August 6, 2025

Odia Express

Leading Odia News Portal of Odisha

ମନଗଢ଼ା କାହାଣୀ ରଚି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କିଏ କରୁଛି ବଦନାମ ! ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପଛରେ ହେଉଛି କି ବଡ଼ ଷଡ଼ଯନ୍ତ୍ର !

ବିଜେପି ରେ କୃଷ୍ଣପାତ୍ରଙ୍କ ରହିଛି ଦବଦବା,ତାକୁ ସାହିପାରୁନାହାନ୍ତି କି କିଛି କୁଚକ୍ରୀ ଗୋଷ୍ଠୀ !ଷଡ଼ଯନ୍ତ୍ର ପଛରେ କିଏ କାହିଁକି ମନ୍ତ୍ରୀଙ୍କୁ କରାଯାଉଛି ବଦନାମ !ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକଙ୍କ ପାଇଁ କାର୍ଯ୍ୟ କଲେ କିଛି ଲୋକେ କୁଆଡେ ଜଳି ଯାଉଛନ୍ତି । ମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ଦେଖି କାବା ହେବା ପରେ ହାତରେ ନ ମାରି ଭାତରେ ମାରିବାକୁ ଚେଷ୍ଟା କରୁଛନ୍ତି । ବ୍ୟକ୍ତିଗତ କଥାକୁ ଟାଣି ବଡ କରୁଛନ୍ତି ।

ଆଉ ଜନତାଙ୍କ ମନରେ ତାଙ୍କ ପାଇଁ ଖରାପ ଭାବନା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀଙ୍କ କାର୍ଯ୍ୟକର୍ତା କହିଛନ୍ତି ଓ ସେ କହିଛନ୍ତି ଜନତାଙ୍କ ହୃଦୟରେ ରହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଜନତାଙ୍କ ପାଇଁ କାର୍ଯ୍ୟ କରି ଜନତାଙ୍କ ହୃଦୟରେ ତୋଳି ଛନ୍ତି ଘର । ଆଉ ଏହାକୁ କୁଆଡେ କିଛି ଲୋକେ ସହି ପାରୁ ନାହାନ୍ତି ।

ଯାହାକୁ ନେଇ ଜଳିବା ସହିତ ମନ୍ତ୍ରୀଙ୍କୁ ବଦନାମ କରିବାକୁ ପଛରେ ହେଉଛି ବଡ ଷଡ଼ଯନ୍ତ୍ର। ଗୋଟେ ଘଟଣାକୁ ଦେଉଛନ୍ତି ଭିନ୍ନ ରୂପ ଲୋକଙ୍କୁ ଭୁଆଁ ବୁଲାଇ ମନ୍ତ୍ରୀଙ୍କୁ କରୁଛନ୍ତି ବଦନାମ । ହେଲେ ଏଥିରେ ସଫଳ ହୋଇ ପାରିବେ ନାହିଁ ଅସହିନ୍ସୁ ବ୍ୟକ୍ତି ବୋଲି କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଭଲ ପାଉଥିବା ସାଧାରଣ ଜନତା କହୁଛନ୍ତି ।

ଲୋକେ କହୁଛନ୍ତି ସତ କଣ ସେମାନେ ଜାଣିଛନ୍ତି । ମନଗଢା କାହାଣୀ କୁଆଡେ ପଡ଼ିବ ନାହିଁ ଲୋକଙ୍କ ଉପରେ ପ୍ରଭାବ । ବଦନାମ କରିବା ଉଦ୍ୟଶ ହେବ ନାହିଁ ଅସହିଷ୍ଣୁ ଲୋକଙ୍କର ସଫଳ ।

ତେବେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସେବା ଓ କାର୍ଯ୍ୟ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିବା ଓ ଲୋକେ ପ୍ରଶଂସା କରିବା କିଛି ଲୋକଙ୍କ ଦେହରେ ନ ଯିବା ଫଳରେ ଆରମ୍ଭ ହୋଇଛି ତାଙ୍କ ବିରୋଧରେ ନାଟକ ରଚିବା। ଏକଥା ଆମେ କହୁନୁ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଲୋକେ କହୁଛନ୍ତି । କାରଣ ବିଗତ କିଛିଦିନ ହେବ ଓଡ଼ିଶାରେ ରାଜନୀତି ସରଗରମ ରହିଛି !

ବିରୋଧୀ ଦଳ ସରକାର ଙ୍କୁ ସମାଲୋଚନା କରିବା ଓ ବିରୋଧ କରିବା ଗଣତନ୍ତ୍ରର ଏକ ପ୍ରକ୍ରିୟା,କିନ୍ତୁ ବିଗତ କିଛିଦିନ ହେବ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ କିଛି ଲୋକ ବଦନାମ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ମନ୍ତ୍ରୀଙ୍କ ସହଯୋଗୀ । ଆଉ ଏହା କେବଳ ସହଯୋଗୀ ନୁହଁନ୍ତି ବରଂ ସାଧାରଣ ଜନତା ବି କହୁଛନ୍ତି ଯିଏ ଲୋକଙ୍କ ପାଇଁ କାମ କଲେ ତାଙ୍କ ଗୋଡ ଟାଣିବାକୁ କିଛି ଲୋକେ ତାଙ୍କ ପଛରେ ଲାଗି ପଡିଲେ ।

ଏମିତିରେ ମନ୍ତ୍ରୀ ପାତ୍ର ବାବୁଙ୍କ କାର୍ଯ୍ୟ ଶୈଳୀ ଦେଖି ବିଜେପିର ପ୍ରାୟ ପାୱାର ଫୁଲ ନେତା ତାଙ୍କୁ ବେଶ୍ ଗୁରୁତ୍ଵ ଦିଅନ୍ତି । ଆଉ ଦଳରେ ବି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବେଶ୍ ଗୁରୁତ୍ଵ ରହିଛି । କେବଳ ଏତିକି ନୁହେଁ ମନମୋହନ ଓ ମୋହନ ମାଝୀ ଙ୍କ ସହିତ ଘନିଷ୍ଠତା ଥିବା କାରଣରୁ ତାଙ୍କୁ ଅନେକ ଲୋକ ସହ୍ୟ କରିପାରୁନାହାନ୍ତି।

ତେଣୁ ଏବେ ମନ୍ତ୍ରୀ ପାତ୍ରଙ୍କ ପଛରେ କିଛି ଲୋକେ ପଡିଛନ୍ତି । ଯାହା କହିଛନ୍ତି ଢେଙ୍କାନାଳ ବିଜେପି ର କାର୍ଯ୍ୟକର୍ତା ମାନେ। ତେବେ ଯେଉଁ ଷଡ଼ଯନ୍ତ୍ର,ଯେଉଁ ନାଟକ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପଛରେ ରଚା ଯାଉଛି ସେଥିରେ କେତେ ସତ୍ୟତା ଅଛି ତାହା ସାଧାରଣ ଜନତାଙ୍କୁ ବେଶ୍ ଭଲ ଭାବରେ ଜଣା । ଆଉ ଏମିତିରେ ଏହାକୁ ନେଇ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମଧ୍ୟ ଲୋକଙ୍କୁ ସତ କଣ ତାହା ଜଣାଇ ଦେଇଛନ୍ତି । ତେବେ କଣ କହିଛନ୍ତି ମନ୍ତ୍ରୀ ଆସନ୍ତୁ ଜାଣିବା।

ଜମି କିଣିବା ଠକେଇ ହେବା ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଠକେଇ ହେଇଥିବା କଥାକୁ ସ୍ବୀକାର କରିବା ସହ ଏହା ତାଙ୍କର ବ୍ୟକ୍ତିଗତ କଥା ବୋଲି ସେ କହିଛନ୍ତି। ସେ ଏକଥା ମଧ୍ୟ କହସାଇଛନ୍ତି ଯେ ସେ ଗୋଟିଏ କମ୍ପାନୀ ର ଡ଼ାଇରେକ୍ଟର ଥିବା ସମୟରେ ସେ ବାବଦରେ ଜମି କିଣିବାକୁ ଚୁକ୍ତିନାମା ହେଇଥିଲା ମନ୍ତ୍ରୀ କହିଛନ୍ତି, ଜମି ଦେବି କହି ଜଣେ ବ୍ୟକ୍ତି ଠକି କି ଟଙ୍କା ନେଇଛନ୍ତି।

ଏହା ବହୁ ପୁରୁଣା ଘଟଣା। ମନ୍ତ୍ରୀ କହିଛନ୍ତି,ଏହା ବହୁ ପୁରୁଣା ଘଟଣା। ପାଞ୍ଚ ବର୍ଷ ତଳେ ଏ ଘଟଣା ଘଟିଥିଲା। ତା ଭିତରକୁ କାହିଁକି ଯିବା। ଏହା ବ୍ୟକ୍ତିଗତ କଥା। ଜାଗା କିଣିବା ପାଇଁ ପଇସା ଦିଆଯାଇଥିଲା। ଫେରେଇବେ ଫେରେଇବେ ବୋଲି କହି ଫେରାଇ ନାହାନ୍ତି। ଗୋଟିଏ କମ୍ପାନୀରେ ମୁଁ ନିର୍ଦ୍ଦେଶକ ଥିବା ସମୟରେ ଜାଗା କିଣିବାକୁ ଟଙ୍କା ଦେଇଥିଲି।

ପୁଲିସ ଘଟଣାର ତଦନ୍ତ କରିବ। ତେବେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଘର ଢେଙ୍କାନାଳ ଟାଉନ ଥାନା ସିମିଳିଆରେ । ମନ୍ତ୍ରୀ ନଥିବା ସମୟରେ ଅର୍ଥାତ୍ ୨୦୨୧ ମସିହାରେ ସଦର ଥାନା ବଣସିଂହ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲା । ବଣସିଂହ ଅଞ୍ଚଳରେ ଭଲ ମୂଲ୍ୟରେ ଜମି ରହିଛି । କିଣିବାକୁ ଚାହୁଥିଲେ ସେ ସେସବୁ ଜମି ଯୋଗାଡ଼ କରିଦେବ ବୋଲି କହିଥିଲା ।

ମନ୍ତ୍ରୀ କିଣିବାକୁ ରାଜି ହେବାରୁ, ଜମି ମାଲିକମାନଙ୍କୁ ଅଗ୍ରୀମ ଦେବାକୁ ପଡ଼ିବ କହି ୨୫ ଲକ୍ଷ ଟଙ୍କା ଉକ୍ତ ବ୍ୟକ୍ତି ଜଣକ ନେଇଯାଇଥିଲା ।ତେବେ ସେହି ବ୍ୟକ୍ତି ନିରଞ୍ଜନ ଶତପଥୀ ୨୫ ଲକ୍ଷ ଟଙ୍କା ନେଇଛନ୍ତି ଓ ଫେରାଇ ଦେବେ ଓ ବାରମ୍ବାର ଟଙ୍କା ଫେରେଇବାକୁ କହି ମଧ୍ୟ ଫରେଇନଥିବାରୁ ଶେଷରେ ମନ୍ତ୍ରୀ ଆଇନ ର ଆଶ୍ରୟ ନେଇଛନ୍ତି ।

ହେଲେ ଏହାକୁ ନେଇ କିଛି ଲୋକେ ନାଟକ ରଚି ଚକ୍ରାନ୍ତ କରୁଛନ୍ତି । ମନ୍ତ୍ରୀଙ୍କୁ ଫସାଇବା ପାଇଁ ବ୍ୟକ୍ତିଗତ କଥାକୁ ଆଣି ଷଡ଼ଯନ୍ତ୍ର କରୁଛନ୍ତି । ହେଲେ ଏହା ଜନତାଙ୍କ ଉପରେ କି ମନ୍ତ୍ରୀ ପାତ୍ରଙ୍କ ଉପରେ ସାଧାରଣ ପ୍ରଭାବ ପକାଇବ ନାହିଁ କି ସେମାନଙ୍କ ହିନ ଉଦ୍ୟଶ ପୂରଣ ହେବ ନାହିଁ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ଯଦି ଦୋଷୀ କୁ ଧରିବାକୁ ଆଇନ ର ଆଶ୍ରୟ ନେବା ଭୁଲ ତେବେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଭୁଲ କରିଛନ୍ତି ବୋଲି ଲୋକ କହୁଛନ୍ତି