March 13, 2026

Odia Express

Leading Odia News Portal of Odisha

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା,ରାଜ୍ୟସଭା ଗଣିତରେ ପଡ଼ିବ କି’ ପ୍ରଭାବ !

ବିଜେଡିରୁ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ।  ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ।  ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରବୀନ୍ଦ୍ର ଜେନା ।  କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ତାଙ୍କ ବଦଳରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରାଯାଇଥିଲା।ମଙ୍ଗଳବାର ଏକ ଆକସ୍ମିକ ଘଟଣା କ୍ରମରେ ରବୀନ୍ଦ୍ର ଜେନା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଥିବା ଏବଂ ବ୍ୟକ୍ତିଗତ କାରଣରୁ ଏଭଳି ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି

ରବୀନ୍ଦ୍ର ଜେନାଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ। କ୍ରସ ଭୋଟିଂର ଚର୍ଚ୍ଚାବେଳେ ରବୀନ୍ଦ୍ରଙ୍କ ପତ୍ନୀ ସୁଭାଷିନୀଙ୍କ ଭୋଟ କୁଆଡ଼େ ଯିବ, ତାକୁ ନେଇ ଆରମ୍ଭ ହୋଇଗଲାଣି ଆଶଙ୍କା ଓ ଅନୁମାନ। ବ୍ୟକ୍ତିଗତ କାରଣ ଦର୍ଶାଇ ଦଳ ଛାଡ଼ିଥିବା ରବୀନ୍ଦ୍ର ଜେନାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ

ତେବେ ସୂଚନା ଅନୁସାରେ ଆଜି ବିଜେପିରେ ମିଶିପାରନ୍ତି ରବୀନ୍ଦ୍ର ଜେନା ! ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦେବା କାର୍ଯ୍ୟକ୍ରମ ! ସମର୍ଥକଙ୍କ ସହ ଅନେକ ଲୋକ ପ୍ରତିନିଧି ସାମିଲ ହେବା ନେଇ ଚର୍ଚ୍ଚା ! ବାଲେଶ୍ୱରର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନା ! ଯାହା ଚର୍ଚ୍ଚା ହେଉଥିଲା ତାହା ସତ ପ୍ରମାଣିତ ହେବାକୁ ଯାଉଛି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ବାଲେଶ୍ଵରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା । ବାଲେଶ୍ଵର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ରବୀନ୍ଦ୍ରଙ୍କ ଇସ୍ତଫା ସାମ୍ପ୍ରତିକ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ରବୀନ୍ଦ୍ରଙ୍କ ଇସ୍ତଫା ଅନେକ ଆକଳନ ସୃଷ୍ଟି କରୁଛି । ରବୀନ୍ଦ୍ରଙ୍କ ଇସ୍ତଫା ଚାପ ନା ଦଳ ଭିତରେ ଥିବା ବିଶୃଙ୍ଖଳା ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ସେହିପରି ରାଜନୈତିକ ଆବଶ୍ୟକତା ନା ବ୍ୟବସାୟକୁ ସୁରକ୍ଷା ପାଇଁ ରବୀନ୍ଦ୍ରଙ୍କ ଇସ୍ତଫା ତାହା ମଧ୍ୟ ଜଣାପଡ଼ିବ । ହେଲେ ବିଜେଡିରୁ ଇସ୍ତଫା ଦେଇ ରବୀନ୍ଦ୍ର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଏବେଠୁ ଆରମ୍ଭ ହୋଇଯାଇଛି । ରବୀନ୍ଦ୍ର ବିଜେଡି ଛାଡିବା ପରେ ସୁବାସିନୀଙ୍କ ଗତି କ’ଣ ହେବ ସେ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।