March 17, 2026

Odia Express

Leading Odia News Portal of Odisha

ଆସିଲା ରାଜ୍ୟସଭା ଫଳାଫଳ,ଜିତିଲେ ଦିଲ୍ଲୀପ ରାୟ,ବାଜିମାରିନେଲା ଦିଲ୍ଲୀପ ଙ୍କ ରାଜ୍ୟସଭା ଅଙ୍କକଷା

ଫେଲ ମରିଗଲା ନବୀନ ଓ ଭକ୍ତ ଙ୍କ ମେଣ୍ଟ ଆସିଲା ରାଜ୍ୟସଭା ଫଳାଫଳ,ରାଜ୍ୟସଭାରେ ବାଜି ମାରିନେଲେ ବିଜେପି,ବିଜେପି ର ମନମୋହନ ସାମଲ ସୁଜିତ କୁମାର ଓ ଦିଲ୍ଲୀପ ରାୟ ବିଜୟୀ,ବିଜେଡି ରୁ ସଂତୃପ୍ତ ମିଶ୍ର ଙ୍କ ବିଜୟ ହେଇଚି,ବହୁ ପ୍ରତିକ୍ଷିତ ରାଜ୍ୟସଭା ଭୋଟ ର ଫଳ ଆସି ସାରିଛି,ଦୀର୍ଘ ଦିନ ହେବ ଚାଲିଥିଲା ରାଜ୍ୟସଭା ଗଣିତ ଓ ଶେଷରେ ବିଜୟ ଲାଭ କରିଛନ୍ତି ଦିଲ୍ଲୀପ ରାୟ ବର୍ତମାନ ଯାହା ବଡ ଖବର ଆସୁଛି ରାଜ୍ୟ ସଭା ଚତୁର୍ଥ ଆସନ ଜିତିଛନ୍ତି ଦିଲ୍ଲୀପ ରାୟ,ତେବେ ଦିଲ୍ଲୀପ ରାୟ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାଥୀ ଭାବେ ନିର୍ବାଚନ ଲଢୁଥିଲେ ଓ ଯାହାକୁ ନେଇ ଅନେକ ବାଦ ବିବାଦ ମଧ୍ୟ ଦେଖା ଦେଇଥିଲା

କ୍ରସ ଭୋଟିଂ ସ୍ୱୀକାର କଲେ କଟକର ଦୁଇ ବିଜେଡି ବିଧାୟକ । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । କଂଗ୍ରେସରୁ ତିନି ଜଣ ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋସ କ୍ରସ ଭୋଟିଂ କରିଥିବା ସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ ।ଦଳୀୟ ହ୍ୱିପ୍‌କୁ ଅମାନ୍ୟ କରି ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗ ହୋଇଛି । ଏନେଇ ବିଜେଡିର ପୋଲିଂ ଏଜେଣ୍ଟ ପ୍ରତାପ ଦେବ ଆପତ୍ତି ଉଠାଇଛନ୍ତି।

ନିଜେ ମୁହଁ ଖୋଲି ଦେବୀ କହିଛନ୍ତି- “ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛି”। ଏତିକି ନୁହେଁ, ବିଜେଡି ଓ କଂଗ୍ରେସର ବୁଝାମଣାକୁ ‘ଅସାଧୁ ମେଣ୍ଟ’ କହି ଦଳ ଉପରେ ବର୍ଷିଛନ୍ତି ଦେବୀ। ବିଜୁ ଲିଗାସୀକୁ ଆଗକୁ ନେବା ପାଇଁ ସେ ଦିଲ୍ଲୀପ ରାୟଙ୍କୁ ସମର୍ଥନ କରିଥିବା ବେଳେ, ଦଳ କାହିଁକି କଂଗ୍ରେସ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବାକୁ କହିଲା ବୋଲି ପ୍ରଶ୍ନ କରିଛନ୍ତି।

ସୌଭିକ ବିଶ୍ୱାଳ ମଧ୍ୟ କ୍ରସ୍ ଭୋଟିଂ କରିଥିବା ମାନିଛନ୍ତି। ସୌଭିକଙ୍କ ବାଣ ମଧ୍ୟ ବେଶ୍ ତୀକ୍ଷ୍ଣ ଥିଲା। ନବୀନ ନିବାସର ସେହି ପୁରୁଣା ଘଟଣାକୁ ମନେ ପକାଇ ସୌଭିକ କହିଛନ୍ତି- “ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ଆଜି ତା’ର ପ୍ରତିଶୋଧ ନେଇଛି।”

ସବୁଠାରୁ ବଡ଼ ଧକ୍କା ଲାଗିଛି କଂଗ୍ରେସକୁ। କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ ।  ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷ କ୍ରସ ଭୋଟି କରିଛନ୍ତି ।ଏହି ୩ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।  ସଭ୍ୟ ପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ । ବାଚସ୍ପତିଙ୍କୁ ଚିଠି ଲେଖି ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିବୁ ବୋଲି କହିଛନ୍ତି ଭକ୍ତ ଦାସ । ଦରକାର ପଡ଼ିଲେ ସର୍ବୋଚ୍ଚ ନ୍ୟାୟାଳୟ ଯିବୁ ।  ଦଳ ବିରୋଧୀ କାମ କରିଛନ୍ତି,ନିଜ ସମ୍ମାନ କ୍ଷୁଣ୍ଣ କରିଥିବା କହିଛନ୍ତି ଭକ୍ତ ।