ମହିଳା ହାବିଲଦାର ସୁମିତ୍ରାଙ୍କ ଆଖିରୁ ଲୁହ ଶୁଖୁନି କି ନ୍ୟାୟ ମିଳୁନି! କାହିଁକି ଏତେ ଧିମା ମୋହନ ସରକାରଙ୍କ ପୋଲିସ ବିଭାଗ।
ବା ବା ଏହି ହେଉଛି ଆମ ଆଇନ ବ୍ୟବସ୍ଥା। ସମ୍ବେଦନ ଶିଳ,ସାଙ୍ଘାତିକ ଘଟଣାର ହେଉଛି ତଦନ୍ତ କିନ୍ତୁ ସରୁନି କି ନ୍ୟାୟ ମିଳୁନି । ନ୍ୟାୟ ଅପେକ୍ଷାରେ ନିର୍ଯାତନାର ଶିକାର ହୋଇଥିବା ମହିଳା ପୋଲିସ ସୁମିତ୍ରା। ଦିନ ଦିନ,ମାସ ମାସ ଏଭଳି ନିର୍ଯାତନା ପାଇଛନ୍ତି ସେ ଭାବିଥିଲେ ଅଭିଯୋଗ କରି ସତ ସାମ୍ନାକୁ ଆଣିଲେ ପୋଲିସ ବିଭାଗ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବ।
ହେଲେ ଆଶ୍ଚର୍ଯ୍ୟର କଥା ଅଭିଯୋଗ ପରେ ଅପେକ୍ଷାରେ ସୁମିତ୍ରା ଥିବା ବେଳେ ଆଜି ପର୍ଯ୍ୟନ୍ତ ମିଳିନି ନ୍ୟାୟ । ବିଜେପି ସରକାର ଲୋକଙ୍କ ସରକାର। ଏହା ବିଜେପି ସରକାରକୁ ଆସିବା ପର ଠୁ କହୁଛି। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି,ସମସ୍ତେ ଚକିତ ହେଉଛନ୍ତି ଯେ ଲୋକଙ୍କ ସରକାର ଜଣେ ମହିଳା ହାବିଲଦାରଙ୍କୁ ନ୍ୟାୟ ଦେବାରେ ବିଫଳ।
ଦିନ ପରେ ଦିନ ବିତୁଛି ସୁମିତ୍ରା ବିଶ୍ଵାଳଙ୍କ ଧୈର୍ଯ୍ୟର ବନ୍ଧ ବାଡ ଭାଙ୍ଗୁଛି। କିନ୍ତୁ ସୁମିତ୍ରାଙ୍କୁ ନ୍ୟାୟ ଦେଉନି ମୋହନ ସରକାରଙ୍କ ପୋଲିସ ବିଭାଗ। ଏହି ଘଟଣା ସାଧାରଣ ନୁହେଁ, ଏହି ଘଟଣା ଅତ୍ୟନ୍ତ ସମ୍ବେଦନ ଶିଳ ଘଟଣାକୁ ହୋଇଥିବା ବେଳେ। ପୋଲିସ ବିଭାଗ ନୀରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କାହିଁକି ଚୁପ୍ ? କାହିଁକି ଧିମା ପୋଲିସ ? ଆଉ କେବେ ମିଳିବ ନ୍ୟାୟ ।
କଣ ସୁମିତ୍ରାଙ୍କ ଭଳି ଅନେକ ସୁମିତ୍ରା ନିର୍ଯାତନାର ଶିକାର ହୋଇ ମୁଁହ ଖୋଲିଲେ ପୋଲିସ ବିଭାଗର ଚେତା ପଶିବ । ଏବେ ଲୋକେ ନିନ୍ଦା କରିବା ଆରମ୍ଭ କଲେଣି,ମୋହନ ସରକାର ଆଉ ମୋହନ ସରକାରଙ୍କ ପୋଲିସ ବିଭାଗ ଏତେ ଦ୍ରୁତ ଗତିରେ ନ୍ୟାୟ ଦେବାକୁ ଚେଷ୍ଟା କରୁଛି ଯେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ଜଣେ ନାରୀଙ୍କୁ ନ୍ୟାୟ ଦେବାରେ ଏତେ ବିଳମ୍ବ କରୁଥିବାରୁ ଏବେ ପୋଲିସ ବିଭାଗ ଉପରେ ଆଙ୍ଗୁଳି ଉଠାଇଲେଣି ସାଧାରଣ ଜନତା। ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି ଆକ୍ସନ ନା ଦିନ ପରେ ଦିନ ଗଡ଼ାଇ ଘଟଣାକୁ ଚାପି ଦିଆ ଯାଉଛି।
