ପ୍ରକୃତି କୋଳ ରେ ହାତୀପଲଙ୍କ ମନଲୋଭା ଦୃଶ୍ୟ,ଅତି ଆରାମ ରେ ଶୋଇଛନ୍ତି ହାତୀପଲ

ଧୋରେ ବାଇଆ ଧୋ ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରିରେ ଶୋ ଏ ଗୀତ ଗାଉଛି ପ୍ରକୃତି ମା,ଏ ଗୀତ ଗାଈ ତା କୋଳରେ ଈଶ୍ବରଙ୍କ ଅପରୂପ ସୃଷ୍ଟିର ନିରୀହ ହାତୀ ଶାବକଙ୍କୁ ଶୁଆଇ ଦେଉଛି ମାଟି ମା। ଏ ଦୁନିଆରେ ଯଦି କିଛି ଅନାବିଳ ସମ୍ପର୍କ ଥାଏ ତାହା ହେଉଛି ମା ଓ ଛୁଆର ସମ୍ପର୍କ । ସେ ଦଶ ମାସ ଗର୍ଭରେ ଧାରଣ କରି ଜନ୍ମ ଦେଇଥିବା ମା ହେଉ କି ମାଟି ମା ।
ଦେଖୁ ନାହାନ୍ତି ଚାରି ଆଡେ଼ ସବୁଜିମା ଘଞ୍ଚ ଜଙ୍ଗଲ। ଆଉ ପ୍ରକୃତି ମା କୋଳରେ ନିଘୋଡ଼ ନିଦରେ ଶୋଇ ଯାଇଛନ୍ତି ଛୁଆ ହାତୀ ପଲ । ଏ ଗୀତ ମାଟି ମା ଗାଉଛି ଆଉ ତା କୋଳରେ ଛୁଆ ହାତୀଙ୍କୁ ଏ ଗୀତ ଗାଈ ଶୁଆଇ ଦେଉଛି। ଆଉ ମଝିରେ ଧୀରେ ଧିରେ କହୁଛି,,ଚୁୁଉପ,କେହିବି ପାଟି କରନି,ସମସ୍ତେ ପାଟି ଚୁପ୍ କରିଦିଅ ଭାଙ୍ଗିଯିବ ନିଦ ଉଠି ପଡ଼ିବେ ମା କୋଳରେ ଶାନ୍ତିରେ ସୋଇଥିବା ହାତୀ ଶାବକ। ଦେଖୁ ନାହାନ୍ତି ଧରଣୀ ରାଣୀ ତା ବକ୍ଷରେ କିପରି ଧାରଣ କରିଛି ଛୁଆ ଛୁଆ ହାତୀ ପଲଙ୍କୁ। ସତେ ଯେମିତି ବୃକ୍ଷ,ଲତା ଧୋରେ ବାଇଆ ଧୋ ଗୀତ ଗାଇ ଶୁଆଇ ଦେଉଛନ୍ତି ଏ ହାତୀ ଛୁଆଙ୍କୁ ।
ସବୁଜିମା ଭରା ପ୍ରକୃତି ମା ତା କୋଳ ମେଲାଇ ଦେଇଛି ହାତୀଙ୍କୁ ଶାନ୍ତିରେ ଶୋଇବାକୁ । ନିଘୋଡ଼ ନିଦରେ ଶାନ୍ତିରେ ମା କୋଳରେ ସୋଇଯାଇଛନ୍ତି ଛୁଆ ହାତୀ ପଲ। ସତେ ଯେମିତି ଏ ବୃକ୍ଷ ଲତା ବନ ଜଙ୍ଗଲ ବି ସବୁ ନିରବି ଯାଇଛନ୍ତି । କାଳେ ଶବ୍ଦ ହେଲେ ଛୁଆ ହାତୀଙ୍କ ନିଦ ଭାଙ୍ଗିଯିବ ବୋଲି । ମାଟି ମା ପାଇଁ ତା ଛୁଆ ସବୁଠୁ ମୂଲ୍ୟବାନ ।
ଆଉ ମା କୋଳରେ ଛୁଆ ନିଜକୁ ସବୁଠୁ ଅଧିକ ସୁରକ୍ଷିତ ମନେ କରେ। ସେଥିପାଇଁ ତ ମାଆ କୋଳ ପାଇବା ପରେ ଆଉ ବାଘକୁ ଭୟ ନକରି ଅଚିନ୍ତା ନିଦରେ ଶୋଇ ଯାଇଛନ୍ତି । ପ୍ରଳୟଙ୍କାରୀ ବନ୍ୟା ଯେତେବେଳେ ଭୟଭୀତ କରୁଥିଲା,ହାତୀ ଛୁଆ ଯେତେବେଳେ କ୍ଳାନ୍ତ ହୋଇ ପଡ଼ି ମହାନଦୀର ପ୍ରଖର ସ୍ରୋତକୁ ଦେଖି ଭୟ କରୁଥିଲେ ।
ଆଗକୁ ପାଦ ପକାଇବାକୁ ଯେତେବେଳେ ବଳ ପାଉ ନଥିଲା। ସେତେବେଳେ ନିରାଶ ହୋଇ ପଡ଼ିଥିଲେ ଛୁଆ ହାତୀ ପଲ୍ । ମା ହାତୀବି କିଛି ଉପାୟ ଭାବି ପାରୁ ନଥିଲା। କଣ କରିବ କିପରି ଏ ଭରା ନଈରେ ଛୁଆଙ୍କୁ ପାରି କରିବ । ଆଉ ଠିକ୍ ସେତିକି ବେଳେ ପ୍ରକୃତି ମା କୋଳ ଦେଇଥିଲା ଆଉ ମା କୋଳ ପାଇବା ପରେ ଶାନ୍ତିର ନିଦ ଆଖିରେ ଆସି ଯାଇଥିଲା ।
ଆମେ କିଛି କହିବା ପୂର୍ବରୁ ଆପଣ ଥରେ ଏହି ଦୃଶ୍ୟ ଉପରେ ନଜର ପକାଇ ନିଅନ୍ତୁ । ଭାବ ବିହ୍ୱଳ କରିଦେବ ଆପଣଙ୍କୁ ଏହି ଦୃଶ୍ୟ । ମାଟି ମା ଆଉ ଛୁଆର ସମ୍ପର୍କ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ଆଖିରେ ଲୁହ ମଧ୍ୟ ଆସିଯିବ । ତେବେ ଏହି ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳ ପାଳସାହି ନିକଟର । ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଗତକାଲି ଏକ ଗୋଠଛଡା ଦନ୍ତା ନଦୀ ପାର ହେବା ସମୟରେ ଭାସି ଯାଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ପରେ ଦନ୍ତାଟି କୁଳରେ ପହଞ୍ଚିଥିଲା । ତେବେ ନଦୀରେ ପ୍ରଖର ସୁଅ ଥିବାରୁ ହାତୀପଲ ପାଳସାହି ପଟୁ ହିନ୍ଦୋଳ ବନାଞ୍ଚଳକୁ ଯାଇ ପାରୁନଥିଲେ ।
ତେଣୁ ହାତୀପଲ ପାଳସାହି ନିକଟରେ ଥିବା ଜଙ୍ଗଲରେ ପ୍ରକୃତି ରାଣୀ କୋଳରେ ଆଶ୍ରୟ ନେଇଥିଲେ। । ପାଳସାହି ଠାରେ ଥିବା କୋଡିଏ ଟିକିଆ ହାତୀପଲ ଜଙ୍ଗଲ ମଧ୍ୟରେ ଶୋଇ ରହିଥିବା ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଦନ୍ତା ସମେତ ଛୋଟ ହାତୀ ଓ ଅନ୍ୟ ହାତୀମାନେ ଆରାମରେ ଜଙ୍ଗଲ ମଧ୍ୟରେ ଶୋଇଥିବା ଦେଖାଯାଉଛି । ନଦୀ ବଢିବା ସହ ହାତୀପଲ ନଦୀ ପାର ହୋଇ ନପାରିବାରୁ ପାଳସାହି ନିକଟରେ ରହିଯାଇଛନ୍ତି । ଆଉ ମାଟି ମା ତାଙ୍କୁ କୋଳେଇ ନେଇଛି