January 18, 2026

Odia Express

Leading Odia News Portal of Odisha

ବାଲି ମାଫିଆଙ୍କ ପାଇଁ ସ୍କୁଲ ଭ୍ୟାନ ଟାଣିଲେ ଛାତ୍ର ଛାତ୍ରୀ !

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ବାଲି ଘଟରୁ ଚୋରା ବାଲି ଚାଲାଣ ରେ ସକ୍ରିୟ ବାଲି ମାଫିଆ,ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜୁନ 5 ରୁ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ସମସ୍ତ ବାଲିଘାଟ ରୁ ବାଲି ଉତ୍ତୋଳନ ବନ୍ଦ ଥିବା ବେଳେ କିଛି ବାଲି ମାଫିଆ ଆଇନ ଉଲଂଘନ କରି ଚୋରା ବାଲି ଚାଲାଣ ରେ ସକ୍ରିୟ ଅଛନ୍ତି

ବଡ଼ ବଡ ହାଇୱା ଏବଂ ଭାରି ଯାନ ଦ୍ୱାରା ଦିନ ରାତି ଚୋରା ବାଲି ଚାଲାଣ ହେଉଛି, ଯେଉଁଥିପାଇଁ ଗ୍ରାମାଞ୍ଚଳର ରାସ୍ତା ଗୁଡିକ ବର୍ଷା ଦିନ ଯୋଗୁ ଖାଲ ଖମାର ରେ ଭର୍ତ୍ତି ହେଇଯାଉଛି, ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଶାଳନିଆ ଅଞ୍ଚଳରେ,ଚଷାଖଣ୍ଡ ରାସ୍ତା ଡଅଁର ନିକଟରେ ରାସ୍ତା ର ଶୋଚନୀୟ ଅବସ୍ଥା ଯୋଗୁ ଏକ ସ୍କୁଲ ଭ୍ୟାନ ଦୀର୍ଘ ଦୁଇ ଘଣ୍ଟା କାଳ ଫସି ରହିଥିଲା

ଫଳରେ ବାଧ୍ୟହୋଇ ସ୍କୁଲ ଛାତ୍ର ଛାତ୍ରୀ ମାନେ ଗାଡି ଟିକୁ ଟଣା ଓଟରା ପ୍ରୟାସ କରି ବିଫଳ ହେବା ପରେ ଏକ ଟ୍ରାକ୍ଟର ଯୋଗେ ଗାଡି କୁ ବାହାରକୁ ବାହାର କରାଯାଇଥିଲା,ଗତକାଲି ର ଏ ଘଟଣା ପରେ ଆନନ୍ଦପୁର ପୋଲିସ ର ତତ୍ପରତା ପ୍ରକାଶ ପାଇଛି ଏବଂ ଆନନ୍ଦପୁର ବ୍ରିଜ ଉପରୁ ସକାଳୁ ଚାରୋଟି ବାଲି ବୋଝେଇ ହାଇୱା ଜବଦ କରିଛି !