October 24, 2024

Odia Express

Leading Odia News Portal of Odisha

ଏହି ମହିଳା କନେଷ୍ଟବଳଙ୍କୁ ସଲାମ୍ – ଏକା ସାଙ୍ଗେ ଦାୟିତ୍ୱ ନେଉଛନ୍ତି ଦୁଇଟି ଜାଆଁଳା ଛୁଆ ଓ ନିଜ ପୋଲିସ ବର୍ଦୀର – ସବୁ କଥା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…

ରବିବାର ଦିନ ଦୁନିଆଁ ସାରା ବିଶ୍ୱ ମାତୃ ଦିବସ ପାଳନ କରାଯାଇଥିଲା , ସୋସିଆଲ୍ ମିଡିଆରେ ସବୁ ପୋଷ୍ଟରେ ମା ଙ୍କ ଉପରେ ସବୁ ପୋଷ୍ଟ ହେଉଥିଲା । କାହାକୁ ନିଜ ଛୁଆ ବେଳର କଥା ମନେ ପଡେ  , କେବେ ପୁରା ଦିନ ନିଜ ମା ପାଇଁ ସ୍ପେସାଲ୍ ଦିନ ବନାଇଥିବେ । ୟୁପି ପୋଲିସ୍ ଏହି ମଉକାରେ ଅଫିସିଆଲ୍ ଏକାଉଣ୍ଟରୁ ସେହି ମା ମାନଙ୍କ ଫଟୋ ଦେଖାଇଥିଲେ , ଯିଏ କି ଚାକିରିରେ କାର୍ଯ୍ୟରତ ଥିବା ସତ୍ତ୍ୱେ ନିଜ କର୍ତ୍ତବ୍ୟର ପାଳନ କରୁଛନ୍ତି ।

 

ଗ୍ରେଟର୍ ନୋଏଡା ଥାନା ଇକୋଟେକ୍ -୧ ରେ ମହିଳା କନେଷ୍ଟବଳ କାମିନି ଏହି ପୋଷ୍ଟ ବହୁତ ଭାଇରାଲ୍ ହେଉଛି, କାମିନି ନିଜ ଡ୍ୟୁଟି କରିବା ସହ ଛୁଆଙ୍କ ଦାୟିତ୍ୱ ବି ନେଉଛନ୍ତି , ୟୁପି ପୋଲିସ୍ ତାଙ୍କ ଫଟୋ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲେଖିଥିଲେ , ଥାନା ଇକୋଟେକ୍ ୧ ରେ ନିଯୁକ୍ତି ପାଇଥିବା କନେଷ୍ଟବଳ କାମିନି ବର୍ଦିର ଦାୟିତ୍ୱ ନିଭାଉଥିଲେ , ଓ ଦୁଇଟି ଜାଆଁଳା ଛୁଆଙ୍କ ଦାୟିତ୍ୱ ବି , ସେ ୬ ମାସ ପୂର୍ବରୁ ଦୁଇଟି ଜାଆଁଳା ଛୁଆଙ୍କୁ ଜନ୍ମ ଦେଇଛନ୍ତି , ମେଟରନିଟି ଲିଭ୍ ପରେ ଡ୍ୟୁଟିରୁ ଫେରିଥିବା ସେ ଜାଆଁଳା ଛୁଆଙ୍କୁ ଟେବୁଲ୍ ରେ ଶୁଆଇ ନିଜ କାମ ପୁରା କରୁଛନ୍ତି , ଯାହାପାଇଁ ତାଙ୍କର ବହୁତ ପ୍ରଶଂସା ହେଉଛି ,

 

ଡ୍ୟୁଟି ସମୟରେ ଫଟୋ ଥାନା ଇନଚାର୍ଜ କ୍ଲିକ୍ କରିଛନ୍ତି , ଯାହା ୟୁପି ପୋଲିସ୍ ନିଜ ଅଫିସିଆଲ୍ ଟ୍ୱିଟର୍ ରେ ସେୟାର୍ କରିଛନ୍ତି ଏଥିରେ ୫୦୦ ରୁ ଅଧିକା ଟ୍ୱିଟ୍ ଓ ୨ ହଜାରଉ ଅଧିକା ଲାଇକ୍ସ ଆସିଛି, ଲୋକେ କମେଣ୍ଟ ବି କରିଛନ୍ତି , ଯେଉଁଥିରେ ସେ ନିଜ ଦୁଇଟି କାମ କରୁଥିବାର ଦେଖାଯାଉଛି , ସେ ଯେବେ ଡ୍ୟୁଟିକୁ ଥାନାଙ୍କୁ ଆସନ୍ତି , ତେବେ ଅଲଗା ପୋଲିସ୍ କର୍ମଚାରୀ ସେହି ଛୁଆଙ୍କ ଦାୟିତ୍ୱ ନେଇଥାନ୍ତି , ଓ ତାଙ୍କ ସହ ଖେଳୁଥିବାର ନଜର ଆସେ । କାମିନି ପରି ମାଙ୍କ ଉପରେ ଆମର ଗର୍ବ ଅଛି ।

Leave a Reply

Your email address will not be published. Required fields are marked *