October 23, 2024

Odia Express

Leading Odia News Portal of Odisha

୧୦ ଜୁଲାଇ ୨୦୧୯ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ହେଲା ମହାସଂଯୋଗ ମହାଦେବଙ୍କ କୃପା ଆଜିଠୁ ଏହି ୩ ରାଶିକୁ ମିଳିବ

ମେଷ – ଆଜି ଆପଣ ଶାନ୍ତି ପୂର୍ବକ ଘରେ କୌଣସି କଳିକୁ ସମାଧାନ କରିବାକୁ ଚେଷ୍ଟାକରିବେ । ଯଦି ଆପଣ ଏବଂ ଆପଣଙ୍କ ପରିବାର ଲୋକଙ୍କ ମଧ୍ୟରେ କଳି ହୋଇଯାଏ, ତେବେ ଆପଣ ନିଜକୁ ସେମାନଙ୍କ ମଧ୍ୟରେ ଫସିଯାଇଥିବାର ପାଇବେ । ଆଜି ଆପଣଙ୍କ ସାଙ୍ଗକୁ ଆପଣଙ୍କର ସାହାଯ୍ୟ ଆବସ୍ୟକତା ଅଛି । ଆପଣ ତାଙ୍କୁ ସାହାଯ୍ୟ କରିବା ଉଚ଼ିତ୍ ହେବ । ଯାହା ହେଲେ ମଧ୍ୟ ଆପଣଙ୍କର ସମ୍ପର୍କ ଏମିତି ଅଛି । ବହୁତ ଭାବି ଚ଼ିନ୍ତି କାହାକୁ କୌଣସି ପରାମର୍ଶ ଦିଅନ୍ତୁ । ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଧ୍ୟାତ୍ମ ପ୍ରତି ଆକର୍ଷଣ ବଢ଼ିବ। କାର୍ଯ୍ୟାଳୟ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ଅଧିକ ରହିବ। ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଯୋଗ ଭଲ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ଆୟୋଜନ କରି ପାରିବେ | ମାନସିକ ରୂପରେ ମଧ୍ୟ ଚିନ୍ତା ଆସିବ। ଆର୍ଥିକ ରୂପରେ ଦିନ ଲାଭଦାୟୀ ଅଟେ। ଘରର ଲୋକମାନଙ୍କର ଏବଂ ମିତ୍ରମାନଙ୍କ ସହିତ ଯାତ୍ରା କରିପାରନ୍ତି।ପ୍ରତିକାର– ଗହମ, ଗୁଡ କିଛି ଦାନ କରନ୍ତୁ।

ବୃଷ – କେବେ ଆପଣ ଭାବିଛନ୍ତି ଯେ କାହିଁକି ଆପଣଙ୍କ ଘରେ ଏତେ କଳି ହେଉଛି ? ବୋଧହୁଏ ଆପଣଙ୍କୁ ନିଜ କ୍ରୋଧ ସମ୍ବରଣ କରିବା ଉଚ଼ିତ୍ । ଆପଣ ନିଜ ପରିବାରବର୍ଗଙ୍କୁ ସମ୍ମାନ ପ୍ରଦର୍ଶନ କଲେ ସେମାନେ ମଧ୍ୟ ଆପଣଙ୍କୁ ପ୍ରତିଦାନରେ ଯଥୋଚ଼ିତ ସମ୍ମାନ ଦେବେ । ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।ଦିନର ପ୍ରାରମ୍ଭରେ ଆପଣଙ୍କ ପରିବାରରେ ଖୁସିର ମାହୌଲ ରହିବ ଏବଂ ବ୍ୟାପାରରେ ସମୟ ଠିକ ରହିବ। ମହିଳାବର୍ଗଙ୍କଠାରୁ ଲାଭ ହେବାର ଯୋଗ ଅଛି। ପ୍ରିୟ ପାତ୍ରଙ୍କ ସହ ଭେଟ ହେବ। ମାନସିକ ତଥା ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ | ଶାରୀରିକ ଫୁର୍ତିର ଅଭାବ ରହିବା କାରଣରୁ ଆଳସ୍ୟ ଅନୁଭବ ହେବ, ଯେଉଁଥିରେ କାର୍ଯ୍ୟ ଧିର ଗତିରେ ପୂର୍ଣ୍ଣ ହେବ। ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

ମିଥୁନି – ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।ଆଜିର ଦିନ ଆନନ୍ଦପୂର୍ବକ ବିତିବ। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ଧନ ବୃଦ୍ଧି ହେବ। ମହିଳାବର୍ଗଙ୍କର ଲାଭ ହେବାର ମଧ୍ୟ ସଂଭାବନା ଅଛି। ସନ୍ତାନଙ୍କ ତରଫରୁ ମଧ୍ୟ ଲାଭ ମିଳିବ। ଉଚ୍ଚ ଅଧିକାରୀମାନଙ୍କ ଉପରେ ଆପଣଙ୍କ କାର୍ଯ୍ୟର ସକାରାତ୍ମକ ଅସର ହେବାରୁ ଆପଣଙ୍କ ଉପରେ ପ୍ରସନ୍ନ ରହିବେ,ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ।

କର୍କଟ – ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ସମୟ ଆପଣଙ୍କର ଯୋଗୀ ପରୀକ୍ଷାରେ ଭାଗ ନେବାର ଉପଯୁକ୍ତ ସମୟ । ଆପଣ ନିଶ୍ଚୟ ସଫଳ ହେବେ । ଏହି ପରୀକ୍ଷାରେ ଆତ୍ମବିଶ୍ୱାସର ସହ ଭାଗ ନିଅନ୍ତୁ ।ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ। ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ ଏବଂ ମନ ପ୍ରଫୁଲ୍ଲିତ ରହିବ। ଯାତ୍ରାର ମଧ୍ୟ ଯୋଗ ଅଛି। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ସିଂହ – ଆଜି ଆପଣଙ୍କର ଆଖପାଖ ଲୋକ ଆପଣଙ୍କୁ ଭୁଲ ବୁଝିପାରନ୍ତି, ଏଥି ପାଇଁ ଆପଣଙ୍କର ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ । ଯାହାବି କୁହନ୍ତୁ ବୁଝି ସୁଝି କୁହନ୍ତୁ, ଯଦି ଆପଣଙ୍କର ଶବ୍ଦକୁ ଭୁଲ ବୁଝି ନିଆ ଯାଏ ତେବେ ଅସୁବିଧା ହୋଇପାରେ । ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ଆଜି ଆପଣ ଚିନ୍ତାରେ ଘେରି ରହିବେ ଏବଂ ସ୍ଵାସ୍ଥ୍ୟରେ ମଧ୍ୟ ଅବନ୍ନତି ହୋଇପାରେ। ପରିବାରରେ ମଧ୍ୟ ମତଭେଦ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣ ସମସ୍ତ କାର୍ଯ୍ୟଗୁଡ଼ିକରେ ଅନୁକୂଳତା ଅନୁଭବ କରିବେ,ପ୍ରତିକାର:- ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା – ଆଜି ଯୁକ୍ତି କିମ୍ବା କଳି ହେବାର ସମ୍ଭାବନା ଅଛି । ଏଥିପାଇଁ ଆପଣ କୌଣସି ଯୁକ୍ତି କିମ୍ବା କଳିରେ ନପଡ଼ିବା ପାଇଁ ଚ଼େଷ୍ଟା କରନ୍ତୁ । ଯଦି ଆପଣଙ୍କୁ ଲାଗେ କି ପରିସ୍ଥିତି ବିଗୁଡ଼ୁଛି ତେବେ ଆପଣ ନିଜକୁ ତା` ଠାରୁ ଦୂରରେ ରଖନ୍ତୁ । ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।ଆପଣଙ୍କ ଆଜିର ଦିନ ମଧ୍ୟମଫଳଦାୟୀ ରହିବ। ଦିବସର ପ୍ରାରମ୍ଭରେ ଆପଣଙ୍କୁ ଶାରୀରିକ ତଥା ମାନସିକ ରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ। ଆପଣଙ୍କ ସୃଜନାତ୍ମକ ଏବଂ କଳାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହୋଇପାରେ। ମଧ୍ୟାହ୍ନ ପରେ ଆପଣ କୌଣସି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି,ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ।

ତୁଳା – ନିଜ ସାଙ୍ଗ ସାଙ୍ଗରେ କୌଣସି ଯୁକ୍ତି କରନ୍ତୁ ନାହିଁ କାରଣ ମାନସିକ ଶାନ୍ତି ହରାଇ ବସିବେ ।ଯଦି ଆପଣ କୌଣସି ଅସୁବିଧାରେ ରହନ୍ତି ତଥାପି ନିଜକୁ ଶାନ୍ତି ରଖନ୍ତୁ ।ଏହି ସମୟରେ କୌଣସି ଯୁକ୍ତି ଆପଣଙ୍କର ସମ୍ପର୍କ ଓ ଶାନ୍ତି ପାଇଁ ଖରାପ ହୋଇପାରେ । ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି । ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ। ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ। ଯାତ୍ରା ଲାଭଦାୟୀ ନୁହେଁ। ଧାର୍ମିକ କାର୍ଯ୍ୟ ହେବ,ପ୍ରତିକାର:- ଗୋମାତାକୁ ଖାଇବାକୁଦେବା ଆବଶ୍ୟକ।

ବିଛା – ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । କୌଣସି ଶୁଭ ସମାଚାର ଶୁଣିବେ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ-ବିବାହ, ଚାକିରୀ ଇତ୍ୟାଦି ସଂପୂର୍ଣ୍ଣ ହେବ। ବ୍ୟାପାରରେ ପ୍ରଚୁର ଲାଭ ହେବ, କିନ୍ତୁ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଆଜି ଆପଣଙ୍କୁ ବୋଧହୁଏ ନିଜ ପରିବାର କିମ୍ବା ବ୍ୟବସାୟୀକ କ୍ଷେତ୍ରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନିଷ୍ପତ୍ତି ନେବାପୂର୍ବରୁ ଭାବିଚ଼ିନ୍ତି ନିଷ୍ପତ୍ତି ନେଲେ ଭଲ ହେବ ।ପ୍ରତିକାର–କୌଣସି ଲୋକକୁ ମିଠା ଖାଇବାକୁ ଦେବେ।

ଧନୁ – ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ । ଆଜି ଆପଣ କୌଣସି ନୂଆ କାମ କରିବାରେ ମନ ଦେବେ ।ଏହି କାମ ଚ଼େସ ଖେଳ ଠାରୁ ନେଇ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ନିଜ ଜୀବନ ଶୈଳିରେ ପରିବର୍ତ୍ତନ ଆଣିବାର ଏବଂ କିଛି ମଜ୍ଜା କରିବାର ଅଟେ । ଆଜିର ଦିନ ଶୁଭଫଳଦାୟୀ ହେବ। ଶରୀର ଏବଂ ମନ ଅସୁସ୍ଥ ରହୁଥିଲେ ମଧ୍ୟ ଆପଣ ନିଜର ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରି ପାରିବେ। ଆର୍ଥିକ ଆୟୋଜନ ମଧ୍ୟ ବହୁତ ଭଲ ଭାବରେ କରି ପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କ ସହଯୋଗ ଆପଣଙ୍କୁ ମିଳିବ,ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ମକର – ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ ଘରର ଶାନ୍ତି ଭଙ୍ଗ ହବାକୁ ଦିଅନ୍ତୁ ନାହିଁ । ନିଜ କ୍ରୋଧକୁ ନିଜ ଭିତରେ ରଖିବା ହିଁ ମଙ୍ଗଳ ।ଏହି କଳହ ଦ୍ୱାରା ଆପଣ ଲାଭବାନ ହେବେ ନାହିଁ ବରଂ ଏହା ଆପଣଙ୍କର ଅଧିକ ଚ଼ିନ୍ତାର କାରଣ ହେବ । ଆଜି ଆପଣ ପରିବାରର ଲୋକଙ୍କ ଜୀବନରେ ସ୍ନେହ ଭରିଦିଅନ୍ତୁ । ଆଜିର ଦିନ ପରିବାର ଲୋକଙ୍କ ସହ କଟାଇବାର ଦିନ ଅଟେ । ଆପଣଙ୍କ ସ୍ନେହକୁ ଆପଣଙ୍କ ପରିବାର ଲୋକ ବୁଝିବେ । ଆଜି ଆପଣଙ୍କ ବିରତ୍ୱରେ ଦୃଢ଼ତା ଆସିବ । ବୈଚାରିକ ସ୍ତରରେ ବିଶାଲତା ଏବଂ ମଧୁରବାଣୀରେ ଆପଣ ଅନ୍ୟଜନମାନଙ୍କୁ ପ୍ରଭାବିତ କରି ପାରିବେ। ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମରେ ଆସିବ। ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରି ପାରିବେ,ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ।

କୁମ୍ଭ – ଆଜି ଆପଣ ଘରେ ସାବଧାନ ରୁହନ୍ତୁ କାରଣ କଳିହେବାର ପ୍ରବଳ ସମ୍ଭାବନା ରହିଛି । ଆଯଥା କଳିରୁ ବଞ୍ଚନ୍ତୁ । ଗ୍ରହଚ଼ଳନ ଖରାପ ଥିବାରୁ ଘରେ ଅଶାନ୍ତି ରହିବ । ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ସାବଧାନ ରହିବେ ,କାରଣ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ । ଆନନ୍ଦ ଏବଂ ଉତ୍ସାହରେ ବୃଦ୍ଧି ହେବ। କୌଟୁମ୍ବିକ ତଥା ଆର୍ଥିକ ବିଷଗୁଡ଼ିକ ଉପରେ ଆପଣ ଅଧିକ ଧ୍ୟାନ ଦେବେ। ଆପଣ କୌଣସି ମଧ୍ୟ କାର୍ଯ୍ୟକୁ ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସର ସହିତ କରି ପାରିବେ। ପିତୃପକ୍ଷରୁ ଲାଭ ହେବାର ମଧ୍ୟ ସଂଭାବନା ଅଛି,ପ୍ରତିକାର:- ଷଣ୍ଢକୁ ଖାଦ୍ୟ ଦିଅନ୍ତୁ।

ମୀନ – ନିଜର ଉଚ୍ଚଅଧିକାରୀ ଏବଂ ସହକର୍ମୀମାନଙ୍କ ସହ କଳି ନ କରିବାକୁ ଚ଼େଷ୍ଟା କରନ୍ତୁ । ଆପଣ ନୀରବ ରହିବା ଭଲ । ଆପଣ ଆଜି ଖୁସି ହେବେ ଯେତେବେଳେ ଆପଣ ଦେଖିବେଯେ ଆପଣ ଶାନ୍ତ ରହିବା ଦ୍ୱାରା ସବୁ କଥା ସ୍ୱାଭାବିକ ହୋଇଯାଇଛି । ଆଜି ଆପଣ କୌଣସି ଜଣେ ମହତ୍ତ୍ୱପୁର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡି ପାରନ୍ତି । ଧ୍ୟାନ ରଖନ୍ତୁ ଯେପରିକି ସେ ବ୍ୟକ୍ତିଙ୍କ ସାମ୍ନାରେ ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ । ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ଵାସର ସହିତ ଠିକରେ ସଂପନ୍ନ କରି ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ପୈତୃକ ସଂପତ୍ତି ଲାଭ ହେବ। ତଥାପି ମଧ୍ୟ ବାହନ, ବାସଗୃହ ଆଦିର କାଗଜପତ୍ର ସମ୍ବନ୍ଧିତ କାର୍ଯ୍ୟରେ ସାବଧାନପୂର୍ବକ ଆଗକୁ ବଢ଼ିବେ.ପ୍ରତିକାର– ଅସହାୟକୁ ନିରାଶ କରିବେ ନାହିଁ।

Leave a Reply

Your email address will not be published. Required fields are marked *