ଚୋରା ମଦ କାରବାର କୁ ଗ୍ରାମବାସୀଙ୍କ ବିରୋଧ,ମଦ ବୋତଲ ଭାଙ୍ଗିବା ସହ ବେପାର କରୁଥିବା ପିଲା କୁ କଲେ ଅଟକ
ଅନୁଗୋଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗ୍ରାମର ଚୋରା ମଦ କାରବାର କୁ ଗ୍ରାମବାସୀଙ୍କ ବିରୋଧ, ମଦ ବୋତଲ ଭାଙ୍ଗିବା ସହ ବେପାର କରୁଥିବା ପିଲା କୁ ଅଟକ କଲେ ଗ୍ରାମବାସୀ । ସୂଚନା ଯେ, ଆଜି ବନ୍ତଳା ଅଞ୍ଚଳରୁ ବିଦେଶୀ ମଦ ନେଇ ପରତରା ଗ୍ରାମର ଦିନେଶ୍ ନାଏକ ଏକ ସ୍କୁଟି (OD 19 Q 7216) ରେ ଜରାସିଂହା ଗ୍ରାମରେ ସପ୍ଲାଇ କରୁଥିବା ବେଳେ ଗ୍ରାମବାସୀ ଦିନେଶ୍ କୁ କାବୁ କରିଥିଲେ।
ଗ୍ରାମରେ ମଦ ନିଷେଧ ଥିବା ବେଳେ କାହିଁକି ମଦ ଦେଉଛ ବୋଲି ପଚାରି ଥିଲେ। ତାସହିତ ଗ୍ରାମବାସୀ ମାନେ ମିଳିତ ହୋଇ ଦିନେଶ୍ ଆଣିଥିବା ବିଦେଶୀ ମଦ ବୋତଲ ଗୁଡିକୁ ଭାଙ୍ଗି ଦେଇ ସଦର ଥାନା କୁ ଖବର ଦେଇଥିଲେ। ପୋଲିସ ଆସିବା ପରେ ପୋଲିସର ଉପସ୍ଥିତରେ ଗ୍ରାମବାସୀ ଦିନେଶ୍ ମାଲିକ ଜିତେନ୍ଦ୍ର ସାହୁ ଙ୍କ ଘର ତଲାସ କରିଥିଲେ ।
ଗ୍ରାମବାସୀ ଙ୍କ ଦାବି ଯେ, ଗ୍ରାମବାସୀ ଚୋରା ମଦ କାରବାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହିତ ଦିନେଶ୍ କୁ ପୋଲିସ ର ଜିମାରେ ଦେଇଥିଲେ ଗ୍ରାମବାସୀ।
