October 22, 2024

Odia Express

Leading Odia News Portal of Odisha

୩୧ ମେ ୨୦୧୯ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଜଗନ୍ନାଥଙ୍କ କୃପା ରହିବ ଏହି ୩ଟି ରାଶି ଉପରେ

ମେଷ – ଶାରୀରିକ ଏବଂ ମାନସିକ ସୁଖ ମିଳିବ। ଚାକିରି – ବ୍ୟବସାୟରେ ଲାଭର ଯୋଗ ଅଛି। ଅଧିକାରୀ ବର୍ଗଙ୍କର ପ୍ରୋତ୍ସାହନରେ ଆପଣଙ୍କ ଉତ୍ସାହ ବଢ଼ିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ପାରିବାରିକ ମାହୌଲ ଆନନ୍ଦମୟ ରହିବ। ସରକାରୀ କାର୍ଯ୍ୟ ପୂର୍ଣ୍ଣ ହେବାପାଇଁ ସରଳତା ରହିବ। ଦାମ୍ପତ୍ୟଜୀବନରେ ସୁଖ ଏବଂ ଆନନ୍ଦ ଅନୁଭବ କରିବେ। ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ ।ପ୍ରଣୟ, ରୋମାନ୍ସ, ଯାତ୍ରା, ପର୍ଯ୍ୟଟନ ଏବଂ ମନୋରଞ୍ଜନରେ ଆପଣଙ୍କ ଆଜିର ଦିନ କଟିବ। ମିତ୍ରମାନଙ୍କ ସହିତ ଭୋଜନ କରିବାର ଅବସର ଆସିବ। ବସ୍ତ୍ରାଭୂଷଣ ଏବଂ ବାହନ ପ୍ରାପ୍ତିର ଯୋଗ ଅଛି। ଭାଗିଦାରୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ,ପ୍ରତିକାର : କଳା କୁକୁରର ସେବା କରନ୍ତୁ

ବୃଷ  – ଅତ୍ୟଧିକ ସମ୍ବେଦନଶୀଳତା ମାନସିକ ଚିନ୍ତାର କାରଣ ବନିପାରେ। ଭାବନା ଉପରେ ନିୟନ୍ତ୍ରଣ ରଖିବେ। ବିଶେଷକରି ଘରୋଇ ମାମଲାରେ ବାଦ-ବିବାଦରୁ ଦୂରରେ ରୁହନ୍ତୁ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ ଆଜିର ଦିନ ସକାରାତ୍ମକ ନୁହେଁ। ମାତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କତା ରଖିବେ। ଅନିଦ୍ରା ଚିନ୍ତିତ କରିବ। ଆଜି ଜଳାଶୟଠାରୁ ଦୂରରେ ରହିବା ହିତକର ଅଟେ।  ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ।ଶରୀରରେ ଆଳସ୍ୟ, ଏବଂ ଅଣନିଶ୍ୱାସୀ ହୋଇପାରେ। ସ୍ଵାସ୍ଥ୍ୟ ନରମ-ଗରମ ରହିବ। କୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପରିଶ୍ରମରେ ଶେଷରେ ସବୁ ଠିକ ହୋଇଯିବ। ସନ୍ତାନମାନଙ୍କ ବିଷୟରେ ଟିକେ ଚିନ୍ତା ହୋଇପାରେ।ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ମିଥୁନ – ଆଜି ଆପଣଙ୍କର ରଣନୀତିରେ ଶତ୍ରୁମାନଙ୍କୁ ପରାସ୍ତ କରିବେ। ନୂଆ କାର୍ଯ୍ୟର ଆରମ୍ଭ ପାଇଁ ପ୍ରସ୍ତୁତ ରୁହନ୍ତୁ। ସଫଳତା ମିଳିବ। ଆପଣ ପ୍ରତ୍ୟେକ କାର୍ଯ୍ୟ ହୃଦୟରେ ସ୍ଵସ୍ଥ ରହିକରି କରିବେ। ବ୍ୟାପାର- ଧନ୍ଦାରେ ଲାଭ ହେବ। ଶେୟାର-ସଟ୍ଟାରେ ଲଗାଇଥିବା ଅର୍ଥ ଲାଭ ଦେଇପାରେ। ମିତ୍ର ତଥା ସ୍ଵଜନ ଏବଂ ଭାଇ-ଭଉଣୀମାନଙ୍କ ସହିତ ମିଳାମିଶା ରହିବ। ମନର ଚିନ୍ତା ଦୂର ହେବ। ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ। ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ। ଭାଇ-ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ। ଭାଗ୍ୟବୃଦ୍ଧି ହେବ ,ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ ।ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

କର୍କଟ – ଆଜି ମାନସିକ ଅସୁବିଧା ଆପଣଙ୍କୁ ହୋଇପାରେ। ଦ୍ୱନ୍ଦ୍ୱତା ନିଜ ଉପରେ ହାବୀ ହେବାକୁ ଦିଅନ୍ତୁ ନାହିଁ ଏବଂ ମନକୁ ଶାନ୍ତ ରଖିକରି ହିଁ କୌଣସି ନିର୍ଣ୍ଣୟ ନିଅନ୍ତୁ। ଭଲ ହେବ କି ଆଜି ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚର ଯୋଗ ଅଛି। ସ୍ଵାସ୍ଥ୍ୟ କିଛି ଖରାପ ରହିପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ମଧ୍ୟମ ସମୟ ଅଟେ। ନକାରାତ୍ମକ ବିଚାରକୁ ଦୂର କରିବା ପାଇଁ ଉପଦେଶ। ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ। ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ଅଛି,ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ସିଂହ – ଆନନ୍ଦ-ଉତ୍ସାହ ଏବଂ ହୃଦୟ ପ୍ରସନ୍ନତାରେ ଭରପୂର ରହିବ। ନୂଆ କାର୍ଯ୍ୟ ହାତକୁ ନେବେ। ସେଥିରେ ସଫଳତା ମିଳିବ। ଧାର୍ମିକ ତଥା ମାଙ୍ଗଳିକ ପ୍ରସଙ୍ଗର ଯୋଗ ଅଛି। କୌଣସି ନିର୍ଣ୍ଣୟ ନେବାରେ ଦ୍ୱନ୍ଦ୍ୱତା ଅନୁଭବ କରିପାରନ୍ତି। ଭଲ ହେବ ଆଜି ନିର୍ଣ୍ଣୟ ନ ନେଇ ପରେ ନେବେ। ପରିବାରରେ ଖୁସି ଏବଂ ଦାମ୍ପତ୍ୟ ଜୀବନ ଆନନ୍ଦମୟ ରହିବ।  ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷର ଅନୁଭବ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ଉଚ୍ଚ ପଦାଧିକାରି ଏବଂ ବରିଷ୍ଠ ନାଗରୀକମାନଙ୍କ କୃପା ଆପଣ ଉପରେ ରହିବ,ପ୍ରତିକାର-ଅସହାୟଙ୍କୁ ନିରାଶ କରିବେ ନାହିଁ।

କନ୍ୟା – ଆଜି ଆକସ୍ମିକ ଧନ ଲାଭର ଯୋଗ ଅଛି। ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କର ପ୍ରୟାସ ସଫଳ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ କିମ୍ବା ଯାତ୍ରା ପଛରେ ଧନ ଖର୍ଚ୍ଚ ହେବ। ପରିବାର ଏବଂ ସହକର୍ମିମାନଙ୍କ ସହିତ ସୁଖମୟ ଦିନ କଟିବ। ଚାକିରିପେଶା ଲୋକମାନଙ୍କୁ ମଧ୍ୟ ଲାଭ ମିଳିବ।  ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ।ଶାରୀରିକ ଏବଂ ମାନସିକ ରୂପରେ ଆପଣ ବ୍ୟଗ୍ରତା ଅନୁଭବ କରିପାରନ୍ତି। ଅନିଦ୍ରା କାରଣରୁ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ବୌଦ୍ଧିକ ଚର୍ଚ୍ଚାରେ ଆନନ୍ଦ ପ୍ରାପ୍ତ ହୋଇପାରେ, ପରନ୍ତୁ ଏପରି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହବା ପାଇଁ ଉପଦେଶ |ପଢ଼ିବା -ଲେଖିବାରେ ବିଦ୍ୟାର୍ଥିମାନଙ୍କ ମନ ଲାଗିବ ନାହିଁ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ ,ପ୍ରତିକାର:- ପିତାମାତାଙ୍କର ସେବାକରିବା ଆବଶ୍ୟକ

ତୁଳା – ଆଜି ବ୍ୟାପାରରେ ବୃଦ୍ଧି ହେବା ସହିତ କରାଯାଇଥିବା ବ୍ୟାପାରିକ ସଉଦା ଲାଭଦାୟକ ପ୍ରମାଣିତ ହେବ। ଆୟର ସାଧନରେ ବୃଦ୍ଧି ହେବ। ବୃଦ୍ଧ ତଥା ମିତ୍ରମାନଙ୍କଠାରୁ ଲାଭ ମିଳିବ। ଦାମ୍ପତ୍ୟଜୀବନରେ ସନ୍ତୋଷ ଏବଂ ଆନନ୍ଦ ରହିବ। ପର୍ଯ୍ୟଟନର ଆୟୋଜନ ହେବ। ବୈବାହିକ ସଂପର୍କ ବନିବାର ଯୋଗ ଅଛି। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ। ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି। ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବା ପାଇଁ ବହୁତ ଭଲ ଯୋଗ ଅଛି। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ବାଦ-ବିବାଦରେ ପଡ଼ନ୍ତୁ ନାହିଁ,ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

ବିଛା – ଜଗନ୍ନାଥଙ୍କର କୃପାରେ ଦାମ୍ପତ୍ୟଜୀବନ ସୁଖଦ କ୍ଷଣର ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଆପଣ ପ୍ରତିଷ୍ଠା ପ୍ରାପ୍ତ କରିବେ। ମନୋରଞ୍ଜନ ପାଇଁ ସମୟ ବାହାର କରି ପାରିବେ। ବସ୍ତ୍ର, ଗହଣା ଏବଂ ବାହନର କ୍ରୟ କରିବାର ଯୋଗ ଅଛି। ବ୍ୟାପାରରେ ଭାଗୀଦାର ସହିତ ସମ୍ବନ୍ଧ ଭଲ ରହିବ। ଧନ ଲାଭ ହେବ।  ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ଅଟଳ ମନୋବଳର ସହିତ କରନ୍ତୁ, ନିଶ୍ଚିତ ସଫଳତା ମିଳିବ। ପିତା କିମ୍ବା ପୈତୃକ ସଂପତ୍ତିରେ ଲାଭ ହେବ। ସରକାରଙ୍କଠାରୁ ଆର୍ଥିକ ଲାଭ ହେବ। ବିଦ୍ୟାର୍ଥୀମାନେ ନିଜର ପଢ଼ାରେ ଭଲ ପ୍ରଦର୍ଶନ କରିବେ,ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ଧନୁ – ଆଜି ସ୍ଵାସ୍ଥ୍ୟ ଭଲ ରହିବ ଏବଂ ରୋଗାକ୍ରନ୍ତ ବ୍ୟକ୍ତିଙ୍କର ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ହେବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ। କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବାରେ ଉତ୍ସାହ ବଢ଼ିବ। ଚାକିରିରେ ଲାଭଦାୟକ ସମାଚାର ମିଳିବ ଏବଂ ସହକର୍ମିମାନଙ୍କର ସାଥି ମିଳିବ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତକରିବେ। ବିରୋଧି ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କର ପରାଜୟ ହେବ। ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି । ମଉଜ-ମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ବିଶେଷ ରୁଚି ରହିବ। ପିତା ତଥା ବରିଷ୍ଠ ନାଗରୀକମାନଙ୍କ ସହଯୋଗ ପ୍ରାପ୍ତ କରିବେ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ,ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ମକର – ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତି ବିଶେଷର ପ୍ରଭାବ ରହିବ। କୌଣସି ନିର୍ଣ୍ଣୟ ନେବାରେ ଅସୁବିଧା ହୋଇପାରେ। ଅର୍ଥର ଦେବା-ନେବା କିମ୍ବା ଆର୍ଥିକ ବ୍ୟବହାର ନ କରିବାପାଇଁ ଉପଦେଶ। ଶାରୀରିକ ଏବଂ ମାନସିକ ଚିନ୍ତା ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ଯୋଗ ଅଛି। କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ ।ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଆପଣଙ୍କ ଚିତ୍ତରେ ଗ୍ଲାନିର ଭାବ ସୃଷ୍ଟି କରିବ। ସ୍ଵାସ୍ଥ୍ୟରେ ବିଶେଷରୂପରେ ଆଖିରେ ଅସୁବିଧା ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ। କାମରେ ସନ୍ତୋଷର ଭାବନା ଆସିବ

କୁମ୍ଭ – ଆଜି ଆପଣଙ୍କୁ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ସ୍ୱାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହେବାର ସମ୍ଭାବନା ଅଛି। ବିଚାର ଉପରେ ନିୟନ୍ତ୍ରଣ ରଖିବେ ଏବଂ ଭୁଲ କରନ୍ତୁନାହିଁ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଅନୈତିକ କାର୍ଯ୍ୟରେ ବଦନାମ ହେବାର ଯୋଗ ଅଛି। ଏଥିରୁ ଦୂରରେ ରହିବାକୁ ଚେଷ୍ଟା କରିବେ।  ସାଙ୍ଗମାନେ ଆସନ୍ତି ଚ଼ାଲିଯାଆନ୍ତି କିନ୍ତୁ ଏହି ସାଙ୍ଗ ଆପଣଙ୍କ ସବୁ ଦୁଃଖ ସୁଖର ସାଥି ହେବ ।ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। ଚିକିତ୍ସାରେ ଖର୍ଚ୍ଚ ହେବାର ଆଶଂକା ଅଛି। ବ୍ୟାପାରରେ ଭାଗିଦାରୀମାନଙ୍କ ସହିତ ଆନ୍ତରିକ ମତଭେଦ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ,ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ ।

ମୀନ – ଆଜି ଯାତ୍ରାର ଆୟୋଜନ ନ କରିବାକୁ ଉପଦେଶ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ସନ୍ତାନ ସମ୍ବନ୍ଧିତ ସମସ୍ୟା ଆସିପାରେ। ସ୍ଵାଭିମାନ ଭଙ୍ଗ ନ ହେଉ ଏହାର ଧ୍ୟାନ ରଖିବେ। ଅବଶ୍ୟ ବିତ୍ତୀୟ ଆୟୋଜନ ପାଇଁ ସମୟ ଭଲ ଅଛି। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ଭାଗ ନ ନେବା ଭଲ। ଶେୟାର-ସଟ୍ଟାର ପ୍ରଲୋଭନ କ୍ଷତି କରିବ। ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ । ପାରିବାରିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଶଙ୍କା ଦୂର କରନ୍ତୁ। ବନ୍ଧୁମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ବନିପାରେ | ଧାର୍ମିକ ଯାତ୍ରା ହେବାର ସଂଭାବନା ଅଛି। ଧନ ଲାଭର ମଧ୍ୟ ସଂଭାବନା ଅଛି। ବ୍ୟବସାୟରେ ପ୍ରମୋସନର ଯୋଗ ଅଛି.ପ୍ରତିକାର : କାହାରିଠାରୁ ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ

Leave a Reply

Your email address will not be published. Required fields are marked *