March 17, 2026

Odia Express

Leading Odia News Portal of Odisha

ଶସ୍ତା ହେଲା ଅଣ୍ଡା ଦର ! ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା

ବଜାରରେ ଶସ୍ତା ହେଲା ଅଣ୍ଡା ଦର ! ବଜାରରେ ଏବେ ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା।ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରୁ ଭାରତର ଆମଦାନୀ ଏବଂ ରପ୍ତାନି ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଜାହାଜ ପରିବହନ ଉପରେ ପ୍ରତିବନ୍ଧକ ଭାରତର ରପ୍ତାନିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଏହି ସମୟରେ, ରପ୍ତାନି ବନ୍ଦ ହେବା ଫଳରେ ଅନେକ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି, ଯାହା ଫଳରେ ଖାଦ୍ୟ ସାମଗ୍ରୀର ଯୋଗାଣ ବୃଦ୍ଧି ପାଇଛି। ଏହି ସମୟରେ, ଉପସାଗରୀୟ ଦେଶଗୁଡ଼ିକୁ ରପ୍ତାନି ପ୍ରାୟତଃ ସ୍ଥଗିତ ହୋଇଯାଇଛି ! ତେବେ ଯୁଦ୍ଧ ପ୍ରଭାବରେ ଅଣ୍ଡା ରପ୍ତାନୀ ପ୍ରଭାବିତ ହୋଇଛି। ଏଥିଲାଗି ଓଡିଶା ବଜାରକୁ ଅଧିକ ଅଣ୍ଡା ଆସୁଛି।

ଆନ୍ଧ୍ର, ତେଲେଙ୍ଗାନା ଅଣ୍ଡା ପାଇଁ କମିଲା ଓଡ଼ିଶା ଅଣ୍ଡା ରେଟ୍। ୧୫ ଦିନ ତଳେ ଅଣ୍ଡା ଗୋଟା ସର୍ବାଧିକ ୯ ଟଙ୍କା ଯାଏ ବିକ୍ରି ହେଉଥଲା। ଆଉ ଆଜି ର ରେଟ୍ ରହିଛି ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା। ଟ୍ରେ ୧୪୦ ଟଙ୍କା। ପେଟି ୯୩୪ ଟଙ୍କା ହୋଲସେଲ ଦର ରହିଛି। ଯୁଦ୍ଧ ସଙ୍କଟ ନ ଟଳିଲେ ଅଣ୍ଡା ଆହୁରି ଶସ୍ତା ହେବ କିମ୍ବା ରେଟ୍ ବଢ଼ିବାର ସମ୍ଭାବନା ରହିଛି। ଅଣ୍ଡା ଉତ୍ପାଦନ ଓ ଖାଇବା କୁ ନେଇ ବିଧାନସଭା ଗୃହରେ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ୍ ଉତ୍ତର ରଖିଥିଲେ ।

ଦୈନିକ ୧ କୋଟି ଅଣ୍ଡା ରପ୍ତାନି ବନ୍ଦ ହୋଇଯାଇଛି- ବର୍ତ୍ତମାନର ତଥ୍ୟ ଅନୁଯାୟୀ, ଭାରତ ପ୍ରତିଦିନ ଉପସାଗରୀୟ ଦେଶଗୁଡ଼ିକୁ ପ୍ରାୟ ୧ କୋଟି ଅଣ୍ଡା ସପ୍ଲାଇ କରୁଥିଲା। ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ପାଇଁ ଏହି ରପ୍ତାନି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଭାରତରେ ଉତ୍ପାଦିତ ପ୍ରାୟ ୮୦% ଅଣ୍ଡା ରପ୍ତାନି ପାଇଁ ହୋଇଥିବାରୁ, ଘରୋଇ ବଜାରରେ ପ୍ରବେଶ କରୁଥିବା ଏହି ବିପୁଳ ପରିମାଣର ଅଣ୍ଡା ମୂଲ୍ୟକୁ ଦ୍ରୁତ ଭାବରେ ହ୍ରାସ କରିଛି।

ଆନ୍ଧ୍ର ଚାଷୀ ଓଡ଼ିଶା କୁ ପ୍ରଚୁର ପରିମାଣରେ ଅଣ୍ଡା ରପ୍ତାନୀ କରୁଛନ୍ତି। ସେଥିପାଇଁ ରାଜ୍ୟରେ କମିଛି ଅଣ୍ଡା ରେଟ୍।ରାଜ୍ୟ ନନ୍ ଭେଜ୍ ସପ ଆସୋସିଏସନ୍ ତଥ୍ୟ ଅନୁସାରେ ଏବେ ଆନ୍ଧ୍ର ୫ ହଜାର ପେଟି ଅଣ୍ଡା ଓମାନ, ଇରାକ, ଇରାନ, ସାଉଦି ଭଳି ଅନେକ ଦେଶ କୁ ପଠାଇ ଥାଏ। ଯୁଦ୍ଧ ଯୋଗୁଁ ଆନ୍ଧ୍ର ଓ ତେଲେଙ୍ଗାନା ବେପାର ବନ୍ଦ ହୋଇଯାଇଛି ।