January 18, 2026

Odia Express

Leading Odia News Portal of Odisha

ତାଳଚେର ଅବକାରି ଦ୍ଵାରା ଚଢ଼ାଉ 46 ଗ୍ରାମ୍ ର ବ୍ରାଉନ ସୁଗାର ଜବତ ଜଣେ ଗିରଫ

ତାଳଚେର ଅବକାରି ଦ୍ଵାରା ଚଢ଼ାଉ46 ଗ୍ରାମ୍ ର ବ୍ରାଉନ ସୁଗାର ଜବତ ଜଣେ ଗିରଫ। ଗିରଫ ଅଭିଯୁକ୍ତ ଠାରୁ ଏକ ବଜାଜ ମୋଟର ସାଇକେଲ OD-35 -J-0031 ଓ ଏକ ମୋବଇଲ ଫୋନ ଜବତ ହୋଇଛି।

ଆଜି କୋଲିଆରି ଥାନା ଅନ୍ତର୍ଗତ ଡେରା ନିକଟରେ ଚଢ଼ାଉ କରି ତାଳଚେର ଅବକାରୀ ଥାନା ଅଧିକାରୀ ଓ ଷ୍ଟାଫ୍ କୋଲିୟାରୀ ଥାନା ଅନ୍ତର୍ଗତ ଡେରା GMT କଲୋନୀର ପପୁନ କୁମାର ସାହୁ ବୟସ (25) କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଚଢ଼ାଉ ରେ ତାଳଚେର ଅବକାରୀ ରେଞ୍ଜ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ, ଥାନା ଅଧିକାରୀ ହଟିଆ ବେହେରା, ASI, ମାନସ ରଞ୍ଜନ ପ୍ରଧାନ, ସରୋଜ କୁମାର ସାହୁ, ପୁପୁନ କୁମାର ପ୍ରଧାନ ସାମିଲ ଥିଲେ।

ଜବତ ବ୍ରାଉନସୁଗାର ର ମୂଲ୍ୟ ପ୍ରାୟ 460000/- ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।