April 3, 2026

Odia Express

Leading Odia News Portal of Odisha

ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳଙ୍କୁ ନ୍ୟାୟ ଦିଅ- ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀ ପତି

ଅନୁଗୋଳ ର ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ ପୋଲିସ ବିରୁଦ୍ଧରେ ଆଣିଥିବା ମାନସିକ ନିର୍ଯ୍ୟତନା ଅଭିଯୋଗ ର ତଦନ୍ତ ପ୍ରକ୍ରିୟା ସଠିକ ରୂପେ ଚାଲିଛି କି ନାହିଁ ତାର ତଦାରଖ କରିଛି ରାଜ୍ୟ ମହିଳା କଂଗ୍ରେସ | ରାଜ୍ୟ ମହିଳା କଂଗ୍ରେସ ସଭା ନେତ୍ରୀ ମିନାକ୍ଷୀ ବାହିନୀ ପତିଙ୍କ ନେତୃତ୍ୱରେ 6 ଜଣିଆ କମିଟି ଅନୁଗୋଳ ପୋଲିସ କୁ ଭେଟି ଘଟଣାର ଅନୁଧ୍ୟାନ କାରିଛନ୍ତି |

କଂଗ୍ରେସ ନେତୃବୃନ୍ଦ ଅତିରିକ୍ତ ଏସ ପି ରାଜୀବ ଲୋଚନ ପଣ୍ଡା ଙ୍କ ସହ ଆଲୋଚନା କରିଛନ୍ତି | କଂଗ୍ରେସ ଅଭିଯୋଗ କରିଛି ପୋଲିସ ବିଭାଗ ଠିକ ରେ ଚାଲି ନାହିଁ | ଯିଏ ନିଜ କର୍ମଚାରୀ ଙ୍କୁ ଶୋଷଣ କରୁଛି ଓ ନିର୍ଯ୍ୟାତନା ଦେଉଛି ସେ ରାଜ୍ୟ କିଭଳି ସମ୍ଭାଳିବେ | ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଘଟଣାର ଗମ୍ଭୀରତା କୁ ଗ୍ରହଣ କରନ୍ତୁ |

ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଆଗାମୀ ଦିନରେ କଂଗ୍ରେସ ରାଜ ରାସ୍ତାକୁ ଓଲ୍ହାଇବ | ସେପଟେ ପୋଲିସ କହିଛି ଜଣେ ବରିଷ୍ଠ ମହିଳା ଡି ଏସ ପି ଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି | ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ |