୧୮ଟି LPG ସିଲିଣ୍ଡର ଜବତ ଅନୁଗୁଳରେ ଧରାପଡ଼ିଲେ ଗ୍ୟାସ ସିଲିଣ୍ଡର କଳାବଜାରୀ !
LPG କଳାବଜାରୀ ଉପରେ ଚଢ଼ାଉ|ଅନୁଗୁଳ ଜିଲ୍ଲାରେ LPG ଗ୍ୟାସ କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ। ଆଜି ତିନୋଟି ସ୍ଥାନରେ ହଟାତ ଚଢ଼ାଉ କରାଯାଇ କଳାବଜାରୀ କାରବାରକୁ ଧରାଯାଇଛି।ଚଢ଼ାଉ ସମୟରେ ଏକ ଗ୍ୟାସ ଦୋକାନରୁ ବିନା ଅନୁମତିରେ ମହଜୁଦ ରଖାଯାଇଥିବା ୧୮ଟି LPG ସିଲିଣ୍ଡର ଜବତ କରାଯାଇଛି।
ଦୀର୍ଘଦିନ ଧରି ଏହି ଅଞ୍ଚଳରେ ଗ୍ୟାସ କଳାବଜାରୀ ଚାଲୁଥିବାର ଅଭିଯୋଗ ମିଳିଥିଲା। ସୂଚନା ପାଇ ଯୋଗାଣ ବିଭାଗର ଅଧିକାରୀମାନେ ତତ୍କ୍ଷଣାତ୍ ଚଢ଼ାଉ କରିଥିଲେ।ତଦନ୍ତ ସମୟରେ ଅନିୟମିତ ଭାବେ ଗ୍ୟାସ ସିଲିଣ୍ଡର ମହଜୁଦ ରଖାଯାଇଥିବା ପ୍ରମାଣ ମିଳିଥିବାରୁ ସେଗୁଡ଼ିକୁ ଜବତ କରାଯାଇଛି। ଏହି ଘଟଣାରେ ଦୋକାନ ମାଲିକଙ୍କ ବିରୋଧରେ ଆଇନୁନ୍ମୁଖୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।ଯୋଗାଣ ବିଭାଗ ପକ୍ଷରୁ କହାଯାଇଛି ଯେ, କଳାବଜାରୀ ବିରୋଧରେ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।ସ୍ୱସ୍ତିକ ଦେବ ସାହୁଙ୍କ ରିପୋର୍ଟ ଓଡ଼ିଆ ଏକ୍ସପ୍ରେସ୍ରେ
