October 22, 2024

Odia Express

Leading Odia News Portal of Odisha

ସଚିନ୍ କହିଲେ ଏବେ ଧୋନୀଙ୍କ ସନ୍ୟାସ ନେବା କଥା ଆଲୋଚନା କରନାହିଁ – ତାଙ୍କର ସମ୍ମାନ କର କାରଣ ସେ..

ଆଇସିସି କ୍ରିକେଟ୍ ୱାର୍ଲଡ୍ କପ୍ ୨୦୧୯ର ସେମି ଫାଇନାଲ୍ ରେ ନ୍ୟୁଜିଲାଣ୍ତ ବିପକ୍ଷରେ ଭାରତୀୟ ଟିମ୍ ର ହାର୍ ପରେ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସକୁ ନେଇକରି ଚର୍ଚ୍ଚାଗୁଡିକ ବହୁତ ହେଉଛି, ମ୍ୟାଞ୍ଚେଷ୍ଟରରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମୁକାବଲାରେ ନ୍ୟୁଜିଲାଣ୍ତ ଇଣ୍ତିଆକୁ ୧୮ ରନ୍ ରେ ହରାଇଦେଲା । ଏହା ସହ ଭାରତର ତୃତୀୟଥର ୱାର୍ଲଡ୍ ଚ୍ୟାମ୍ପିୟନ୍ ହେବାର ସ୍ୱପ୍ନ ଅଧୁରା ହୋଇଥିଲା , ଏମିତି ଅନୁମାନ ଲଗାଯାଉଛି କି ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୱାର୍ଲଡ୍ କପ୍ ଶେଷ ହେବା ପରେ ସନ୍ୟାସ ନେବାର ଘୋଷଣା କରିନେବେ , କିନ୍ତୁ ଏବେ ପର୍ଯ୍ୟନ୍ତ ଧୋନୀଙ୍କ ତରଫରୁ କିଛି କଥା ଶୁଣିବାକୁ ମିଳିନାହିଁ , କିନ୍ତୁ ସବୁ ଫ୍ୟାନ୍ସଙ୍କ ଏହା ମାନିବା କଥା କି ନିଜ ଶେଷ ଅନ୍ତରାଷ୍ଟ୍ରିୟ ମୁକାବଲା ଏବେ ସେ ଖେଳିନେଇଛନ୍ତି ,

 

ସେମିଫାଇନାଲ୍ ରେ ମିଳିଥିବା ହାର୍ ପରେ ସୋସିଆଲ୍ ମିଡିଆରେ ଏହି କଥା କୁହାଯାଊଛି କି ଏମ୍ ଏସ୍ ଧୋନୀ ଦେଶ ପାଇଁ ରଙ୍ଗୀନ ଜର୍ସିରେ ଖେଳିବାର ଶେଷ ମୁକାବଲା ଥିଲା , ଧୋନୀଙ୍କ ସନ୍ୟାସକୁ ନେଇକରି ସଚିନ୍ କହିଲେ କି ୫୦ ଓଭର ଖେଳରେ ତାଙ୍କର ପ୍ରଦର୍ଶନ ଶେଷ ହେଲା କି ନାହିଁ ଏହା ତାଙ୍କର ବ୍ୟକ୍ତିଗତ ନିର୍ଣ୍ଣୟ ହେବ  ଧୋନିଙ୍କ ଏହି ଫଇସଲା ଆଦର କରିବା ଉଚିତ୍ ।

 

ତେନ୍ଦୁଲକର୍ କହିଲେ ଭାରତୀୟ କ୍ରିକେଟ୍ ଟିମ୍ ରେ ସେ ଯେଊଁ ଯୋଗଦାଣ ଦେଇଛନ୍ତି , ତାହା ସବୁବେଳେ ମୁଲ୍ୟବାନ ରହିବ , ଓ ଆମେ ତାଙ୍କ ସନ୍ୟାସକୁ ନେଇକରି କଥାବାର୍ତ୍ତା ହେବା ଅପେକ୍ଷା ତାଙ୍କ ଦ୍ୱାରା ବଢାଯାଈଥିବା ଦେଶର ସମ୍ମାନର ଆଦର କରିବା ଉଚିତ୍ , ଏତେ ଯୋଗଦାନ ଦେବାପରେ ଏବେ ସେ ନିଜେ ନିର୍ଣ୍ଣୟ ନେବା ଉଚିତ୍ ।

 

ସଚିନ୍ କହିଲେ କି କେତେ ଲୋକ ଏପରି ଅଛନ୍ତି , ଯାହାଙ୍କ କ୍ୟାରିୟର୍ ଏପରି ହୋଇଥିବ , ଧୋନି ବହୁତ ହିଁ ସ୍ପେସିଆଲ୍ କ୍ୟାରିୟର୍ ଗଢିତୋଳିଛନ୍ତି , ଲୋକଙ୍କର ଭରସା ଓ ଆତ୍ମବିଶ୍ୱାସ ତାଙ୍କ ଉପରେ ଦେଖାଇଛନ୍ତି , ତାଙ୍କ ଖେଳରେ ବି ନଜର ଆସିଛି , ଫ୍ୟାନ୍ସ ଏବେ ବି ବିଶ୍ୱାସ କରିପାରୁନାହାନ୍ତି କି ଧୋନୀ ଆସିବେ ଓ ମ୍ୟାଚ୍ ଫିନିସ୍ କରିଯିବେ , ଯେବେ ଧୋନୀ ଆଉଟ୍ ନହେବେ , ତେବେ ମ୍ୟାଚ୍ ଶେଷ ହେବ ନାହିଁ ।

ନ୍ୟୁଜିଲାଣ୍ତ ବିପକ୍ଷରେ ଧୋନୀ ନମ୍ବର ୭ ର ବ୍ୟାଟିଙ୍ଗ୍ କରି ୭୨ ଟି ବଲ୍ ରୁ ୫୦ ରନ୍ କରିଥିଲେ , ଗୋଟେ ସମୟ ଏପରି ଥିଲା ଧୋନୀ ଟିମ୍ ଇଣ୍ତିଆକୁ ମ୍ୟାଚ୍ ଜିତାଇକରି ଫେରିବେ , କିନ୍ତୁ ଏମିତି ହୋଇପାରିଲା ନାହିଁ , ମାର୍ଟିନ୍ ଗପଟିଲ୍ ଙ୍କ ଦ୍ୱାରା ଏକ କ୍ଲିନ୍ ଥ୍ରୋ ଏମ୍ ଏସ୍ ଧୋନୀଙ୍କୁ ରନ୍ ଆଉଟ୍ କଲା , ଏହା ପୁରା ଦେଶର୍ କ୍ରିକେଟ୍ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଦେଲା  ।

Leave a Reply

Your email address will not be published. Required fields are marked *