November 28, 2025

Odia Express

Leading Odia News Portal of Odisha

ଯଦି ଆପଣ ବି ଚାହା ପିଉଛନ୍ତି ତେବେ ସାବଧାନ ହେଇଯାଆନ୍ତୁ,ଚାହା ପିଇବା ଦ୍ଵାରା ହୋଇଥାଏ 12 ଟି କ୍ଷତି

ଆମ ଭାରତରେ ପ୍ରତ୍ୟକ ଦିନ ସକାଳୁ କିଛି ମିଳୁ ବା ନ ମିଳୁ ଶୋଇକି ଉଠିବା ପରେ ଗୋଟିଏ କପ ଚା ପିଇବା ନିହାତି ଦରକାର ପଡିଥାଏ । ଏହା ଶାନ୍ତି ଦେଇଥାଏ ମନକୁ । ସକାଳ ସଞ୍ଜରେ ଚାହା ପିଇବା ଅଭ୍ୟାସ ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଥାଏ । ଚାହା ପିଇବାର ଅଭ୍ୟାସ ଆମ ଶରୀର ଉପରେ କଣ ପ୍ରଭାବ ପକାଇଥାଏ ଏହା ଉପରେ କେହି ନିଜର ଦୃଷ୍ଟି ଗୋଚର କରିନଥାନ୍ତି । ତେଣୁ ଆଜି ଆସନ୍ତୁ ଜାଣିବା ଚାହା ପିଇବା ଦ୍ଵାରା କେଉଁ କ୍ଷତି ହୋଇଥାଏ ଏବଂ କଣ କରିବାଦ୍ଵାରା କମ କ୍ଷତି ହୋଇଥାଏ ?

ଚାହା ମଧ୍ୟରେ ରହିଥିବା ଉତ୍ତେଜିତପଣ ଶରୀରର ଥକା ଭାବକୁ ଦୂରେଇ ଦେଇଥାଏ । ଶରୀରକୁ ତାଜା ଅନୁଭବ କରାଇଥାଏ ଗୋଟିଏ ଢୋକ ଚାହା । ତେଣୁ ଚାହାରେ ଚମତ୍କାରିତା ନିହାତି ରହିଛି । କିନ୍ତୁ ଏହାର ନିୟମିତ ଅଭ୍ୟାସ ଶରୀରକୁ ଦେଇଥାଏ ବହୁତ କିଛି କ୍ଷତିର ସଙ୍କେତ । ଆୟୁର୍ବେଦ ଅନୁଯାୟୀ ଚାହା ଭାରତୀୟ ମାନଙ୍କ ପାଇଁ ତିଆରି ହୋଇନାହିଁ । କାରଣ ଏଠିକାର ଜଳବାୟୁ ସର୍ବଦା ଉଚ୍ଚ ତାପମାତ୍ରାରେ ରହିଥାଏ ।

ତେଣୁ ଚାହା ପିଇବା ଫଳରେ ଆମ ଶରୀରରେ ରହିଥିବା ଗରମକୁ ଏହା ଆହୁରି ଅଧିକ ବଢାଇ ଦେଇଥାଏ । ଯାହା ଫଳରେ ପେଟରେ ଗ୍ୟାସ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଚାହା ପିଇବା ଫଳରେ ଶରୀରରେ ହଜମ ହେବା ପକ୍ରିୟା ମନ୍ଥର ବା ଧୀର ହୋଇଯାଇଥାଏ । ଚାହାର ଖରାପ ପ୍ରଭାବ ହୃଦୟ ଉପରେ ପଡିଥାଏ । ଯାହା ଫଳରେ ରକ୍ତଚାପ, ହୃଦଘାତ ଭଳି ସମସ୍ୟା ଦେଖା ଦେଇଥାଏ । ବହୁତ ଅଧିକ ଚାହା ପିଇବା ଫଳରେ ଭୋକ ମରିଯାଇଥାଏ ତେଣୁ ଭୋକ ଲାଗେ ନାହିଁ ।

ନିଦ ନ ଆସିବା ପାଇଁ ଲୋକମାନେ ବହୁତ ଅଧିକ ଚାହା ପିଇଥାନ୍ତି ।ଏହା କରିବା ଫଳରେ ଆପଣମାନେ ଧୀରେ ଧୀରେ ମାନସିକ ରୋଗର ଶିକାର ହେବାକୁ ଲାଗନ୍ତି । ଚାହା ପିଇବା ଫଳରେ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଚାହାରେ ଅକ୍ସିଡେଣ୍ଟର ମାତ୍ରା ଅଧିକ ରହିଥାଏ । ତେଣୁ ଏହା କିଡନୀରେ ଷ୍ଟୋନ ହେବାର ଏକ ମୁଖ୍ୟ କାରକ ସାଜିଥାଏ । ଚାହାର ସେବନ ପରସ୍ରା ଇନଫେକସନର କାରଣ ହୋଇଥାଏ । ଅଧିକ ଚାହା ପିଇବା ଫଳରେ ଶରୀରରେ ଜଳର ମାତ୍ର କମି ଯାଇଥାଏ ।

ଚାହାର ଅଭ୍ୟାସ ଛାଡିବା ପାଇଁ ଆପଣ ମାନଙ୍କ ପାଇଁ ଏତେ ସହଜ ହେବ ନାହିଁ । ତେଣୁ ଆପଣ ଗରମ ପାଣିର ସେବନ ଚାହା ଭଳି ଆଗ୍ରହର ସହ ପିଇବାର ଅଭ୍ୟାସ କରନ୍ତୁ । ଆପଣ ଯଦି ବି ଚାହା ପିଉଛନ୍ତି ତେବେ ଦିନକୁ ଥରେ କିମ୍ବା ଦୁଇଥର ପିଅନ୍ତୁ । ଚାହାପତିକୁ ପାଣିରେ ଫୁଟାନ୍ତୁ ନାହିଁ ।

ପାଣି ଫୁଟିବା ପରେ ହିଁ ଗ୍ୟାସ ବନ୍ଦ କରି ସେଥିରେ ଚାହାପତି ପକାଇ ଘୋଡଣି ଘୋଡାଇ ୫ ମିନିଟ ପର୍ଯ୍ୟନ୍ତ ରହିବାକୁ ଦେବେ । ଏହାପରେ ଆପଣ କ୍ଷୀରକୁ ଅଲଗା ଗରମ କରି କପରେ ଢାଳିବେ । ଏହାପରେ ସେହି ଚାହାପତିର ପାଣିକୁ ଆପଣ ଏଥିରେ ମିଶାଇବା ଦରକାର । ଏହିଭଳି ଉପାୟରେ ଚାହା ପ୍ରସ୍ତୁତ କରି ପିଇବା ଜରୁରୀ । ବହୁତ ଅଧିକ ଗରମ ଚାହା ପିଅନ୍ତୁ ନାହିଁ । ଏହା କ୍ୟାନସର ହେବାର ସମ୍ଭାବନା ସୃଷ୍ଟି କରିଥାଏ