January 18, 2026

Odia Express

Leading Odia News Portal of Odisha

କେବେ ସୁଧୁରିବ ୪୨ମୌଜା ବିଦ୍ୟୁତ୍ ସମସ୍ୟା ? ହନ୍ତ ସନ୍ତ ହେଉଛନ୍ତି ପ୍ରାୟ ଏକ ଲକ୍ଷ୍ୟ ଲୋକ

କଟକ ସଦର ୪୨ ମୌଜା ଅନ୍ତର୍ଗତ ବେଣ୍ଟକାରରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟଳୟ କୁ ଘେରାଉ କରିଥିଲେ ଶତାଧିକ ଲୋକ। ୪୨ ମୌଜାର ସମସ୍ତ ଅଞ୍ଚଳବାସୀ, ଲୋକ ପ୍ରତିନିଧି, ବୁଦ୍ଧିଜୀବି ଓ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ଚିନ୍ନୟ ଦେବତା, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ କୁମାର ନନ୍ଦ ଓ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ତଥା ବିଶିଷ୍ଟ ସମାଜସେବୀ ମନୋଜ ନାୟକଙ୍କ ମିଳିତ ଉଦ୍ୟମରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୫ଦଫା ଦାବି ଉପସ୍ଥାପନ କରାଯାଇଥିଲା ।

ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ ଟେଜ୍,  ସ୍ମାର୍ଟ ମିଟର ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ କରିବା, ଉପଭୋକ୍ତାମାନଙ୍କୁ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇବା, ନୂତନ ଗ୍ରୀଡର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆଦି ଦାବି ରଖିଥିଲେ ।ଅନେକ ଥର ଏହାର ସ୍ଥାୟୀ ସମାଧାନ ନିମନ୍ତେ ସମସ୍ତ ଅଞ୍ଚଳବାସୀ ବିଦ୍ୟୁତ୍ ବିଭାଗକୁ  ଅବଗତ କରାଇଥିଲେ ମଧ୍ଯ ଫଳ ଶୂନ !

ତେବେ ଏ ବାବଦରେ ବେଣ୍ଟକାର TPCODL ଗ୍ରିଡ୍ ଜେଇ ଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିଥିଲେ, କଣ କହୁଛନ୍ତି ଦେଖନ୍ତୁ ଏହି ରିପର୍ଟରେ ତେବେ ଆଗକୁ ଟାଟା ପାୱାର ଏବଂ ସରକାର ଏହାର କିଭଳି ପଦକ୍ଷେପ ନେଇଛନ୍ତି ତାହା ସମୟ କହିବ।କଟକ ରୁ ବିଶ୍ବରଂଜନ ଦାସ ଙ୍କ ରିପୋର୍ଟ ଓଡ଼ିଆ ଏକ୍ସପ୍ରେସ