October 24, 2024

Odia Express

Leading Odia News Portal of Odisha

ଏହା ହେଲା ଦୁନିଆଁର ପ୍ରଥମ ଉଡିବା ବାଲା ମୋଟର ସାଇକେଲ୍ , କିଛି ସେକେଣ୍ତ ମଧ୍ୟରେ ତଳୁ ପହଞ୍ଚିଯିବ ଆକାଶରେ -ମୂଲ୍ୟ ଏତିକି ଟଙ୍କା…

ଆପଣମାନେ ଉଡୁଥିବା କାର୍ ବିଷୟରେ ଶୁଣିଥିବେ , କିନ୍ତୁ ଏବେ ଏକ ଖାସ୍ ଖବର ଶୁଣିବାକୁ ମିଳୁଛି, ଏକ କମ୍ପାନୀ ଉଡୁଥିବା ମୋଟରସାଇକେଲ୍ ବନାଇଛନ୍ତି , ହଁ ଆଜ୍ଞା , ଫ୍ରାନ୍ସର କଷ୍ଟମ୍ ଅଟୋମୋବାଇଲ୍ କମ୍ପାନୀ ଲାଜାର୍ଥ ଏକ ଉଡୁଥିବା ମୋଟରସାଇକେଲ୍ ବନାଇଛନ୍ତି , ଏହାର ନାଁ ଏଲ୍ ଏମ୍ ଭି ୪୯୬ ଅଟେ ,ଯାହା ରାସ୍ତାରେ ଚାଲିବା ସହ ଆକାଶରେ ଉଡିପାରିବ । ଆପଣଙ୍କୁ କହିଦେବୁ କି ଏହି କମ୍ପାନୀ ଏବେ ମୋଟରସାଇକେଲ୍ ଟେଷ୍ଟିଙ୍ଗ୍ କରିଥିଲା , ଯେଉଁଥିରେ ଏହି ବାଇକ୍ ର ପରୀକ୍ଷଣ ସଫଳତା ପୂର୍ବକ ଆକାଶରେ ଉଡିବାର ଦେଖାଯାଇଥିଲା , ମାଲୁମ୍ ଥିବ କି ଏହି ଟେଷ୍ଟିଙ୍ଗ୍ ସମୟରେ ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହି ବାଇକ୍ ଉଡିକରି ଦେଖାଯାଇଥିଲା ,

 

ଆପଣଙ୍କୁ କହିଦେବୁ କି ଏହି ବାଇକ୍ ଦୁବାଇରେ ହେଉଥିବା ଅଟୋ ଶୋରେ ପେସ୍ କରାଯିବ , ସେମିତି ଏହାର ଦାମ୍ ଆଧିକାରିକ ଭାବେ ଘୋଷଣା ହୋଇନାହିଁ , କିନ୍ତୁ କିଛି ଅନୁମାନରୁ ଏହି ବାଇକ୍ ର ଦାମ୍ ପ୍ରାୟ ୩,୮୪ କୋଟି ଟଙ୍କା ହୋଇପାରେ ,

କେବଳ ୬୦ ସେକେଣ୍ତରେ ଭରିବ ଉଡାଣ –

ଆପଣଙ୍କୁ କହିଦେବୁ କି ବାଇକ୍ ସହ କମ୍ପାନୀ ଆଊ ଏକ ବାଇକ୍ ଏଲ୍ ଏମ୍ ୮୪୭ ପ୍ରେରିତ କରିଛି , ଯେଉଁଥିରେ କାର୍ ଚକା ଲାଗିଛି , କମ୍ପାନୀ ମୁତାବିକ ବାଇକ୍ ଭର୍ସନ କେବଳ ୧୪୦ କିଲୋଗ୍ରାମ ଅଟେ, ଓ ଫ୍ଲାଇଟ୍ ମୋଡରେ ଏହା ୨୪୦ କେଜି ଓଜନ ଧରି ଉଡିପାରେ ।

 

କହିଦେବୁ କି ବାଇକ୍ ପଲିଷ୍ଟର ଓ କାର୍ବନ ଫାଇବର ଚେସି ଉପରେ ଆଧାରିତ ଅଛି , ଏହି ବାଇକ୍ ସବୁଠାରୁ ଖାସ୍ କଥା ଏହି କି ଯେ ଏଥିରେ ରାଇଡ୍ ମୋଡ୍ ଫ୍ଲାଇ ମୋଡ୍ ଯିବାପାଇଁ ୬୦ ସେକେଣ୍ତର ସମୟ ଲାଗିଥାଏ , ମାନେ ମାତ୍ର ୬୦ ସେକେଣ୍ତରେ ଏହି ବାଇକ୍ ତଳୁ ଆକାଶରେ ଉଡିପାରିବ ।

ଇଞ୍ଜିନ୍ କଥା କହିଲେ ଏହି ବାଇକ୍ ରେ ଖାସ୍ ପରି ମୋଟରସାଇକେଲ୍ ରେ ମାସେରାତି କାର୍ ର ୫,୨ ଲିଟର ଭି-୮ ଇଞ୍ଜିନ୍ ଲଗାଯାଇଛି, ଏହା ଛଡା ଲାଜେରେଥ୍ ଏଲ୍ ଏମ୍ ଭି ୪୯୬ କୁ ସବୁ ଚକାର ହବ୍ ରେ ୯୬ ହଜାର ଆର୍ ପିଏମ୍ ଜେଟ୍ କିଟ୍ ଜେଟ୍ ଟରବାଇନ୍ ଲାଗିଛି, ଏଥିରେ ଲାଗିଥିବା ହାଇଡ୍ରୋକ୍ଲୋରିକ୍ ଏକ୍ୟୁଏଟର୍ସ ଚାରି ଚକା ଉପରେ ମୋଡି ହୋଇପାରିବ , ସେମିତି ଅନ୍ୟ ପଟେ ବାଇକ୍ ର ଚେସି ମଧ୍ୟରେ ଦୁଇଟି ଅତିରିକ୍ତ ଜେଟ୍ ଲାଗିଛି , ଯେଉଁଥିରେ ଅଧିକା ଓଜନ ନେଇକରି ଉଡୀପାରିବ ।

Leave a Reply

Your email address will not be published. Required fields are marked *