପର୍ ବାଦଶାହ ତ ସହଦେବଙ୍କ ସହ ବଚପନ କା ପ୍ୟାର୍ ଗୀତ ଗାଇକରି ରିଲିଜ୍ କରିଦେଲେ, ଏହାପର୍ ସହଦେବ ଇଣ୍ତିଆନ୍ ଆଇଡଲ୍ ୧୨ ରେ ଜଣେ ଗେଷ୍ଟ୍ ହିସାବରେ ଜଣାଗଲେ, ସମୁଦାୟ ସବୁ ମିଶାଇ ଏହି ଗୀତ ସହଦେବଙ୍କ ଜୀବନ ବଦଳାଇଦେଲା
ସେ ଏହି ଗୀତର ଦ୍ୱାରା ବହୁତ୍ ପଇସା କମାଇଛନ୍ତି । ସହଦେବଙ୍କ ବଚପନ କା ପ୍ୟାର୍ ଏବେ ଆସିବାର୍ ବହୁତ ଦିନ ହୋଇସାରିଛି, ସମସ୍ତେ ତାଙ୍କ ଏହି ଗୀତ ଶୁଣିଛନ୍ତି, ଏମିତିରେ ତାଙ୍କ ଫ୍ୟାନ୍ସ ତାଙ୍କ କେଉଁ ଭୀଡିଓ କିମ୍ବା ଗୀତ ଖୋଜୁଛନ୍ତି, ସହଦେବ ବି ନିଜ ପ୍ରଶଂସକ ବାଲା ଇଚ୍ଛା ପୁରା କରିଥିଲେ ଏକ ନୁଆ ଭିଡିଓ ନେଇକରି ଆସିଲେ, ଏହି ଭିଡିଓରେ ସହଦେବ ଏକ ଦମ୍ ଅଲଗା ଅନ୍ଦାଜରେ ଗୀତକୁ ଗାଇଥିବାର୍ ଦେଖାଯାଇଛନ୍ତି, ଆଶ୍ଚର୍ଯ୍ୟର କଥା ଏହା କି ଏହିଥର ହିନ୍ଦୀରେ ନୁହେଁ ବରଂ ସ୍ପେନିସ୍ ଭାଷାରେ ଗୀତ ଗାଉଛନ୍ତି ।
ସହଦେବ ନିଜ୍ ନୁଆ ଭିଡିଓରେ ନେଟଫ୍ଲିକ୍ସ ର ପପୁଲାର୍ ସିରିଜ୍ ମନି ହାଇଟ୍ ର ଟାଇଟଲ୍ ଟ୍ରାକ୍ ବେଲା ଚାଓ ଗୀତରେ ନଜର ଆସିଛନ୍ତି, ଏହି ଗୀତ ଲିରିକ୍ସ ସ୍ପେନିସ୍ ଭାଷାରେ ଅଛି, ସହଦେବ ଏକ ଛୋଟ ଗାଁରୁ ଆସିଥାଏ ଯାହାକୁ ଠିକ୍ ଭାବରେ ଇଂରାଜୀ କହି ଆସେନି ଏମିତିରେ ତାଙ୍କ ଦ୍ୱାରା ଏତେ ମୁସକିଲ୍ ରେ ଲିରିକ୍ସ ମନେ ରଖି କହିବା ବହୁତ ପ୍ରଶଂସନୀୟ ଅଟେ, ନେଟଫ୍ଲିକ୍ସ ୱେବସିରିଜ୍ ମନି ହାଇଟ୍ସ ଏହି ସମୟରେ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି, ଏବେ ଏହାର ସିଜିନ୍ ୫ ପ୍ରଥମ ପାର୍ଟ ରିଲିଜ୍ ହୋଇଥିଲା, ଏହି ପାର୍ଟ ଫ୍ୟାନ୍ସ ଓ କ୍ରିଟିକ୍ସ ଦୁହେଁ ବଡ ପସନ୍ଦ୍ ଆସିଛି, ସିରିଜ୍ ର ଆଗାମୀ ପାର୍ଟ ଡିସେମ୍ବରରେ ରିଲିଜ୍ ହେବ ।
ମନି ହାଇଟ୍ସ ଲୋକପ୍ରିୟତା ମଧ୍ୟରେ ସହଦେବ ଏହାର ଟାଇଟଲ୍ ଟ୍ରାକ୍ ଗାଇକରି ଚର୍ଚ୍ଚିତ ହୋଇଯାଇଛନ୍ତି, ଏବେ ତାଙ୍କର ଏହି ନୁଆ ଭିଡିଓ ସୋସିଆଲ୍ ମିଡିଆରେ ଲୋକପ୍ରିୟ ହୋଇଛି, ତେବେ ଚାଲନ୍ତୁ ଆଉ ଡେରି କାହିଁକି ଆପଣ ଏହି ଭିଡିଓ ଦେଖିପାରିବେ ।

 
                         
                                 
                                 
                                