ଗ୍ୟାସ ଅଭାବ କାଠଚୁଲି ପୁଣି ଫେରିଛି,ସରିଲା ଗ୍ୟାସ, ବିକ୍ରି ହେଲା କାଠ ଚୁଲା
ଗ୍ୟାସ ନମିଳିବାରୁ ରାଜଧାନୀକୁ ଫେରିଛି କାଠ ଚୁଲା ରୋଷେଇ। ପୁଣି ଥରେ ପୁରୁଣା ଦିନକୁ ଫେରୁଛନ୍ତି ଲୋକେ ! ଗ୍ୟାସ ଅଭାବରୁ ରାସ୍ତାକଡ଼ ଛୋଟ ଛୋଟ ହୋଟେଲ ବନ୍ଦ ହୋଇଛି । ସେଠାରେ କାମ କରୁଥିବା କାରିଗର, କର୍ମଚାରୀ ଏବେ ବେକାର। ଗ୍ୟାସ ସଂକଟରୁ ବାଦ ପଡ଼ିନାହାନ୍ତି ବଡ଼ ହୋଟେଲ, ରେଷ୍ଟୁରାଣ୍ଟ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତର ହାଣ୍ଡିଶାଳରେ ଦେଖିବାକୁ ମିଳିଛି । ପୂର୍ବ ଭଳି ଏବେ ରନ୍ଧନ ଗ୍ୟାସ ମିଳୁ ନାହିଁ । ଯାହାକୁ ନେଇ ଛୋଟ ବ୍ୟବସାୟୀ ଠାରୁ ଆରମ୍ଭ କରି ବଡ ବ୍ୟବସାୟୀ, ଘରୋଇ ଉପଭୋକ୍ତା ଚିନ୍ତାରେ ପଡିଛନ୍ତି। ଗ୍ୟାସର ବିକଳ୍ପ ପାଇଁ କେବଳ କାଠଚୁଲା ଉପରେ ନିର୍ଭର କରିବାକୁ ପଡୁଛି। ହୋଟେଲରେ ମଧ୍ୟ ଗ୍ରାହକଙ୍କୁ ଅସୁବିଧାରେ ନ ପକେଇବାକୁ କାଠ ଚୁଲିରେ ରନ୍ଧା ଚାଲିଛି । ଅଧିକ ସମୟ ଲାଗୁଛି, ଗରମରେ ରହି ହଉନି, ପେଟ ଗରମ ହେଇଯାଉଛି । ହେଲେ ଲୋକଙ୍କ ପାଇଁ ରୋଷେଇ ଚାଲିଛି । ଏପଟେ ଉଠା ଚୁଲାକୁ ନେଇ ମାର୍କେଟରେ ଚାହିଦା ବଢିଯାଇଛି । ଯାହାକୁ ଦିନେ କେହି ପଚାରୁ ନଥିଲେ ହଠାତ ତାର ଆଦର ଆଜି କାହିଁରେ କଣ । ଏତେ ମାତ୍ରାରେ ଚାହିଦା ବଢିଯାଇଛି ଯେ, ବର୍ତ୍ତମାନ ମିଳିବ ମୁସ୍କିଲ ହୋଇପଡିଛି
ରନ୍ଧନ ଗ୍ୟାସର ଦର ବୃଦ୍ଧି ସହିତ ଆବଶ୍ୟକତା ଅନୁସାରେ ମିଳୁନି ଗ୍ୟାସ ସିଲିଣ୍ଡର, ସମସ୍ୟା ଭୋଗୁଛନ୍ତି ଲୋକେ ! ବଡ ବଡ ହୋଟେଲ ମାନଙ୍କରେ ଏବେ କମିଯାଇଛି ମେନୁ ଲିଷ୍ଟ୍। କାରଣ LPG ଗ୍ୟାସ ନ ମିଳିବାରୁ ଏବେ କାଠ ଚୁଲି ହିଁ ଭରଷା ପାଲଟିଛି। ପୂର୍ବରୁ, ଗ୍ୟାସ ବୁକିଂ ସମୟ ସ୍ଥିର ନଥିଲା। ଆପଣ ଯେତେବେଳେ ଆବଶ୍ୟକ କରନ୍ତି, ମାସରେ ଥରେ କିମ୍ବା ଦୁଇଥର ସହଜରେ ଗ୍ୟାସ ପାଇପାରିବେ। କିନ୍ତୁ ଏବେ, ଆପଣ ପ୍ରତି 25 ଦିନରେ କେବଳ ଥରେ ଗ୍ୟାସ ବୁକ କରିପାରିବେ। ବୁକିଂ ମାଧ୍ୟମରେ 25 ଦିନ ପରେ ହିଁ ଆପଣଙ୍କର ପରବର୍ତ୍ତୀ ସିଲିଣ୍ଡର ଉପଲବ୍ଧ ହେବ। କିଛି ଲୋକଙ୍କ କହିବା ଅନୁଯାୟୀ ଯେ ସବୁକିଛି ଠିକ୍ ଥିବାବେଳେ, ଯେଉଁମାନଙ୍କର ପାର୍ଟି, କାର୍ଯ୍ୟ କିମ୍ବା ବିବାହ ଅଛି ସେମାନେ ଯଥେଷ୍ଟ ଅସୁବିଧାର ସମ୍ମୁଖୀନ ହେବେ। ପୂର୍ବରୁ, ବିବାହ ପାଇଁ ଅତିରିକ୍ତ ଶୁଳ୍କ ଦେଇ ବୁକିଂ ନକରି ଗ୍ୟାସ ସିଲିଣ୍ଡର କିଣାଯାଇପାରୁଥିଲା
ଗାଁର ଲୋକମାନେ କୌଣସି ପ୍ରକାରେ କାଠ ବ୍ୟବହାର କରି ସେମାନଙ୍କର ଖାଦ୍ୟ ରାନ୍ଧିବାରେ ସଫଳ ହୋଇପାରନ୍ତି, କିନ୍ତୁ ସହରାଞ୍ଚଳ ବାସିନ୍ଦାମାନେ ସମ୍ପୂର୍ଣ୍ଣ ଭାବରେ ଗ୍ୟାସ ଉପରେ ନିର୍ଭର କରନ୍ତି। ଯଦି ଗ୍ୟାସ୍ ଅଭାବ ଦେଖାଦିଏ ତେବେ ଲୋକମାନେ କିପରି ବଞ୍ଚିବେ | ଗ୍ୟାସର ବିକଳ୍ପ ପାଇଁ କେବଳ କାଠଚୁଲା ଉପରେ ନିର୍ଭର କରିବାକୁ ପଡୁଛି। ହୋଟେଲରେ ମଧ୍ୟ ଗ୍ରାହକଙ୍କୁ ଅସୁବିଧାରେ ନ ପକେଇବାକୁ କାଠ ଚୁଲିରେ ରନ୍ଧା ଚାଲିଛି । ଅଧିକ ସମୟ ଲାଗୁଛି, ଗରମରେ ରହି ହଉନି, ପେଟ ଗରମ ହେଇଯାଉଛି । ହେଲେ ଲୋକଙ୍କ ପାଇଁ ରୋଷେଇ ଚାଲିଛି ।
