ଢେଙ୍କାନାଳ ରେ ମର୍ମନ୍ତୁଦ ଦୁର୍ଘଟଣା,ଯୁବକ ଗୁରୁତର, ମଦ୍ୟପ ଡ୍ରାଇଭର ଫେରାର
ସୂଚନା ଅନୁସାରେ ଆଜି ସକାଳ ସମୟରେ ବେଲ୍ଟିକିରୀ ର ଯୁବକ ଦୁଷ୍ମନ୍ତ ସାହୁ ଢେଙ୍କାନାଳ ଆଡ଼କୁ ଯିବା ସମୟରେ ଭଗବାନ୍ ପୂର୍ ଠାରେ ବିପରୀତ ଦିଗରୁ ଆସୁଥିବା Wagnor ଗାଡ଼ି OD 25C2888 ଗାଡ଼ି ବେପରୁଆ ଭାବେ ଡାହାଣ ପଟେ ଆସି ଜୋରଦାର ଧକ୍କା ଦେଇଥିଲା,ଫଳ ରେ ଯୁବକ ଦୁଷ୍ମନ୍ତ ସାହୁ ସେଠାରେ ଗୁରୁତର ହେଇଥିଲେ ଓ ସେ ଯାଉଥିବା ଇଲେକ୍ଟ୍ରିକ ସ୍କ୍କୁଟି ଗାଡ଼ି ଟି ଭାଙ୍ଗି ଚୁରମାର୍ ହେଇଯାଇଥିଲା
ଏଥିରେ ଦୁଷ୍ମନ୍ତ ଙ୍କ ଜଙ୍ଘ ଟି ଭାଙ୍ଗି ଚାରିଖଣ୍ଡ ହୋଇଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଜୋରଦାର ଆଘାତ ଲାଗିଛି,ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲ କୁ ରେଫର୍ କରିଥିଲେ,ତେବେ ଅଭିଯୋଗ ଅନୁସାରେ ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି,
ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ହେଲା ଦୁର୍ଘଟଣା ସକାଳ 10ଟା 45 ରେ ଘଟିଥିଲେ ମଧ୍ୟ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ପୋଲିସ୍ ଗାଡ଼ି କୁ ଜବତ୍ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି,ତେବେ FIR ଦେବା ପରେ ମଧ୍ୟ ଢେଙ୍କାନାଳ ଟାଉନ୍ ଥାନା ପୁଲିସ କହିଥିଲେ କି ଟୋଚନ୍ ନ ମିଳିବାରୁ ଗାଡ଼ି ଉଠିନାହିଁ
ଦିନ 11 ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦୁର୍ଘଟଣା ଘଟିଥିବା ଗାଡ଼ିକୁ କାହିଁକି ପୋଲିସ ଜବତ କରି ଥାନାକୁ ନେଇନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ତେବେ ଦେଖିବାକୁ ବାକି ରହିଲା ତଦନ୍ତ କେବେ ହେଉଛି ଓ ବେପରୁଆ ଗାଡ଼ି ଚାଳକ ଙ୍କ ପ୍ରତି ପୋଲିସ ବିଭାଗ କି ପଦକ୍ଷେପ ନେଉଛନ୍ତି
