July 1, 2025

Odia Express

Leading Odia News Portal of Odisha

ଏହି ଦେଶର ମହିଳାମାନେ ବୟସ୍କ ହୋଇଥିବା ସତ୍ତ୍ୱେ ଦେଖାଯାଆନ୍ତି ବହୁତ ସୁନ୍ଦର – ପ୍ରକୁତ କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହେଇଯିବେ..

ସୁନ୍ଦରତା ସମସ୍ତଙ୍କୁ ଦିୱାନା କରିଥାଏ । ଆମେ ଦୁନିଆଁର ଯେ କୌଣସି ଜାଗାରେ ଚାଲିଗଲେ ରୀତିନୀତି ଓ ସଂସ୍କୃତି ସବୁ ଜାଗାରେ ଅଲଗା ଅଲଗା ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବାକୁ ଯାଉଛୁ , ଯେଉଁଠି ମହିଳାମାନେ ବୟସ୍କ ହେବା ସତ୍ତ୍ୱେ ବି କମ୍ ବୟସ୍କ ଲାଗିଥାନ୍ତି , ଏହି ଜାଗା ପାକିସ୍ଥାନର ଅଟେ , ହଁ ଆଜ୍ଞା , ଏଠାରେ ୮୦ ବର୍ଷର ମହିଳାମାନେ ୩୦ ରୁ ୪୦ ବର୍ଷର ମହିଳା ଯେପରି ଦେଖାଯାଆନ୍ତି । ସୁନ୍ଦରତା ଏପରି ଏକ ରୁପ ଅଟେ , ଯାହାକୁ ଦେଖିକରି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରି ପାକିସ୍ଥାନର କାରାକୋରମ ପାହାଡରେ ସ୍ଥିତ ହୁଂଜା ଘାଟିରେ ହୁଂଜା ସଂମ୍ପଦ୍ରାୟ ଲୋକେ ବସବାସ କରନ୍ତି , ଏହି ଜାଗାରେ ଲୋକଙ୍କ ସର୍ବାଧିକ ଆୟୁ ୧୨୦ ବର୍ଷ ହୋଇଥାଏ

 

ସବୁଠାରୁ ଆଶ୍ଚର୍ଯ୍ୟର କଥାକି ଏଠାକାର ମହିଳାମାନଙ୍କର ବୟସ ୮୦ ବର୍ଷ ବୟସରେ ବୁଢି ହୋଇନଥାନ୍ତି । ସେଠାରେ ୯୦ ବର୍ଷର ପୁରୁଷ ବି ବାପା ହୋଇପାରିବେ , ଏହି ସମୁଦାୟଙ୍କ ଭାଡା ବୁରୁଶାସ୍କି ଅଟେ ।ଏହି ଲୋକଙ୍କର ବିଷୟରେ କୁହାଯାଏ କି ଏମାନେ ସିକନ୍ଦର ମହାନଙ୍କ ସେନାର ବଂଶଜ ଥିଲେ , ଯିଏ ଚତୁର୍ଥ ଶତାଦ୍ଧୀରେ ଭାରତ ଆସିଥିଲେ , କୁହାଯାଏ କି ଏଠାକାର ଲୋକେ ପାକିସ୍ଥାନର ଅନ୍ୟ ସମୁଦାୟ ତୁଳନାରେ ଅଧିକା ଶିକ୍ଷିତ ହୋଇଥାନ୍ତି , ହୁଂଜା ଅଧିବାସୀଙ୍କ ଜନସଂଖ୍ୟା ୮୫ ହଜାରରୁ ଅଧିକା ଅଛି, ଏହି ସମୁଦାୟର ଲୋକେ ମୁସଲିସ୍ ଧର୍ମକୁ ମାନିଥାନ୍ତି , ହୁଂଜାଙ୍କ ଉପରେ ବହୁତ ବହି ଲେଖାହୋଇଛି ଯେପରି ଦି ହେଲଦି ହୁଂଜାଜ, ଓ ଦି ଲାଷ୍ଟ କିଙ୍ଗଡମ୍ ଅଫ୍ ଦି ହିମାଳୟାଜ୍ , ଯାହାକି ବହୁତ ଲୋକପ୍ରିୟ ବହିଗୁଡିକ ଅଟେ ।

 

ହୁଂଜା ସମୁଦାୟଙ୍କ ବିଷୟରେ ଏହା କୁହାଯାଏ କି ସେମାନେ ମାନସିକ ଓ ଶାରରୀକ ସ୍ତରରେ ବହୁତ ମଜବୁତ ହୋଇଥାନ୍ତି , ଏହି ଜୀବନଶୈଳୀ ଅନ୍ୟ ଲୋକଙ୍କ ତୁଳନାରେ ବହୁତ ଅଲଗା ହୋଇଥାଏ । ଏହି ଲୋକ ସକାଳ ଉଠି ଯାଆନ୍ତି। ସାଇକେଲ୍ କିମ୍ବା ଗାଡିର ବ୍ୟବହାର କମ୍ କରନ୍ତି । ଏମାନେ ଦିନକୁ ଦୁଇଥର ହିଁ ଖାଇଥାନ୍ତି , ସେମାନେ ଦିନର ପ୍ରଥମ ଭୋଜନ ମଧ୍ୟାହ୍ନ ୧୨ ଟା ଓ ତାପରେ ରାତିର ୮-୯ ଟା ସମୟରେ , ଏମାନଙ୍କ ଖାଦ୍ୟ ନ୍ୟାଚୁରାଳ୍ ହୋଇଥାଏ , ଏମାନଙ୍କ ପରିବା, କ୍ଷୀର, ଲହୁଣୀ ଇତ୍ୟାଦି ଜିନିଷରେ କେଉଁ ଭଳି ଅପମିଶ୍ରଣ ହୋଇନଥାଏ ।

 

 

Leave a Reply

Your email address will not be published. Required fields are marked *