July 12, 2025

Odia Express

Leading Odia News Portal of Odisha

ଭାଙ୍ଗିଲା ପୀୟୂଷ ତ୍ରିପାଠୀଙ୍କ ଧର୍ଯ୍ୟର ବାଡ ବନ୍ଧ,ଖୋଲିଲେ କାଳିଆ ବାବୁଙ୍କ ମିଛର ଗୁମର ଜଣାଇ ଦେଲେ ସବୁ ସତ।

ସହିବାର ଗୋଟେ ସୀମା ଥାଏ ସହି ସହି ଶେଷରେ ଭାଙ୍ଗିଲା ପୀୟୂଷଙ୍କ ଧୈର୍ଯ୍ୟର ବନ୍ଧ ବାଡ । ସମସ୍ତଙ୍କୁ ସମ୍ମାନ ଦେଇ ପୀୟୂଷ ନୀରବ ରହିଥିଲେ ଯାତ୍ରା ପାର୍ଟିରୁ ଦୂରେଇ ଯାଇଥିଲେ । ହେଲେ ଟଙ୍କା ଫେରାଇବା ପରେ ବି ମାଲିକ କାଳିଆ ବାବୁ ତାଙ୍କ ନାମରେ ମିଛ କହି ପୀୟୂଷଙ୍କ ଛାତିରେ ତୀର ମାରି ଦେଇଛନ୍ତି । ଆଉ ଯାହାକୁ ନେଇ ଭାଙ୍ଗିଛି ପୀୟୂଷଙ୍କ ଧର୍ଯ୍ୟ । ଶେଷରେ ପୀୟୂଷ ଖୋଲି କହିଦେଲେ ସବୁ ସତ ।

ସୀମା ଟପିଗଲେ ମାଲିକ ଧର୍ଯ୍ୟ ହରା ହୋଇ ପଡିଲେ ସମସ୍ତଙ୍କ ପ୍ରିୟ ଅଭିନେତା ପୀୟୂଷ ତ୍ରିପାଠୀ । ଆଉ ପୀୟୂଷ ଶେଷରେ ନୀରବତା ଭାଙ୍ଗି ଖୋଲିଦେଲେ କାଳିଆ ବାବୁଙ୍କ ମୁଖା । ଧରା ପଡ଼ିଗଲା କାଳିଆ ବାବୁଙ୍କ ସତ । କାଳିଆ ବାବୁ କୁଆଡେ ପୀୟୂଷଙ୍କୁ ବଦନାମ କରୁଥିଲେ । କାଳିଆ ବାବୁ କୁଆଡେ କହୁଥିଲେ ଟଙ୍କା ପାଇଁ ପୀୟୂଷ ମୋ ଗୋଡ଼ ଧରୁଛି । ଆଉ ଏ ମିଛ ପୀୟୂଷଙ୍କ ଏତେ କଷ୍ଟ ଦେଲା ଯେ ଶେଷରେ ପୀୟୂଷ ଲେଖିଲେ ସତ ଖୋଲି ଦେଲେ କାଳିଆ ବାବୁଙ୍କ ମୁଖା । ମାଲିକ ସଂଘକୁ ଚିଠି ଲେଖି ପୀୟୂଷ ଜଣାଇଛନ୍ତି ।

ମାନନୀୟ ଶ୍ରୀଯୁକ୍ତ ସଭାପତି ଓଡିଶା ଯାତ୍ରା ମହାସଂଘ ମହାଶୟ ମୁଁ ପିୟୁଷ ଆପଣଂକର ବିଚାରର୍ଥେ ଜଣାଉଅଛି ..ଯାତ୍ରା ବର୍ଷ ୨୦୨୫-୨୬ ରେ ଉଭୟ ସିଂହବାହିନୀ ଏବଂ ସୂର୍ଯ୍ୟ ମନ୍ଦିର ରୁ ପଇସା ନେଇ ମୁଁ ବିବାଦୀୟ ହୋଇ ମିଡ଼ିଆ କୁ ଆସିଥିଲି, କିନ୍ତୁ ଯାତ୍ରା ଜଗତରେ ଗୋଟିଏ ମାଲିକ ଠାରୁ ଟଙ୍କା ନେଇ ଅନ୍ୟ ମାଲିକ ପାଖରେ ଚାକିରୀ କରିବା ନୂତନ ପରମ୍ପରା ନୁହଁ,ଏ କଥା ମୁଁ ବି ଜାଣିଛି ଆପଣବି ଜାଣିଛନ୍ତି . କିନ୍ତୁ ମୋ କ୍ଷେତ୍ର ରେ ଦୁଇ ମାଲିକ ଙ୍କ ସମ୍ମାନ ପାଇଁ ଆପଣଂକ ପରାମର୍ଶ ରେ ମୁଁ ଗୋଟିଏ ବର୍ଷ ପାଇଁ ଯାତ୍ରା ରୁ ଅବ୍ୟାହତ ନେଲି । ହେଲେ ପଇସା ଫେରେଇବା ପରେ କାଳିଆ ବାବୁ ଯେଉଁ କହିଲେ ଯେ ମୁଁ ଗୋଡ ହାତ ତଳେ ପଡି ତାଙ୍କୁ ପଇସା ମାଗିଲି ତାହା ସମ୍ପୂର୍ଣ ମିଛ, ସେ ସମୟ ରେ ସେ ଜାଗା ରେ ସତ୍ୟ ବାବୁ ଏବଂ ବଂକିମ ସାର ମଧ୍ୟ ଉପସ୍ଥିତ ଥୂଲ ମୁଁ ତାଙ୍କୁ ଗୋଡ ହାତ ତଳେ ପଡି ପଇସା ମାଗି ନଥୁଲି ବରଂ ପାଢ଼ୀ ବାବୁ ଙ୍କ ପଇସା ମୁଁ କେମିତି ଫେରେଇବି ମୁଁ ବୁଝିବି କହିଥିଲି। ତଥାପି କାଳିଆ ବାବୁ ପୁଣି ମୋ ଆକାଉଣ୍ଡ କୁ ପଇସା ପଠେଇଲେ, ଯାହାଦ୍ବାରା ପୁଣି ଟଣାଓଟରା ଆରମ୍ଭ ହେଲା। ମୁଁ କାଳିଆ ବାବୁଙ୍କୁ ପାଖରେ ଏକ ବର୍ଷ ପାଇଁ ଅନୁବନ୍ଧିତ ହୋଇଥିଲ Blank ଷ୍ଟାମ୍ପ ପେପେର ରେ କେବଳ ମୁଁ ଗୋଟିଏ ଦସ୍ତଖତ କରିଥିଲି ଯେମିତି ଅନେକ ଯାତ୍ରା ପାର୍ଟିରେ ହୁଏ,ଦୁଇ ବର୍ଷ କଥା କେବଳ ମୌଖୁକ, ଲିଖୁତ ନୁହେଁ । ମୁଁ କେବେ ମୋର ନିଷ୍ପତି କୁ ବଦଳେଇ ନାହିଁ କିନ୍ତୁ ମାଲିକ ସଂଘ ୨୦୨୬-୨୭ ରେ ମୁଁ କେଉଁଠିକୁ ଯିବି ସେ ନିଷ୍ପତି ତାଙ୍କ ହାତକୁ ନେଇଗଲେ ମୋର କହିବାର କ‌ଥା ୨୦୨୫-୨୬ ରେ ଅନେକ ଯାତ୍ରା କଳାକାର ଏ ପାର୍ଟି ରୁ ପଇସା ନେଇ ଅନ୍ୟ ପାର୍ଟି କୁ ଯାଇଛନ୍ତି, ଯେଉଁ ମାନେକି ମାଲିକ ସଂଘ ର ନିସ୍ମୃତିକୁ ନମାନି କାମ କରିଛନ୍ତି,କେଉଁ କଳାକାର ଦେହ ଖରାପ କହି ଘରେ ରହିଛନ୍ତି ପୁଣି ଭଲ ହୋଇଗଲେଣି କହି ଯାତ୍ରା ପାଇଁ ପ୍ରସ୍ତୁତ ହେଉଛନ୍ତି . ଯାତ୍ରା ମାଲିକ ଙ୍କୁ ଅତ୍ୟନ୍ତ କଦର୍ଥ ଭାଷା ରେ ଗାଳି ଦେଇଛନ୍ତି ଓ ଦେଉଛନ୍ତି,କିନ୍ତୁ ଚାକିରୀ କରିଛନ୍ତି ।

ହେଲେ ମୁ କିନ୍ତୁ ଆଜି ପର୍ଯ୍ୟନ୍ତ ମାଲିକ ସଂଘ କୁ ସମ୍ମାନ ଦେଇ ୨୦୨୫ ୨୬ ରେ କୌଣସି ଅନୁଷ୍ଠାନ କୁ ଯିବା ପାଇଁ ସିଦ୍ଧାନ୍ତ ନେଇ ନାହିଁ ମାତ୍ର ୨୦୨୬-୨୭ ଯାତ୍ରା ବର୍ଷ ରେ ମୁଁ କେଉଁ ଯାତ୍ରା ପାର୍ଟି କୁ ଯିବି ସେ ନିଷ୍ପତି ଯଦି ସଂଘ ନେବ ତେବେ ମୋର ୨୦୨୫-୨୬ ଘରେ ରହିବାର ନିଷ୍ପତି ବଦଳିଯିବ କାରଣ ଯଦି ବିବାଦ ଆଜି ଛିଡ଼ୁନି ବର୍ଷେ ପରେ କେମିତି ଛିଣ୍ଡିବ, ଯଦି ୨୦୨୬-୨୭ ରେ ମୋର ଯାତ୍ରା ଅନୁଷ୍ଠାନ ରେ ରହିବାର ସ୍ବାଧୀନତା ନାହିଁ ପୁଣି ବିବାଦ ଭିତରେ ରହିବାକୁ ପଡିବ ତେବେ ୨୦୨୫-୨୬ ରେ ମୁଁ ମୋ ଇଚ୍ଛା ରେ ମୋତେ ଭଲ ଲାଗୁଥ‌ିବା ଅନୁଷ୍ଠାନ ରେ କାମ କରିବ‌। ଏମିତି କହି ପୀୟୂଷ ନିଜ ମନ ତଳର କଥା ଚିଠିରେ ଲେଖି ମାଲିକ ସଂଘକୁ ଜଣାଇ ଦେଇଛନ୍ତି। ଆଉ ସାତ ଦିନ ଭିତରେ ସଙ୍ଘ ନିଷ୍ପତ୍ତି ଜଣାଇବାକୁ କହିଛନ୍ତି।