June 28, 2025

Odia Express

Leading Odia News Portal of Odisha

ଦିବ୍ୟାଙ୍ଗ ବାପାଙ୍କ ସହ ବେଲୁନ୍ ବିକ୍ରି କରୁଥିଲା ଛୁଆଟି, IPS ସନ୍ତୋଷ କହିଲେ ଏବେ ଏହି ଝିଅ ପଢିବାର ଦାୟିତ୍ୱ ମୁଁ ନେବି ଆଉ ତାପରେ..

ପୋଲିସ୍ ବାଲାଙ୍କ ନାଁ ଶୁଣିଲେ ଆପଣଙ୍କ ମନରେ ନାନା ପ୍ରକାରର ଡର ଆସିଯାଏ , ବହୁତ କଠୋର ଅଫିସରଙ୍କ ଛବି ସାମ୍ନାରେ ଆସିଯାଏ , କିନ୍ତୁ ସବୁ ପୋଲିସ୍ ବାଲା ଏକା ଭଳି ହୋଇନଥାନ୍ତି , କିଛି ପୋଲିସ୍ ବାଲା ଏମିତି ହୋଇଥାନ୍ତି ଯେଉଁମାନେ ବର୍ଦି ରେ ମଣିଷତ୍ୱକୁ ପ୍ରଥମେ ନିଭାଇଥାନ୍ତି । ଏମିତି ଜଣେ ଅଫିସର୍ ଅଛନ୍ତି ଇଟାବାର ଏସ୍ ଏସ୍ ପି ସନ୍ତୋଷ ମିଶ୍ର, ସେ ବେଲୁନ୍ ବିକ୍ରି କରୁଥିବା ଜଣେ ବିକଳାଙ୍ଗ ବ୍ୟକ୍ତିର ପୁଅକୁ ପୋଲିସ୍ ମର୍ଡର୍ଣ୍ଣ ସ୍କୁଲ୍ ରେ ଚତୁର୍ଥ ଶ୍ରେଣୀରେ ଆଡମିଶନ୍ କରିଥିଲେ । ଯାହାକି ଏକ ପ୍ରଶଂସନୀୟ କାର୍ଯ୍ୟ ଅଟେ , ଏସ୍ ଏସ୍ ପି ତାର ପାଠ ପଢା ଖର୍ଚ୍ଚ ସହ ଏକ ବଡ ସନ୍ଦେଶ ଦେଇଥିଲେ ।

 

ପତ୍ରିକା ରିପୋର୍ଟ ଅନୁସାରେ ଇଟାବାର ଏସ୍ ଏସ୍ ପି ସନ୍ତୋଷ କୁମାର ମିଶ୍ର ସହରର ଡାଃ ରାମମନୋହର ଲୋହିଆ ପାର୍କ ଆଡକୁ ଚାଲି ଚାଲିଯାଉଥିଲେ,  ତାଙ୍କ ସାଙ୍ଗେ ପୋଲିସ୍ ବଳ ଥିଲା ତାଙ୍କୁ ଗୋଟିଏ ବେଲୁନ୍ ବିକ୍ରି କରୁଥିବା ଏକ ବିକଳାଙ୍ଗ ବ୍ୟକ୍ତି ଦେଖାଗଲା , ତା ସହ ତାଙ୍କର ପୁଅ ଥିଲା ଟ୍ରାଇ ସାଇକେଲ୍ ରେ ବସିଥିବା ଏହି ବ୍ୟକ୍ତି ସହ କଥାବାର୍ତ୍ତାରୁ ଜଣା ପଡିଲା କି ଆର୍ଥିକ ସ୍ଥିତି ଭଲ ନ ହେବାରୁ ସେ ନିଜ ଛୁଆର ପାଠ ପଢାଇପାରୁନାହିଁ ।, ଯାହାପରେ ସେ ତାକୁ ଭଲ ଶିକ୍ଷା ଦେବାପାଇଁ ଭରସା ଦେଲେ ଓ ସ୍କୁଲ୍ ରେ ଆଡମିଶନ୍ କରାଇଲେ ।

 

ଏସ୍ ଏସ୍ ପି ସନ୍ତୋଷ ମିଶ୍ର କହିଲେ ସେହି ବିକଳାଙ୍ଗ ବ୍ୟକ୍ତିର ନାଁ ମେହରଜ ଓରଫ ଛୁଟ୍ଟନ ଅଟେ , ପ୍ରଥମେ ପୋଲିସ୍ ବଳକୁ ଦେଖି ଭୟଭୀତ ହୋଇଯାଇଥିଲା , ସେ ଭାବିଥିଲା କି ତାକୁ ସେଠାରେ ହଟାଇନଦିଅନ୍ତୁ , କିନ୍ତୁ ତାପାଖରେ ଛୁଆକୁ ଦେଖି ଏସ୍ ଏସ୍ ପି ନିଜକୁ ଅଟକାଇପାରିଲେ ନାହିଁ , ଓ ତାପରେ ସେ ଛୁଆକୁ ନାଁ ପଚାରିବାରୁ ସେ ତା ନାଁ ସୋହେଲ୍ କହିଲା , ଏସ୍ ଏସ୍ ପି ତା ବାପାକୁ ପଚାରିଲେ କି ପୁଅ କେଉଁ କ୍ଲାସରେ ପଢୁଛି, ତାପରେ ତାର ବିକଳାଙ୍ଗ ବାପା କହିଲେ କି ପୁଅ ପାଠ ପଢୁନାହିଁ ।

ଏସ୍ ଏସ୍ ପି ଆଶ୍ଚର୍ଯ୍ୟ ହୋଇଗଲେ ,ଓ କହିଲେ ଏବେ ଏହି ବୟସରେ ପଢିବା ବୟସ ଅଟେ ,ତାପରେ ସତ୍ତ୍ୱେ ବି ତୁମେ ତାକୁ ସ୍କୁଲ୍ କୁ କଣ ପାଇଁ ପଢାଉନ  କିନ୍ତୁ ପରେ ଏସ୍ ଏସ୍ ପି ଜାଣିପାରିଲେ କି ଏହାର କାରଣ କଣ ହୋଇପାରେ , ମେହରାଜ ଉତ୍ତର ଦେଲେ କି ସାହେବ ଆମର ପେଟ ଭରିଯାଏ , ଖାଲି କମ୍ କମାଇପାରିଛୁ, ଯାହାପରେ ଏସ୍ ଏସ୍ ପି ତୁରନ୍ତ କହିଲେ କି ତୁମ ପୁଅ କାଲି ଠାରୁ ସ୍କୁଲ୍ ଯିବ , ଏହାର ଆଡମିଶନ୍ ପୋଲିସ୍ ମାଇନିଙ୍ଗ୍ ସ୍କୁଲ୍ ରେ କରାଇବ , ଏହା ପାଇଁ ଯାହା ବି ଖର୍ଚ୍ଚ ହେବ ତାହା ମୁଁ ନିଜ ସ୍ତରରେ କରିବି ।

Leave a Reply

Your email address will not be published. Required fields are marked *